ଧାନଗଦାରେ ନିଆଁ ଲଗାଇଲେ ଦୁର୍ବୃତ୍ତ: ୧୦ ଏକର ଚାଷ ଜମିର ଧାନ ପୋଡ଼ି ପାଉଁଶ

ବରଗଡ଼: ଧାନଜମିରୁ କଳେଇ ଆଣି ଖଳାରେ ଗଦାମାରି ରଖାଯାଇଥିଲା। ତେବେ ଏଥିରେ ନିଆଁ ଲାଗି ଧାନଗଦା ଜଳିଯାଇଛି। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ବୀରଜାମ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନିଆଁଲାଗି ଖଳାରେ ଗଦା ମରାଯାଇଥିବା ୧୦ ଏକର ଜମିର ଧାନ ଜଳିଯାଇଛି।

ଚାଷୀମାନେ କ୍ଷେତରୁ ଧାନ ଅମଳ କରି ଖଳାରେ ରଖିଥିଲେ। ଗତକାଲି ରାତିରେ କିଛି ଦୁର୍ବୃତ୍ତ ଧାନଗଦାରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ରାତିରେ ଧାନଗଦା ଜଳୁଥିବା ଦେଖି ଗ୍ରାମବାସୀମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। ଏବେ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି।
ସୌଜନ୍ୟ-ସମ୍ୱାଦ

Show More
Back to top button