Breaking News

ପୁଷ୍ପା-୨ ସ୍କ୍ରିନିଂ ବେଳେ ଦଳାଚକଟା ଘଟଣା: ମୃତ ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଦେଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ,୦୭/୧୨: ହାଇଦ୍ରାବାଦରେ ‘ପୁଷ୍ପା-୨’ ଫିଲ୍ମର ପ୍ରିମିୟର ବେଳେ ଗତ ୪ ତାରିଖରେ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ଘଟଣାରେ ଦୁଃଖ ବ୍ୟକ୍ତ କରିଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ ।

Deeply heartbroken by the tragic incident at Sandhya Theatre. My heartfelt condolences go out to the grieving family during this unimaginably difficult time. I want to assure them they are not alone in this pain and will meet the family personally. While respecting their need for… pic.twitter.com/g3CSQftucz

— Allu Arjun (@alluarjun) December 6, 2024

ଏକ୍ସରେ ସେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ସନ୍ଧ୍ୟା ଥିଏଟରରେ ଘଟିଥିବା ଘଟଣା ତାଙ୍କୁ ବ୍ୟଥିତ କରିଛି । ମୃତା ମହିଳାଙ୍କ ପରିବାରକୁ ସମବେଦନା ଜଣାଉଛି । ଏଭଳି କଷ୍ଟକର ସମୟରେ ତାଙ୍କ ପରିବାରକୁ ଏକୁଟିଆ ଛାଡ଼ିପାରିବିନି । ସେମାନଙ୍କୁ ସବୁ ପ୍ରକାର ସହାୟତା କରିବି । ଏଥିସହ ମୃତା ମହିଳା ରେବତୀଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଦେବା ସହ ଆହତ ହୋଇଥିବା ତାଙ୍କ ୧୩ ବର୍ଷୀୟ ପୁଅଙ୍କ ସମସ୍ତ ମେଡିକାଲ ଖର୍ଚ୍ଚ ବହନ କରିବେ ବୋଲି ଅଲ୍ଲୁ ଅର୍ଜୁନ ଘୋଷଣା କରିଛନ୍ତି । ଦଳାଚକଟା ଘଟଣା ପରେ ମୃତକଙ୍କ ପରିବାରର ଏତଲା କ୍ରମେ ପୁଲିସ ଅଲ୍ଲୁଙ୍କ ନାଁରେ ମାମଲା ରୁଜୁ କରିଛି ।

ସୌଜନ୍ୟ-ପ୍ରମେୟ

Comments are closed.