Breaking News

ଫେବ୍ରୁଆରି ୧୮ରୁ ଯୁକ୍ତ ୨ ଥିଓରି ପରୀକ୍ଷା, ଜାନୁଆରି ୨ରୁ ପ୍ରାକ୍ଟିକାଲ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା-୨୦୨୫ ଆସନ୍ତା ଫେବ୍ରୁଆରିରୁ ଆରମ୍ଭ ହେବ ବୋଲି କୁହାଯାଇଛି। ଆସନ୍ତା ଫେବ୍ରୁଆରି ୧୮ ତାରିଖ ଠାରୁ ୨୭ ତାରିଖ ଯାଏଁ ଯୁକ୍ତ ୨ ପରୀକ୍ଷା ଅନୁଷ୍ଠିତ ହେବ। ଫେବ୍ରୁଆରି ୧୮ ତାରିଖ ଦିନ ବିଜ୍ଞାନ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଆରମ୍ଭ ହେବ।

ଭୁବନେଶ୍ବର: ଯୁକ୍ତ ୨ରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବଡ଼ ଅପଡେ୍ଟ ଖବର ଆସିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା-୨୦୨୫ ଆସନ୍ତା ଫେବ୍ରୁଆରିରୁ ଆରମ୍ଭ ହେବ ବୋଲି କୁହାଯାଇଛି।

ଯୁକ୍ତ ୨ ବାର୍ଷିକ ପରୀକ୍ଷା ପାଇଁ ହାତରେ କମ ସମୟ ରହିଛି। ଏଥି ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ପାଠପଢ଼ାକୁ ତୀବ୍ର କରିଦିଆଯାଇଛି। ଠିକ୍‌ ସମୟରେ କୋର୍ସ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅଭିଭାବକମାନେମାନେ ନିଜନିଜର ପିଲାମାନଙ୍କ ସଫଳତା ପାଇଁ ମଧ୍ୟ ଲାଗିପଡ଼ିଛନ୍ତି। ସିଏଚ୍ଏସ୍ଇ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ଫେବ୍ରୁଆରି ୧୮ ତାରିଖ ଠାରୁ ୨୭ ତାରିଖ ଯାଏଁ ଯୁକ୍ତ ୨ ପରୀକ୍ଷା ଅନୁଷ୍ଠିତ ହେବ। ଫେବ୍ରୁଆରି ୧୮ ତାରିଖ ଦିନ ବିଜ୍ଞାନ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଆରମ୍ଭ ହେବ। ସେହିପରି ଫେବ୍ରୁଆରି ୧୯ ତାରିଖ ଠାରୁ କଳା ଓ ବାଣିଜ୍ୟର ଥିଓରି ପରୀକ୍ଷା ହେବ। ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରି ୨ରୁ ୧୨ ତାରିଖ ଯାଏଁ ଜାରି ରହିବ।

ସୂଚନାଯୋଗ୍ୟ, ଯୁକ୍ତ ୨ ବାର୍ଷିକ ପରୀକ୍ଷା-୨୦୨୫ ପାଇଁ ଗତ ସେପ୍ଟେମ୍ବର ୧୮ ତାରିଖ ଠାରୁ ଆରମ୍ଭ ହୋଇଥିଲା। ବିନା ଜରିମାନାରେ ଏହି ପ୍ରକ୍ରିୟା ‌ଅକ୍ଟୋବର ୧ ତାରିଖ ଯାଏଁ ଚାଲିଥିଲା। ସେହିପରି ୨୦୦ ଟଙ୍କା ଜରିମାନ‌ା ସହିତ ଛାତ୍ରଛାତ୍ରୀମାନେ ଅକ୍ଟୋବର ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମଫିଲପ୍‌ କରିଥିଲେ। ଏବେ ଛାତ୍ରଛାତ୍ରୀମାନଙ୍କ ପାଇଁ ୬୦୦ ଟଙ୍କା ଜରିମାନା ସହିତ ଫର୍ମ ଫିଲଅପ୍‌ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟା ଆସନ୍ତା ୨୫ ତାରିଖ ଯାଏଁ ଜାରି ରହିବ। ଯେଉଁ ଛାତ୍ରଛାତ୍ରୀମାନେ ଫର୍ମ ଫିଲଅପ୍‌ କରିଥିବେ, ସେମାନେ ବାର୍ଷିକ ପରୀକ୍ଷା-୨୦୨୫ରେ ସାମିଲ ହୋଇପାରିବେ।
ସୌଜନ୍ୟ-ସମ୍ୱାଦ

Comments are closed.