Breaking News

ଫଳକରୁ ନାଁ କାଟିବାକୁ କହିଲେ କର୍ପୋରେଟର

ଏକାମ୍ର ନିର୍ବାଚନମଣ୍ଡଳୀରେ ଆଜି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ ପାଇଁ ଲାଗିଥିବା ଫଳକରେ ବିଧାୟକ ବାବୁ ସିଂଙ୍କ ନାଁ ନ ଥିଲା। ଫଳକଗୁଡ଼ିକରେ ମେୟର ଓ କର୍ପୋରେଟର୍‌ଙ୍କ ନାମ ଲେଖାଥିବା...

ପୁରୁଣା ଭୁବନେଶ୍ୱର: ଏକାମ୍ର ନିର୍ବାଚନମଣ୍ଡଳୀରେ ଆଜି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ ପାଇଁ ଲାଗିଥିବା ଫଳକରେ ବିଧାୟକ ବାବୁ ସିଂଙ୍କ ନାଁ ନ ଥିଲା। ଫଳକଗୁଡ଼ିକରେ ମେୟର ଓ କର୍ପୋରେଟର୍‌ଙ୍କ ନାମ ଲେଖାଥିବା ବେଳେ ବିଧାୟକଙ୍କ ସ୍ଥାନରେ ‘ମାନ୍ୟବର ଏକାମ୍ର ବିଧାୟକ’ ଉଲ୍ଲେଖ ରହିଥିଲା। ଏମିତିକି କାର୍ଯ୍ୟକ୍ରମକୁ ଯିବା ପୂର୍ବରୁ ଫଳକରେ ନିଜ ନାଁ ଅଛି କି ନାହିଁ ସେନେଇ ବିଧାୟକ ଶ୍ରୀ ସିଂ ପଚାରି ବୁଝିଥିଲେ। ରାମେଶ୍ବର ପାଟଣା ଛକରେ ଶୁଲଭ ଶୌଚାଳୟର ଉଦ୍‌ଘାଟନୀ ଫଳକରେ ବିଧାୟକଙ୍କ ପରି ସ୍ଥାନୀୟ କର୍ପୋରେଟର ନୃପେଶ ନାୟକ ମଧ୍ୟ ନିଜ ନାଁ କାଟିଦେବାକୁ ବିଏମ୍‌ସି ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁଙ୍କୁ ଅନୁରୋଧ କରିଥିଲେ।

ଶ୍ରୀ ନାୟକଙ୍କ ଯୁକ୍ତି ଥିଲା ବାପା, ମା’ ଶ୍ରଦ୍ଧାରେ ଯେଉଁ ନାମ ଦେଇଥାନ୍ତି ତାହାକୁ ଫଳକରେ ରଖିଲେ ସବୁବେଳେ ସୁରକ୍ଷା ଦେଇ ହେବ ନାହିଁ। ଯେତେବେଳେ କୁକୁର ପରିସ୍ରା କରିବ ନାମ ତଳେ ଥିଲେ ପ୍ରଥମେ ଆମ ନାଁରେ ପରିଶ୍ରା ପଡ଼ିବ। ତେଣୁ ଫଳକରେ ନାମ ରଖିବାକୁ ଉଚିତ୍‌ ମନେ କରେ ନାହିଁ। କର୍ପୋରେଟରଙ୍କ ଏହି କଥା ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ସେହିପରି ସୁନ୍ଦରପଦା କପିଳପ୍ରସାଦ ହାଟ ନିକଟରେ ୱାର୍ଡ ନଂ ୬୭ରେ ଶୁଲଭ ଶୌଚାଳୟ ଉଦ୍‌ଘାଟିତ ହୋଇଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.