Breaking News

ପ୍ରଧାନମନ୍ତ୍ରୀଙ୍କ ପଶୁ ପ୍ରେମ ଦେଖିଲା ଦେଶ: ବନ୍ୟପ୍ରାଣୀଙ୍କ ସହ ୭ ଘଣ୍ଟା ବିତାଇଲେ ମୋଦୀ

ଗାନ୍ଧୀନଗର: ବନ୍ୟପ୍ରାଣୀଙ୍କ ଗହଣରେ ୭ ଘଣ୍ଟା ବିତାଇଲେ ପ୍ରଧାନମନ୍ତ୍ରୀ ମୋଦୀ ।  ଗୁଜରାଟ ଜାମନଗରରେ ଥିବା ବନତାରା ବନ୍ୟପ୍ରାଣୀ ଚିକିତ୍ସାଳୟ ଓ ଚିଡିଆ ଘରରେ ପହଁଚିବା ପରେ ବିଭିନ୍ନ ବନ୍ୟପ୍ରାଣୀଙ୍କୁ ଦେଖିବା ସହ ସେମାନଙ୍କ ସହ କିଛି ଖାସ ମୁହୂର୍ତ୍ତ କାଟିଛନ୍ତି ମୋଦୀ । ମଙ୍ଗଳବାର ସକାଳୁ ସକାଳୁ ଗୁଜରାଟ ଜାମନଗରରେ ସ୍ଥିତ ବିଶ୍ବର ସର୍ବବୃହତ ବନ୍ୟପ୍ରାଣୀ ଚିକିତ୍ସାଳୟ ଓ  ଥଇଥାନ ତଥା ସୁରକ୍ଷା କେନ୍ଦ୍ରରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।  ଏଠାରେ ପହଁଚି ଭଳିକି ଭଳି ବନ୍ୟପ୍ରାଣୀଙ୍କୁ ଅତି ପାଖରୁ ଦେଖିବା ସହ ସେମାନଙ୍କ ସହ କିଛି ଖାସ ସମୟ କାଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ   ।  କେତେବେଳେ ବାଘ ଛୁଆକୁ ନିଜ ହାତରେ କ୍ଷୀର ପିଆଇଛନ୍ତି ତ ପୁଣି କେତେବେଳେ ସିଂହ ଛୁଆକୁ କୋଳେଇ ଗେହ୍ଲା କରିଛନ୍ତି  ।

ହାତୀ,ଘୋଡା, ଜିରାଫ,ସିଂହ,ବାଘ ଏପରି ଅନେକ ବନ୍ୟପ୍ରାଣୀ ତଥା  ଅନେକ ଦୁର୍ଲଭ ବିଦେଶୀପ୍ରାଣୀଙ୍କ ସହ କିଛି ଖାସ ସମୟ କାଟିଛନ୍ତି ପ୍ରଧାନମନ୍ତ୍ରୀ । ଜୀବଜନ୍ତୁଙ୍କ କିଭଳି ଅପରେସନ କରାଯାଉଛି ?  କିଭଳି ସେମାନଙ୍କୁ ଅତ୍ୟାଧୁନିକ ଚିକିତ୍ସା ଯୋଗାଯାଉଛି ସେହି ସବୁ ବୁଲିଦେଖିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ବନତାରରେ ରହିଛନ୍ତି ଦେଶବିଦେଶର ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଜୀବଜନ୍ତୁ  ।

୨ ହଜାର ପ୍ରଜାତିର ବିଦେଶୀ ବନ୍ୟପ୍ରାଣୀଙ୍କୁ ମଧ୍ୟ ଦେଖିବାକୁ ମିଳେ  ।  ଏଥିସହ ଦୁନିଆରୁ ଲୋପ ପାଇଯାଉଥିବା ବନ୍ୟପ୍ରାଣୀଙ୍କ ବଂଶକୁ କିଭଳି ବୃଦ୍ଧି କରାଯିବ ସେନେଇ ବନତାରାରେ ରହିଛି  ସ୍ବତନ୍ତ୍ର ବ୍ୟବସ୍ଥା   ।  ସବୁ ପ୍ରକାର ଚିକିତ୍ସା ବ୍ୟବସ୍ଥା ରହିଛି ।  ଏଥିସହ ଦୁନିଆରୁ ଯେଉଁ ପ୍ରାଣୀ ଲୋପ ପାଇବାକୁ ବସିଲେଣି ସେମାନଙ୍କୁ ଏଠାକୁ ଅଣାଯାଇ ସେମାନଙ୍କ ବଂଶ ବୃଦ୍ଧି ପାଇଁ ବନତାର ପ୍ରୟାସ କରୁଛି । ଦୁନିଆର ସବୁ କୋଣ ଅନୁକୋଣରୁ ପ୍ରାଣୀଙ୍କ ପାଇଁ ଏଠାରେ ରହିବା, ବଂଶବୃଦ୍ଧି କରିବା, ଚିକିତ୍ସାଠୁ ନେଇ ଟିକିନିକି ସବୁ ବ୍ୟବସ୍ଥା ରହିଛି  ।

କେବଳ ସେତିକି ନୁହଁ ବିଦେଶର ବରିଷ୍ଠ ପଶୁ ଚିକିତ୍ସକଙ୍କୁ ଏଠାରେ ନିୟୋଜିତ କରାଯାଇଛି ।ପଶୁପକ୍ଷୀଙ୍କୁ କିଭଳି ସୁରକ୍ଷିତ,ସୁସ୍ଥ ରଖାଯିବ ସେନେଇ ସବୁ ଯତ୍ନ ନିଏ ବନତାରା  ।  ୨୦୨୨ରେ ବନ୍ୟ ପ୍ରାଣୀମାନଙ୍କ ପାଇଁ ସମସ୍ତ ଚିକିତ୍ସା ପାଇଁ ବନତାରାକୁ ଖୋଲିଥିଲା ରିଲାଏନ୍ସ ପାଉଣ୍ଡେସନ ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.