Breaking News

ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପୈତୃକ ଘର ଜାଳିଦେଲେ ଉପଦ୍ରବକାରୀ

ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପୈତୃକ ଘର ଜାଳିଦେଲେ ଉପଦ୍ରବକାରୀ । ଏକ ଅନଲାଇନ୍‌ ଭାଷଣ ଦେଉଥିବା ବେଳେ ଢାକା ସ୍ଥିତ ତାଙ୍କ ପୈତୃକ ବାସଭବନରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି ।

ନୂଆଦିଲ୍ଳୀ: ପୁଣି ଅଶାନ୍ତ ବାଂଲାଦେଶ । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପୈତୃକ ଘର ଜାଳିଦେଲେ ଉପଦ୍ରବକାରୀ । ଏକ ଅନଲାଇନ୍‌ ଭାଷଣ ଦେଉଥିବା ବେଳେ ଢାକା ସ୍ଥିତ ତାଙ୍କ ପୈତୃକ ବାସଭବନରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ହସିନା ରାତି ୯ଟାରେ ଭାଷଣ ଦେବା ମାତ୍ରେ ଯୋଜନାବଦ୍ଧ ହିଂସା ଆରମ୍ଭ ହୋଇଯାଇଥିଲା । ହଜାର ହଜାର ଲୋକ ସୋସିଆଲ ମିଡିଆରେ ବୁଲଡୋଜର ଶୋଭାଯାତ୍ରା ଡାକରା ଦେଇ ମୁଜିବୁର ଭବନକୁ ଘେରିଯାଇଥିଲେ ।

ଏହାର ଜବାବରେ ଶେଖ ହସିନା କହିଛନ୍ତି, ସେମାନେ ଏକ କୋଠା ଭାଙ୍ଗିପାରିବେ କିନ୍ତୁ ଇତିହାସ ନୁହଁ । ସେମାନେ ଏହା ମଧ୍ୟ ମନେ ରଖିବା ଦରକାର ଯେ ଇତିହାସ ଏହାର ପ୍ରତିଶୋଧ ନେଇଥାଏ । ବାଂଲାଦେଶରେ ଏବେ ଯେଉଁ ଅନ୍ଧକାର ଘଟିଛି ତାହା ଦିନେ ଶେଷ ହେବ ବୋଲି କହିଛନ୍ତି ଶେଖ୍ ହସିନା ।

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.