ଓଡିଶା

ପ୍ରକାଶ ପାଇଲା OTET ୨୦୨୫ ରେଜଲ୍ଟ, ପେପର-୧ରେ ୩୧ ହଜାର ଛାତ୍ରଛାତ୍ରୀ ପାସ୍‌

କଟକ ୧୨।୦୨ : ପ୍ରକାଶ ପାଇଲା ଓଟିଇଟି ୨୦୨୫ର ରେଜଲ୍ଟ। ୨୦୨୫ ଡିସେମ୍ବର ୧୭ ତାରିଖରେ ହୋଇଥିଲା ପରୀକ୍ଷା। ଚଳିତ ବର୍ଷ ମୋଟ ପାସ ହାର ରହିଛି ୬୮.୯୭ ପ୍ରତିଶତ । ପେପର ୧ ରେ ୭୧.୧୬ ଓ ପେପର ୨ ରେ ୬୮.୦୬ ପାସ ହାର ରହିଛି। ମୋଟ ୧୬୦୪୨୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୬୦୪୧ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅପରାହ୍ନ ୪ଟାରୁ ରେଜଲ୍ଟ ବୋର୍ଡ ୱେବସାଇଟ www.bscodisha.ac.in ରେ ଉପଲବ୍ଧ ହେବ ।

ଖବର ଅନୁଯାୟୀ, ଗତ ବର୍ଷ OTET ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା । ଯାହାଫଳରେ ପରୀକ୍ଷାକୁ ବାତିଲ କରିଥିଲା ବୋର୍ଡ । ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହେବା ଲାଗି ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଥିଲେ । ସେପଟେ ଏହି ମାମଲାରେ ତଦନ୍ତ କରୁଥିବା ପୋଲିସ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପରେ ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଏକାଧିକ ତଥ୍ୟ ପ୍ରମାଣ ଯୋଗାଡ଼ କରିଥିଲା । ଆଉ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ତନାଘନା କରିଥିଲା ।

ସେପଟେ ପରୀକ୍ଷା ବାତିଲ ପରେ ସାନି ପରୀକ୍ଷା କରିଥିଲା ବୋର୍ଡ । ଯେଉଁଥିରେ ମୋଟ ୧୬୦୪୨୦ ଜଣ ପରୀକ୍ଷା ଦେଇଥିଲେ । ଗୁରୁବାର ଦିନ ବୋର୍ଡ ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯାଇଛି । ତେବେ ମୋଟ ୧୬୦୪୨୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୬୦୪୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେଥିମଧ୍ୟରୁ ପେପର ୧ରେ ୪୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୩୨ ହଜାର ଉତ୍ତୀର୍ଣ୍ଣ ହୋଇଛନ୍ତି । ପେପର-୨ରେ ୧ ଲକ୍ଷ ୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ, ସେଥିମଧ୍ୟରୁ ୭୩, ୯୫୪ ଉତ୍ତୀର୍ଣ୍ଣ ହୋଇଛନ୍ତି । ପେପର-୧ ଓ ପେପର-୨ରେ ମୋଟ୍‌ ୧ ଲକ୍ଷ ୬ ହଜାର ୪୧ ଉତ୍ତୀର୍ଣ୍ଣ ହୋଇଛନ୍ତି । ​​​​​​​କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ମାନେ ବୋର୍ଡ ୱେବ୍ସସାଇଟ  www.bseodisha.ac.inରେ ସେମାନଙ୍କ ଫଳ ଜାଣି ପାରିବେ। ସେମାନଙ୍କ ଏହି ସାର୍ଟିଫିକେଟ ମଧ୍ୟ ଉପଯୁକ୍ତ ଫି ଡିପୋଜିଟ କରି ଏହି ୱେବ୍ସସାଇଟରୁ ଡାଉନଲୋଡ଼ କରିପାରିବେ । ତେବେ ଯେଉଁ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇପାରି ନାହାଁନ୍ତି, ସେମାନେ ସେମାନଙ୍କ OMR ଉତ୍ତର କପି ଏହି ୱେବସାଉଟ୍‌ରୁ ଡାଉନ ଲୋଡ଼ କରିପାରିବେ। ଆସନ୍ତା ୧୮ ତାରିଖ ଅପରାହ୍ନ ୪ ଟା ମଧ୍ୟରେ ଏହି ସୁବିଧା ଉପଲବ୍ଧ ମିଳିପାରିବ ବୋଲି ବୋର୍ଡ କାର୍ଯ୍ୟଳୟ ପକ୍ଷରୁ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦିଆଯାଇଛି।

ସେହିଭଳି OTET  2026 ପରୀକ୍ଷା ପାଇଁ ଆଜି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମେ ମାସ ତୃତୀୟ ସପ୍ତାହରେ ହେବ ପରୀକ୍ଷା ।ପରୀକ୍ଷାର୍ଥୀ ମାନେ ଆବେଦନ କରିବା ପାଇଁ ଖୁବ୍ ଶୀଘ୍ର ତାରିଖ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button