Breaking News

ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ: ମୁମ୍ବାଇକୁ ଶୀର୍ଷକୁ ଛାଡ଼ିଲାନି ଆର୍‌ସିବି

ଚଳିତ ଡବଲ୍ୟୁପିଏଲ୍‌ର ଅନ୍ତିମ ଲିଗ୍ ମ୍ୟାଚ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୧ ରନ୍‌ରେ ମୁମ୍ବାଇ ଇଣ୍ଡିଅାନ୍ସକୁ ପରାସ୍ତ କରି ସମ୍ମାନର ସହ ବିଦାୟ ନେଇଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ସିଧାସଳଖ ଫାଇନାଲ୍ ଖେଳିବା ବାଟ ଛାଡ଼ିନାହିଁ ଆର୍‌ସିବି।

ମୁମ୍ବାଇ: ଚଳିତ ଡବଲ୍ୟୁପିଏଲ୍‌ର ଅନ୍ତିମ ଲିଗ୍ ମ୍ୟାଚ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୧ ରନ୍‌ରେ ମୁମ୍ବାଇ ଇଣ୍ଡିଅାନ୍ସକୁ ପରାସ୍ତ କରି ସମ୍ମାନର ସହ ବିଦାୟ ନେଇଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ସିଧାସଳଖ ଫାଇନାଲ୍ ଖେଳିବା ବାଟ ଛାଡ଼ିନାହିଁ ଆର୍‌ସିବି। ମୁମ୍ବାଇର ପରାଜୟ ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ଶୀର୍ଷରେ ରହି ଫାଇନାଲ୍ ଟିକେଟ୍ ପାଇଛି। ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଜାଏଣ୍ଟ୍‌ସ ମଧ୍ୟରେ ଏଲିମିନେଟର୍ ଖେଳାଯିବା ପରେ ଦ୍ବିତୀୟ ଫାଇନାଲିଷ୍ଟ୍ ନିର୍ଣ୍ଣୟ ହେବ। ୧୩ ତାରିଖରେ ଏଲିମିନେଟର୍ ଓ ୧୫ ତାରିଖରେ ଫାଇନାଲ୍ ମ୍ୟାଚ୍‌ ଖେଳାଯିବ।

ମଙ୍ଗଳବାର ପ୍ରଥମେ ବ୍ୟାଟିଂ କରିଥିବା ଆର୍‌ସିବି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୧୯୯ ରନ୍ ସଂଗ୍ରହ କରିଥିଲା। ସବିନେନି ମେଘନା (୧୩ ବଲ୍‌ରୁ ୨୬ ରନ୍), ସ୍ମୃତି ମନ୍ଧାନା (୩୭ ବଲ୍‌ରୁ ୫୩ ରନ୍), ଏଲିସ୍ ପେରି (୩୮ ବଲ୍‌ରୁ ୪୯* ରନ୍), ରିଚା ଘୋଷ (୨୨ ବଲ୍‌ରୁ ୩୬ ରନ୍) ଏବଂ ଜର୍ଜିଆ ୱାରହାମ (୧୦ ବଲ୍‌ରୁ ୩୧* ରନ୍) ଦ୍ରୁତ ରନ୍‌ ସଂଗ୍ରହ‌ କରିବାରୁ ଗତ ଥରର ବିଜେତା ଆର୍‌ସିବି ଆହ୍ବାନଭରା ସ୍କୋର୍‌ ଛିଡ଼ା କରିଥିଲା। ମାଥ୍ୟୁସ ୨ ୱିକେଟ୍ ନେଇଥିଲେ। ଜବାବରେ ନାଟ୍ ଶ୍ଚିଭର ବ୍ରଣ୍ଟ ବ‌ିସ୍ଫୋରକ ଅର୍ଦ୍ଧଶତକ (୩୫ ବଲ୍‌ରୁ ୬୯ ରନ୍) ହାସଲ କରିଥିଲେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଲକ୍ଷ୍ୟରେ ପହଞ୍ଚି ପାରିନଥିଲା। ତଥାପି ଲଢ଼ୁଆ ଜବାବ ଦେଇ ୧୮୮/୯ରେ ସୀମିତ ରହିଥିଲା। ପ୍ରଥମ ଓଭରରେ ଦୁଇଟି ୱିକେଟ୍ ସହ ସ୍ନେହା ରାଣା ୪-୦-୨୬-୩ର ବୋଲିଂ ଚିତ୍ର ପାଇଥିଲେ। ଗତଥରର ବିଜେତା ଆର୍‌ସିବି ଶେଷ ସ୍ଥାନ ଛାଡ଼ିବା ସହ ସାନ୍ତ୍ବନାମୂଳକ ବିଜୟରେ ଅଭିଯାନ ଶେଷ କରିଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.