Breaking News

ପ୍ରିୟଙ୍କାଙ୍କ ସାହସ ପାଇଁ ପ୍ରଶଂସା କଲେ ପୂର୍ବତନ ପାକ୍‌ ମନ୍ତ୍ରୀ

କଂଗ୍ରେସ ନେତ୍ରୀ ତଥା ୱାୟାନାଡ୍‌ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ "ପାଲେଷ୍ଟାଇନ" ବ୍ୟାଗ୍‌କୁ ପ୍ରଶଂସା କରିଛନ୍ତି ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଚୌଧୁରୀ ଫୱାଦ୍‌ ହୁସେନ। ପ୍ରିୟଙ୍କା "ପାଲେଷ୍ଟାଇନ" ଲେଖାଥିବା ଏକ ବ୍ୟାଗ୍‌ ଧରି ଗତକାଲି ସଂସଦକୁ ଯାଇଥିବା ବେଳେ ତାହାକୁ ନେଇ ଚର୍ଚ୍ଚା ‌ଜୋର୍‌ ଧରିଥିଲା।

ଇସ୍‌ଲାମବାଦ୍‌:କଂଗ୍ରେସ ନେତ୍ରୀ ତଥା ୱାୟାନାଡ୍‌ ସାଂସଦ  ପ୍ରିୟଙ୍କା ଗାନ୍ଧୀଙ୍କ “ପାଲେଷ୍ଟାଇନ” ବ୍ୟାଗ୍‌କୁ ପ୍ରଶଂସା କରିଛନ୍ତି ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଚୌଧୁରୀ ଫୱାଦ୍‌ ହୁସେନ। ପ୍ରିୟଙ୍କା “ପାଲେଷ୍ଟାଇନ” ଲେଖାଥିବା ଏକ ବ୍ୟାଗ୍‌ ଧରି ଗତକାଲି ସଂସଦକୁ ଯାଇଥିବା ବେଳେ ତାହାକୁ ନେଇ ଚର୍ଚ୍ଚା ‌ଜୋର୍‌ ଧରିଥିଲା।

ଫୱାଦ ହୁସେନ୍ ତାହାକୁ ନେଇ ପ୍ରିୟଙ୍କାଙ୍କ ପ୍ରଶଂସାରେ କହିଛନ୍ତି, ‘‘ଜବାହରଲାଲ ନେହେରୁଙ୍କ ପରି ଜଣେ ସ୍ୱାଧୀନ ସ୍ୱାଧୀନତା ସଂଗ୍ରାମୀଙ୍କ ନାତୁଣୀଙ୍କଠାରୁ ଆମେ ଆଉ ଅଧିକ କ’ଣ ବା ଆଶା କରିବା?’’ ସେ ପ୍ରିୟଙ୍କାଙ୍କ ସାହସିକତାକୁ ପ୍ରଶଂସା କରିବା ସହିତ ଫୱାଦ ହୁସେନ୍ ତାଙ୍କ ପୋଷ୍ଟରେ ପାକିସ୍ତାନର ସାଂସଦମାନେ ଏପରି ସାହସ ପ୍ରଦର୍ଶନ ନକରିବାରୁ ନିନ୍ଦା କରିଛନ୍ତି। ସେ କହିଛନ୍ତି କି ପୂର୍ବରୁ କୌଣସି ପାକିସ୍ତାନୀ ସାଂସଦ ବି ଏଭଳି ସାହସିକତା ପ୍ରଦର୍ଶନ କରିନାହାନ୍ତି।

କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ଧରି ଅନ୍ୟ କେଉଁଆଡେ ନୁହେଁ ସଂସଦରେ ପହଞ୍ଚିଥିଲେ। ପ୍ରିୟଙ୍କା ଗାନ୍ଧୀଙ୍କ ଏହି ପାଲେଷ୍ଟାଇନ ବ୍ୟାଗକୁ ନେଇ ଏକ ରାଜନୈତିକ ଲଢ଼େଇ ଆରମ୍ଭ ହୋଇଛି।

ବିଜେପି ପ୍ରିୟଙ୍କା ଗାନ୍ଧୀଙ୍କୁ ଆକ୍ଷେପ କରିଛି। କେନ୍ଦ୍ର ମନ୍ତ୍ରୀ ଏସପି ସିଂ ବଘେଲ କହିଛନ୍ତି ଯେ ପ୍ରିୟଙ୍କା ମୁସଲିମ ଭୋଟରଙ୍କ ପାଇଁ ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ନେଇ ସଂସଦରେ ପହଞ୍ଚିଥିଲେ।

ପ୍ରିୟଙ୍କା ଗାନ୍ଧୀ ପାଲେଷ୍ଟାଇନକୁ  ସମର୍ଥନ କରିବା ଏହା ପ୍ରଥମ ଘଟଣା ନୁହେଁ। ସେ ନିକଟରେ ଭାରତ ଗସ୍ତରେ ଆସିଥିବା ପାଲେଷ୍ଟାଇନ ରାଷ୍ଟ୍ରଦୂତ ଆବେଦ ଏଲ୍ରାଜେଜ ଆବୁ ଜାଜରଙ୍କୁ ଭେଟିଥିଲେ। ପାଲେଷ୍ଟାଇନ ରାଷ୍ଟ୍ରଦୂତ ପ୍ରିୟଙ୍କାଙ୍କୁ ୱାୟାନାଡ ଲୋକସଭା ନିର୍ବାଚନରେ ବିଜୟ ହୋଇଥିବାରୁ ଅଭିନନ୍ଦନ ଜଣାଇଥିଲେ।

ନିକଟରେ ପ୍ରିୟଙ୍କାଙ୍କ ଏକ ବୟାନକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଲୋକସଭାରେ ସମ୍ବିଧାନ ଉପରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୧୦ ମିନିଟର ଦୀର୍ଘ ଭାଷଣ ଦେଇଥିଲେ।

 

ସୌଜନ୍ୟ – ସମ୍ବାଦ

Comments are closed.