Breaking News

ପ୍ରେମ ପାଇଁ ସୀମା ଡେଇଁ ପାକିସ୍ତାନ ପଳାଇଲେ ୟୁପି ଯୁବକ, ଏବେ ଜେଲ୍‌ରେ

ପ୍ରେମ ପାଇଁ ଏଲଓସି ଡେଇଁଲେ ୟୁପି ଯୁବକ । ପାକିସ୍ତାନୀ ମହିଳାଙ୍କ ସହ ଅନଲାଇନରେ ବନ୍ଧୁତା ପରେ ବାହା ହେବା ନିଶାରେ ଭାରତରୁ ପାକିସ୍ତାନ ପଳାଇଲେ ଉତ୍ତରପ୍ରଦେଶର ଯୁବକ । ହେଲେ ସୀମା ଡେଇଁବା ତାଙ୍କୁ ମହଙ୍ଗା ପଡ଼ିଛି ।

ଇସ୍‌ଲାମ୍‌ମବାଦ୍‌: ପ୍ରେମ ପାଇଁ ଏଲଓସି ଡେଇଁଲେ ୟୁପି ଯୁବକ । ପାକିସ୍ତାନୀ ମହିଳାଙ୍କ ସହ ଅନଲାଇନରେ ବନ୍ଧୁତା ପରେ ବାହା ହେବା ନିଶାରେ ଭାରତରୁ ପାକିସ୍ତାନ ପଳାଇଲେ ଉତ୍ତରପ୍ରଦେଶର ଯୁବକ । ହେଲେ ସୀମା ଡେଇଁବା ତାଙ୍କୁ ମହଙ୍ଗା ପଡ଼ିଛି । ଭାରତର ୩୦ ବର୍ଷୀୟ ଯୁବକଙ୍କୁ ବାହାଘର ନିଶା ପାକିସ୍ତାନରେ ଜେଲରେ ପୂରାଇ ଦେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁ ଅନଲାଇନ ବନ୍ଧୁଙ୍କୁ ବାହା ହେବାକୁ ଯୁବକ ଜଣଙ୍କ ଏତେ ରିସ୍କ ନେଇଥିଲେ, ସେ ନିଜେ ହିଁ ତାଙ୍କ ବାହାଘର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ।

ତେବେ ଉତ୍ତର ପ୍ରଦେଶର ଆଲିଗଡ଼ ଜିଲ୍ଲାର ୩୦ ବର୍ଷୀୟ ବାଦଲ ବାବୁଙ୍କୁ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ମଣ୍ଡି ବାହାଉଦ୍ଦିନ ଜିଲ୍ଲା ପୁଲିସ୍‌ ଗିରଫ କରିଛି । ବାବୁ ଗିରଫ ହେବା ପରେ ତାଙ୍କ ପ୍ରେମ କାହାଣୀ ପୁଲିସକୁ କହିଥିଲେ । ହେଲେ ବେଆଇନ ଭାବେ ସେ ପାକିସ୍ତାନରେ ପ୍ରବେଶ କରିଥିବାରୁ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ ଜାନୁଆରୀ ୧୦ ଯାଏ ପୁଲିସ୍‌ ହେପାଜତକୁ ପଠାଇ ଦେଇଛନ୍ତି ।

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.