ପୋଲିସ SI କେଳେଙ୍କାରୀ ମାମଲାରେ ଖୋଲୁଛି ଖିଅ, CBIରେ ହାଜର ହେଲେ ୫ ଜଣ

ଭୁବନେଶ୍ୱର ୧୩।୦୧ : ପୋଲିସ SI ପରୀକ୍ଷା ପ୍ରଶ୍ନପତ୍ର କେଳେଙ୍କାରୀ ମାମଲା । ସିବିଆଇରେ ହାଜର ହେଲେ ୫ ଜଣ I ଏହି ୫ ଜଣକୁ ହାଜର ହେବାକୁ ସିବିଆଇ ପକ୍ଷରୁ ସମନ ହୋଇଥିଲା I ୩ ଜଣ ପରୀକ୍ଷାର୍ଥୀଙ୍କ ସହ ଆଉ ଦୁଇଜଣ ବ୍ୟକ୍ତିଗତ ଭାବେ ହାଜର ହୋଇଥିବା ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି ।
ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲା । ଘଟଣାରେ ପ୍ରଥମେ ପୋଲିସ ତଦନ୍ତ କରି ୧୧୭ ଜଣଙ୍କୁ ଗିରଫ କରିଥିଲା । ହେଲେ ମାମଲା ଅତି ସଙ୍ଗୀନ ଥିବାରୁ ଏହାକୁ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ ରାଜ୍ୟ ସରକାର । ସିବିଆଇ ଘଟଣାର ତଦନ୍ତ କରି ଆଉ କିଛି ଅଭିଯୁକ୍ତଙ୍କୁ ବାନ୍ଧିଥିଲା । ଦୀର୍ଘ ଦିନର ତଦନ୍ତ ପରେ ସିବିଆଇ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି । ଯେଉଁଥିରେ ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ ଥିବା ଦର୍ଶାଇଛି ସିବିଆଇ । ଏହି ଚାର୍ଜସିଟରେ ଶଙ୍କର ପୃଷ୍ଟି, ମୁନା ମହାନ୍ତି, ସୁରେଶ ନାୟକ, ସୌମ୍ୟା ପ୍ରିୟଦର୍ଶିନୀ, ରିଙ୍କୁ ମହାରଣା, ବିରଞ୍ଚି ନାୟକ, ନୀତିଶ କୁମାର ସମେତ ଅନେକ ରହିଛନ୍ତି । ତେବେ ଚାର୍ଜସିଟ୍ ଦାଖଲ ହୋଇଥିବା ୧୬ ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ବାକି ୭ ଅଭିଯୁକ୍ତଙ୍କୁ CBI ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଆଗକୁ ତଦନ୍ତ ଚାଲିଛି । ଆହୁରି ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଦର୍ଶାଇଛି CBI ।
ସୌଜନ୍ୟ Prameya News7




