ପ୍ରେମ ପାଇଁ ପାଗଳ ମହାବଳ, ‘ଜିନ୍ନତ’କୁ ଖୋଜି ଖୋଜି ଡେଇଁଲାଣି ୨ ରାଜ୍ୟର ସୀମା

ଭୁବନେଶ୍ୱର ୨୭।୦୪ : ପ୍ରେମିକାକୁ ଖୋଜୁଛି । ଶହେ କି ଦୁଇ ଶହ କିଲୋମିଟର ନୁହେଁ, ବରଂ ଦେଢ ହଜାର କିଲୋମିଟର ପାର୍ କରି ପ୍ରେମିକାକୁ ଖୋଜୁଛି । ପ୍ରାୟ ଦେଢ ହଜାର କିଲୋମିଟର ଅତିକ୍ରମ କରି ଏକ ମହାବଳ ବାଘ ଶିମିଳିପାଳ ଜଙ୍ଗଲକୁ ଆସିଛି। ଶିମିଳିପାଳ ଘଞ୍ଚ ଜଙ୍ଗଲରେ ୫ ମାସ ହେଲା ଘୂରି ବୁଲୁଛି । ଖୋଜୁଛି ନିଜ ପ୍ରେମିକା ବାଘୁଣୀ ‘ଜିନ୍ନତ’କୁ।

ବନ ବିଭାଗ ଅନୁଯାୟୀ, ମହାବଳଟିର ବୟସ ପ୍ରାୟ ୪-୫ ବର୍ଷ ହେବ । ମେଲାନିଷ୍ଟିକ୍ ପ୍ରଜାତିର ନୁହଁ । ଅଗଷ୍ଟ-ସେପ୍ଟେମ୍ବର ମାସରେ ଛତିଶଗଡ଼ ପଟୁ ଓଡ଼ିଶା ସୀମା ଡେଇଁ ସୁନ୍ଦରଗଡ଼, ବଣାଇ ଜଙ୍ଗଲରେ ପାଦ ଥାପିଥିଲା । ପରେ ବାମରା-ଗଙ୍ଗପୁର ଜଙ୍ଗଲ ଦେଇ ଦେବଗଡ଼, କାମାକ୍ଷାନଗର ଓ କେନ୍ଦୁଝର ଜଙ୍ଗଲରେ ବୁଲିଲା। ଡିସେମ୍ବର ମାସରେ ଶିମିଳିପାଳରେ ପଶିଥିଲା। ଜଙ୍ଗଲରେ ଖଞ୍ଜାଯାଇଥିବା ଟ୍ରାପ୍ କ୍ୟାମେରା ପ୍ରଥମଥର ପାଇଁ ଏହି ମହାବଳର ଭିଡିଓ ଉତ୍ତୋଳନ କରିଥିଲା। ବାଘଟି ୫ ମାସ ଭିତରେ ଶିମିଳିପାଳ ଉତ୍ତରର ଘଞ୍ଚ ଜଙ୍ଗଲକୁ ନିଜ ବାସସ୍ଥାନ ବୋଲି ବାଛି ସାରିଲାଣି। ସେଠାରେ ରହୁଥିବା ବାଘୁଣୀ ‘ଜିନ୍ନତ’ ପ୍ରେମରେ ଏଠାକୁ ଆସିଥାଇପାରେ।

 

