Breaking News

ଫେଙ୍ଗଲ ସ୍ଥଳ ଭାଗ ଛୁଇଁବା ପରେ ବର୍ଷା ବିତ୍ପାତ । ଅନେକ ସ୍ଥିତିରେ ଏବେ ବନ୍ୟା ସ୍ଥିତି ।

ବାତ୍ୟା ଫେଙ୍ଗଲ ସ୍ଥଳ ଭାଗ ଛୁଇଁବା ପରେ ବର୍ଷା ବିତ୍ପାତ । ପୁଡୁଚେରୀରେ ୩୦ ବର୍ଷରେ ସର୍ବାଧିକ ବର୍ଷା ରେକର୍ଡ । ଚେନ୍ନାଇର ଅଧିକାଂଶ ଅଞ୍ଚଳ ଜଳମଗ୍ନ । ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି । ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ୟ୍ୟ ଜାରି ।

କନକ ବ୍ୟୁରୋ: ତାମିଲନାଡ଼ୁରେ ସାମୁଦ୍ରିକ ଝଡ଼ ଫେଙ୍ଗଲ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ରାଜ୍ୟର କେତେକ ସ୍ଥାନରେ ୩୬ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷାର ରେକର୍ଡ କରାଯାଇଛି, ବର୍ଷାର ପରିମାଣ ଏତେ ରହିଥିଲା ଯେ ବନ୍ୟାର ଭୟ ଦେଖାଯାଉଛି । ଏହି ସମୟ ମଧ୍ୟରେ କେତେକ ସ୍ଥାନରେ ୫୬ ସେଣ୍ଟିମିଟର ପର୍ୟ୍ୟନ୍ତ ବର୍ଷା ହୋଇଛି । ତାମିଲନାଡ଼ୁର ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜେଶ ଲଖାନି ଏହି ସୂଚନା ଦେଇଛନ୍ତି । କିଛି ସମୟ ଧରି ପ୍ରବଳ ବର୍ଷା ଲାଗି ରହିଥିଲା । ଗତକାଲି ସକାଳ ସାଢ଼େ ୮ଟାରୁ କେତେକ ସ୍ଥାନରେ ୫୬ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ବାସ୍ତବରେ ବାତ୍ୟା କିଛି ସମୟ ପାଇଁ ସ୍ଥିର ହୋଇଥିବାରୁ ପ୍ରବଳ ବର୍ଷା ହୋଇଥିଲା । ଅନେକ ଗଛ ଉପୁଡ଼ି ପଡ଼ିବା ସହ ପ୍ରବଳ ପାଣି ଜମି ରହିବା ସହ ରାସ୍ତା ଯାତାୟାତ ବାଧାପ୍ରାପ୍ତ ହେବା ସହ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି। ସାମୁଦ୍ରିକ ଝଡ଼ ଫେଙ୍ଗଲ ରବିବାର ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି । ଘରୁ ବାହାରିକା ମୁସ୍କିଲ ହୋଇପଡିଛି, ଯୁଆଡ଼େ ଦେଖିବ ଖାଲି ପାଣି ହିଁ ପାଣି । ଘର ଭିତରେ ପାଣି ପଶିଯିବା ଫଳରେ ରହିବା, ଖାଇବା ଲୋକମାନଙ୍କର ପାଇଁ ଚିନ୍ତାର କାରଣ ସାଜିଛି ।

ସୌଜନ୍ୟ-କନକ

Comments are closed.