ରାଶିଫଳ

ଫେବୃଆରୀ ୦୯ ତାରିଖ, ସୋମବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ- ଦିନଟି ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ଶୁଭ ଏବଂ ହଠାତ୍ ଧନ ଲାଭ ହେବାର ପ୍ରବଳ ଯୋଗ ରହିଛି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ଉଲ୍ଲେଖନୀୟ ସଫଳତା ପାଇବେ। କୌଣସି ପୁରୁଣା ବିନିଯୋଗରୁ ଭଲ ଲାଭ ପାଇବାର ସମ୍ଭାବନା ଅଛି।

ବୃଷ- ଆର୍ଥିକ ସ୍ଥିତି ମଜଭୁତ ରହିବ ଏବଂ ବିଭିନ୍ନ ସୂତ୍ରରୁ ଆୟ ବୃଦ୍ଧି ହେବ। ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ନୂତନ ଜ୍ଞାନ ଆହରଣ କରିବାକୁ ସୁଯୋଗ ପାଇବେ। ବ୍ୟବସାୟରେ ନୂତନ ଚୁକ୍ତି କରିବା ପାଇଁ ସମୟ ଅନୁକୂଳ ଅଟେ।

ମିଥୁନ- ଘାତବାର ରହିଛି, ତେଣୁ ମନରେ ଅଯଥା ଦ୍ୱନ୍ଦ୍ୱ ଓ କ୍ଲେଶ ବୃଦ୍ଧି ହେବାର ଆଶଙ୍କା ଅଛି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଏକାଗ୍ରତାର ଅଭାବ ଅନୁଭବ କରିବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରୁ ନିବୃତ୍ତ ରୁହନ୍ତୁ ଏବଂ ନିଜକୁ ଶାନ୍ତ ରଖନ୍ତୁ।

କର୍କଟ- ଶରୀର ପ୍ରତି ସାମାନ୍ୟ ସତର୍କ ରୁହନ୍ତୁ କାରଣ ସ୍ୱାସ୍ଥ୍ୟ କଷ୍ଟ ଦେଖାଦେଇପାରେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ା ପ୍ରତି ଅବହେଳା କରିପାରନ୍ତି। ଖାଦ୍ୟପେୟରେ ନିୟନ୍ତ୍ରଣ ରଖନ୍ତୁ ଏବଂ ଅଧିକ ପରିଶ୍ରମ ନ କରି ବିଶ୍ରାମ ନେବାକୁ ଚେଷ୍ଟା କରନ୍ତୁ।

ସିଂହ- ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ ଏବଂ ସୌଭାଗ୍ୟ ବୃଦ୍ଧି ଯୋଗୁ ଆୟ ବୃଦ୍ଧି ହେବାର ଶୁଭ ସୂଚନା ମିଳୁଛି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ଫଳାଫଳ ପାଇବେ। ପଦ-ମର୍ଯ୍ୟାଦା ବୃଦ୍ଧି ପାଇବାର ଯୋଗ ଅଛି।

କନ୍ୟା- ଶାରୀରିକ ସମସ୍ୟା ଦେଖାଦେଇପାରେ ଏବଂ ସ୍ୱାସ୍ଥ୍ୟ ହାନି ହେବାର ଭୟ ରହିଛି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି। ଯାନବାହନ ଚଳାଚଳ ବେଳେ ସତର୍କ ରୁହନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ।

ତୁଳା- ନିଜ ରାଶିରେ ଚନ୍ଦ୍ର ଥିବାରୁ ଆପଣଙ୍କ ପାଇଁ ନୂତନ ଆୟର ପଥ ପରିଷ୍କାର ହେବ ଏବଂ ମନ ପ୍ରଫୁଲ୍ଲ ରହିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନିଜର ଦକ୍ଷତା ପ୍ରଦର୍ଶନ କରି ପ୍ରଶଂସିତ ହେବେ। କୌଣସି ଶୁଭ କାର୍ଯ୍ୟର ଶୁଭାରମ୍ଭ କରିପାରନ୍ତି।

ବିଛା- ଅନାବଶ୍ୟକ ଖର୍ଚ୍ଚ ଯୋଗୁ ବ୍ୟୟ ବୃଦ୍ଧି ହୋଇପାରେ। ତେଣୁ ଆର୍ଥିକ ବଜେଟ୍ ଉପରେ ନଜର ରଖନ୍ତୁ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପରିଶ୍ରମ ଅନୁସାରେ ଫଳ ପାଇବାରେ ସାମାନ୍ୟ ବିଳମ୍ବ ହୋଇପାରେ। କାହାରିକୁ ଧାର ଦିଅନ୍ତୁ ନାହିଁ ଏବଂ ସତର୍କତାର ସହ ଖର୍ଚ୍ଚ କରନ୍ତୁ।

ଧନୁ- ଯାତ୍ରା ଶୁଭ ରହିବ ଏବଂ କୌଣସି କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ବାହାର ସ୍ଥାନରୁ ଶିକ୍ଷାଗତ ସୁଯୋଗ ପାଇପାରନ୍ତି। ଯାତ୍ରାରୁ ଧନ ଓ ସୁଖ ପ୍ରାପ୍ତିର ସମ୍ଭାବନା ଅଛି।

ମକର- ପ୍ରତିଭା ପାଇଁ ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବେ ଏବଂ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଉଚ୍ଚ ସମ୍ମାନ ପାଇବାର ଶୁଭ ଯୋଗ ରହିଛି। କର୍ମକ୍ଷେତ୍ରରେ ଆପଣଙ୍କର ପରିଶ୍ରମର ଉଚିତ୍ ମୂଲ୍ୟ ମିଳିବ।

କୁମ୍ଭ- ଦିନଟି ଅତ୍ୟନ୍ତ ଶୁଭ ଅଟେ ଏବଂ ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟର ସହଯୋଗ ମିଳିବ।ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଆଶାଜନକ ସଫଳତା ହାସଲ କରିବେ। ପରିବାରରେ ଶୁଭ କାର୍ଯ୍ୟ ଅନୁଷ୍ଠିତ ହେବାର ଯୋଗ ଅଛି ଏବଂ ମନ ଶାନ୍ତ ରହିବ।

ମୀନ- ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନୂତନ ଗବେଷଣା କିମ୍ବା ତଥ୍ୟ ଆହରଣରେ ସଫଳ ହେବେ। ଆପଣ କୌଣସି ହଜିଯାଇଥିବା ଦ୍ରବ୍ୟ କିମ୍ବା ପୁରୁଣା ଟଙ୍କା ଫେରିପାଇ ପାରନ୍ତି।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button