Breaking News

ଫଟୋ କହୁଛି ଅନେକ କଥା: ଭାଇରାଲ ହେଉଛି ବୈଜୟନ୍ତ ପଣ୍ଡା ଓ ଶଶୀ ଥରୁରଙ୍କ ଫଟୋ, ଏମିତି ଇସାରା ଦେଲେ ବିଜେପି ସାଂସଦ ?

ନୂଆଦିଲ୍ଲୀ: ସାଙ୍ଗରେ ବସିଲେ, ସାଙ୍ଗ ହୋଇ ଆସିଲେ ବିଜେପି ସଂସାଦ ଓ କଂଗ୍ରେସ ସାଂସଦ । ଦୁଇ ରାଜନୈତିକ ଦଳର ନେତାଙ୍କୁ ଯଦି କେଉଁଠି ଦେଖିବାକୁ ମିଳେ କିମ୍ବା ସେମାନଙ୍କ ଫଟୋ ଭାଇରାଲ ହୁଏ ତେବେ ଗଣମାଧ୍ୟମ ସହ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେବାର ଅନେକ ନଜିର ରହିଛି । ଠିକ୍ ସେମିତି ଏକ ଫଟୋ ଖୁବ୍ ଭାଇରାଲ ହେଉଛି ଯେତେବେଳେ ଏକାଠି ବିମାନ ଯାତ୍ରା କରିଛନ୍ତି ବିଜେପି-କଂଗ୍ରେସର ଦୁଇ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ଶଶୀ ଥରୁର ।

ଦୁଇ ଚର୍ଚ୍ଚିତ ନେତାଙ୍କ ଫଟୋ ଏଥିପାଇଁ ଭାଇରାଲ ହେଉଛି କାରଣ ନିଜ ପୋଷ୍ଟରେ ସେମାନେ ଏମିତି କିଛି ଲେଖିଛନ୍ତି ଯାହା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଉଛି । ବୈଜୟନ୍ତ ପଣ୍ଡା ବିମାନରେ ଆସୁଥିବା ବେଳେ ଶଶୀଙ୍କ ସହ ଫଟୋ ଉଠାଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ଆଉ ଲେଖିଛନ୍ତି- ପରିଶେଷରେ ଆମେ ଗୋଟିଏ ଦିଗରେ ହିଁ ଯାତ୍ରା କରୁଛେ…

ବୈଜୟନ୍ତଙ୍କ ଏହି ପୋଷ୍ଟରେ ରିପ୍ଲାଏ ଦେଇ ଶଶୀ କହିଛନ୍ତି- ଏ ଯାତ୍ରା କେବଳ ଭୁବନେଶ୍ବର ଯାଏଁ । ମୁଁ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲରେ ଯୋଗଦେବାକୁ ଯାଉଛି, ଆଉ ଖୁବ୍ ଶୀଘ୍ର ଫେରୁଛି… ତେବେ ଦୁହିଁଙ୍କ ଏହି ମଜାଳିଆ ପୋଷ୍ଟକୁ ନେଇ ୟୁଜର୍ସ ନିଜ ନିଜର କମେଣ୍ଟ ଦେଇଛନ୍ତି ।

ବିଜେପି ନେତାଙ୍କ ସହ ଶଶୀଙ୍କ ଫଟୋ ଖାଲି ଏବେ ନୁହେଁ ପୂର୍ବରୁ ମଧ୍ୟ ପୀୟୂଷ ଗୋଏଲଙ୍କ ସହ ଫଟୋ ଭାଇରାଲ ହେଉଥିଲା । ଶଶୀ କଂଗ୍ରେସ ଉପରେ ଖପ୍ପା ଥିବା ନେଇ ମଝିରେ ଚର୍ଚ୍ଚା ହେଉଥିଲା । କଂଗ୍ରେସର ଯଦି ତାଙ୍କର ଆବଶ୍ୟକ ନାହିଁ ତାଙ୍କ ପାଇଁ ଅନେକ ବିକଳ୍ପ ଅଛି ବୋଲି କହିଥିଲେ ଶଶୀ । ଯାହା ପରେ ଶଶୀ ବିଜେପି ମୁହାଁ ହେଉଥିବା ଚର୍ଚ୍ଚା କରାଯାଉଥିଲା ଆଉ ଏବେ ବୈଜୟନ୍ତଙ୍କ ସହ ଫଟୋ ସେ ଚର୍ଚ୍ଚାକୁ ଅଧିକ ଫର୍ଚ୍ଚା କରୁଛି ।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.