୨୦୨୪ ମସିହା ନଭେମ୍ବରରେ ମହାରାଷ୍ଟ୍ର ତଡ଼ଭା-ଅନ୍ଧାରୀ ପ୍ରକଳ୍ପରୁ ୩ ବର୍ଷୀୟା ବାଘୁଣୀ ଜିନ୍ନତକୁ ଶିମିଳିପାଳକୁ ଅଣାଯାଇଥିଲା। ଜିନ୍ନତ ପ୍ରଥମେ ନିଜକୁ ଖାପଖୁଆଇ ପାରିଲାନି। ସୁବର୍ଣ୍ଣରେଖା ନଦୀ ପହଁରି ଝାଡ଼ଖଣ୍ଡ ମୁହାଁ ହେଲା। ଦୀର୍ଘ ମାସେ ଧରି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଜଙ୍ଗଲରେ ବୁଲିଲା। ବହୁ କଷ୍ଟରେ ଟ୍ରାଙ୍କୁଲାଇଜ୍ ପରେ ଜିନ୍ନତକୁ ଓଡ଼ିଶା ଗ୍ରୀ ‘ଜିନ୍ନତ’ → ବାଘୁଣୀ ପାଖ ରେ ଘୂରି ବୁଲୁଛି → ଶିମିଳିପାଳ ଜଙ୍ଗଲରେ ରହିଲାଣି ୫ ମାସ ଅଣାଗଲା। ଗତବର୍ଷ ଏପ୍ରିଲ ମାସରେ ଯମୁନାଗଡ଼ସ୍ଥିତ ସ୍ବତନ୍ତ୍ର ଏନ୍କ୍ଲୋଜରରୁ ମୁକୁଳିଛି ଜିନ୍ନତ। ଏବେ ଶିମିଳିପାଳର ଗୁଡ଼ୁଗୁଡ଼ିଆ ଜଙ୍ଗଲରେ ଘୂରି ବୁଲୁଛି। ବାଘ-ବାଘୁଣୀ ଉଭୟଙ୍କ ବୟସ ସମାନ। ଉଭୟେ ମଧ୍ୟ-ଭାରତୀୟ ବ୍ୟାଘ୍ର ଲ୍ୟାଣ୍ଡସ୍କେପ୍ରେ ରହୁଥିଲେ। ୨୦୨୪ ଶେଷ ବେଳକୁ ପରସ୍ପରଠାରୁ ଅଲଗା ହୋଇଥିଲେ। ଏବେ ଉଭୟେ ଘଞ୍ଚ ଶିମିଳିପାଳର ଆଖପାଖ ଏରିଆରେ ରହୁଛନ୍ତି। ଜିନ୍ନତର ବେକରେ ରେଡିଓ କଲାର ବନ୍ଧାଯାଇଥିବାରୁ ଲୋକେସନ ଟ୍ରାକିଂ କରାଯାଇପାରୁଛି। କିନ୍ତୁ ମହାରାଷ୍ଟ୍ରର ମହାବଳର ଠିକଣା ଜଣାପଡ଼ୁନାହିଁ । ଗ୍ରୁପ୍ କ୍ୟାମେରାରୁ ଗତିବିଧି ଉପରେ ନଜର ରଖାଯାଉଛି।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏ ନେଇ ଖୁସିବ୍ୟକ୍ତ କରିଛନ୍ତି। କହିଛନ୍ତି, ଓଡ଼ିଶା ଜଙ୍ଗଲରେ ବାଘ ବସବାସ ପାଇଁ ପରିବେ ବଶ ଅନୁକୂଳ ଅଛି। ଜୈବ ବିବିଧତା ଭରା ଶିମିଳିପାଳ ଦୂର ଅଞ୍ଚଳର ବନ୍ୟଜନ୍ତୁଙ୍କୁ ଆକର୍ଷିତ କରୁଛି। ଏହି ଯୁବ ବାଘଟି ସୁସ୍ଥ ଓ ସୁରକ୍ଷିତ ଅଛି। ୫ ମାସ ଭିତରେ ଶିମିଳିପାଳ ଛାଡ଼ିବାକୁ ମନସ୍ଥ କରିନାହିଁ । ଯାହାକି, ଶୁଭ ସଙ୍କେତ । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ଡ. ପ୍ରକାଶ ଚନ୍ଦ୍ର ଗୋଗିନେନି କହିଛନ୍ତି, ଡିସେମ୍ବର ରୁ ଜାନୁଆରୀରେ ଏକ ରୟାଲ ବେଙ୍ଗଲ ବାଘ ଶିମିଳିପାଳରେ ପ୍ରବେଶ କରିଛି। ବାଘ ଗଣନା ପାଇଁ ଜଙ୍ଗଲରେ ଖଞ୍ଜାଯାଇଥିବା ଟ୍ରାପ୍ କ୍ୟାମେରାରେ ବାଘଟିର ଗତିବିଧି କଏଦ୍ ହୋଇଛି। କେଉଁ ରାଜ୍ୟରୁ ଆସିଛି ? କେତେ ଦୂର ଅତିକ୍ରମ କରିଛି ? ତାହା ଆକଳନ କରିବା ମୁସ୍କିଲ। ସୁରକ୍ଷା ଦୃଷ୍ଟିରୁ ତା’ର ଠିକଣା କୁହାଯାଉନି।

ସୌଜନ୍ୟ Prameya News7