Breaking News

ପ୍ରାତଃ ଭ୍ରମଣରେ ଯାଉଥିବା ସାଂସଦଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଚମ୍ପଟ ମାରିଲା ଲୁଟେରା

ଦିଲ୍ଲୀରେ ନେତାମାନେ ବି ସୁରକ୍ଷିତ ନାହାନ୍ତି ସାଧାରଣଲୋକଙ୍କ କଥା ପଚାରେ କିଏ? କଂଗ୍ରେସ ସାଂସଦ ଆର ସୁଧା ରାମକୃଷ୍ଣନ ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଲୁଟର ଶିକାର ହୋଇଛନ୍ତି।

 ପ୍ରାତଃ ଭ୍ରମଣରେ ଯାଉଥିବା ସାଂସଦଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଚମ୍ପଟ ମାରିଲା ଲୁଟେରା

 

ନୂଆଦିଲ୍ଲୀ: ଦିଲ୍ଲୀରେ ଅପରାଧର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଲାଣି। ଏହି କ୍ରମରେ ଦେଖିବାକୁ ଗ‌ଲେ ଏବେ ଦିଲ୍ଲୀରେ ନେତାମାନେ ବି ସୁରକ୍ଷିତ ନାହାନ୍ତି ସାଧାରଣଲୋକଙ୍କ କଥା ପଚାରେ କିଏ? ସୋମବାର ସକାଳେ କଂଗ୍ରେସ ସାଂସଦ ଆର ସୁଧା ରାମକୃଷ୍ଣନ ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଲୁଟର ଶିକାର ହୋଇଛନ୍ତି। ଲୁଟର ଶିକାର ହୋଇଥିବା ସାଂସଦ ଆର ସୁଧା ରାମକୃଷ୍ଣନ ତାମିଲନାଡ଼ୁ ଭବନରେ ବସବାସ କରନ୍ତି।

ତାମିଲନାଡୁର ମୟିଲାଦୁଥୁରାଇର ସାଂସଦ ରାମକୃଷ୍ଣନ ଲୁଟର ଶିକାର ହେବାପରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି  କହିଛନ୍ତି, ‘ମୁଁ ତାମିଲନାଡ଼ୁର ସାଂସଦ। ମୁଁ ସଂସଦୀୟ ବୈଠକରେ ନିୟମିତ ଭାବେ ଯୋଗ ଦେଇଥାଏ। ଆଜି ପର୍ଯ୍ୟନ୍ତ ମୋତେ ସରକାରୀ ଘରଟିଏ ମିଳିନାହିଁ। ତେଣୁ ମୁଁ ଗତ ଏକବର୍ଷ ହେବ ତାମିଲନାଡ଼ୁ ଭବନରେ ରହୁଛି।

ସୋମବାର ସକାଳେ ମୁଁ ମୋର ସାଥୀ ସାଂସଦଙ୍କ ସହିତ ଚାଣକ୍ୟପୁରୀ ଅଞ୍ଚଳରେ ପ୍ରାତଃ ଭ୍ରମଣରେ ବାହାରିଥିଲି। ଏହି ସମୟରେ ମୋର ବିପରୀତ ଦିଗରୁ ଜଣେ ସ୍କୁଟି ଚାଳକ ହଠାତ ଆସି ମୋ ବେକରୁ ସୁନା ଚେନ ଛିଣ୍ଡାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ସେ ହେଲମେଟ ପିନ୍ଧିଥିବାରୁ ତାର ମୁହଁ ନଜର ଆସି ନଥିଲା।   ଏହି ଘଟଣାରେ ମୋ ବେକରେ ଆଘାତ ଲାଗିଛି।’

 

 

 

ସାଂସଦଙ୍କ ଏହି ଅଭିଯୋଗକୁ କେନ୍ଦ୍ର କରି ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ‘ ମାମାଲା ରୁଜୁ କରାଯାଇ ଯାଞ୍ଚ ଆରମ୍ଭ ହୋଇଯାଇଛି। ସିସିଟିଭି ଫୁଟେଜକୁ ଜବତ କରି ଚୋରକୁ କାବୁ କରିବା ପାଇଁ ତଦନ୍ତ ଚାଲିଛି। ଖୁବଶୀଘ୍ର ଚୋର ଧରାପଡ଼ିବ ବୋଲି ଆମେ ଆଶା ରଖିଛୁ। ଚୋର ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବା ସହିତ କିଛିଦିନ ହେବ ସେ ରେକି କରିବା ପରେ ସାଂସଦଙ୍କ ବେକରୁ ଚେନ ଲୁଟିବା ପାଇଁ ସାହାସ ଜୁଟାଇଥିବା ସନ୍ଦେହ କରାଯାଉଛି। ’

 

 

 

ସୌଜନ୍ୟ – ସମ୍ବାଦ

Comments are closed.