Breaking News

ଫୋକସ୍‌ରେ ଗ୍ୟାଜେଟ୍: ତ୍ବଚା ସମସ୍ୟା ନିରୂପଣ କରିବ ସେଲ୍ ବାୟୋପଏଣ୍ଟ୍

ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ପ୍ରସ୍ତୁତ କରୁଥିବା ଅନ୍ତର୍ଜାତୀୟ ଲୋରିଅଲ୍‌ କମ୍ପାନି ପକ୍ଷରୁ ‘ସେଲ୍‌ ବାୟୋପଏଣ୍ଟ୍’ ନାମରେ ଏକ ନୂତନ ଉତ୍ପାଦ ବଜାରକୁ ଛାଡ଼ିବାକୁ ଘୋଷଣା କରାଯାଇଛି।

ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ପ୍ରସ୍ତୁତ କରୁଥିବା ଅନ୍ତର୍ଜାତୀୟ ଲୋରିଅଲ୍‌ କମ୍ପାନି ପକ୍ଷରୁ ‘ସେଲ୍‌ ବାୟୋପଏଣ୍ଟ୍’ ନାମରେ ଏକ ନୂତନ ଉତ୍ପାଦ ବଜାରକୁ ଛାଡ଼ିବାକୁ ଘୋଷଣା କରାଯାଇଛି। ଏହି ଯନ୍ତ୍ରାଂଶଟି ଆମ ଚର୍ମରେ କୌଣସି ପ୍ରକାର କ୍ଷତ ନକରି, ଅର୍ଥାତ୍‌ ଶରୀର ଭିତରକୁ ପ୍ରବେଶ ନକରି ମଧ୍ୟ କେଇ ମିନିଟ୍‌ ଭିତରେ ତ୍ବଚାର ବିଶ୍ଳେଷଣ କରିପାରିବ। ଏହା ତ୍ବଚାର ବୟସ ନିର୍ଣ୍ଣୟ କରିବା ସହ ତ୍ବଚାର ଯତ୍ନ ନେବା ପାଇଁ ଉପଯୁକ୍ତ ଉପାଦାନ ଏବଂ ଭବିଷ୍ୟତରେ ତ୍ବଚାର କ୍ଷତି ପହଞ୍ଚାଇବାକୁ ଥିବା ସମ୍ଭାବ୍ୟ ପ୍ରସାଧାନ ସାମଗ୍ରୀ ବାବଦରେ ମଧ୍ୟ ଭବିଷ୍ୟବାଣୀ କରିପାରିବ ବୋଲି କମ୍ପାନି ଦାବି କରିଛି। କୋରୀୟ ଷ୍ଟାଟ୍‌ଅପ୍ ‘ନାନୋଏନ୍‌ଟେକ୍‌’ ଦ୍ବାରା ପଟେଣ୍ଟ୍‌ପ୍ରାପ୍ତ ଜ୍ଞାନକୌଶଳ ଦ୍ବାରା ଏହି ‘ସେଲ୍‌ ବାୟୋପଏଣ୍ଟ୍‌’କୁ ବିକଶିତ କରାଯାଇଛି। ମାତ୍ର ପାଞ୍ଚ ମିନିଟ୍‌ ଭିତରେ ଏହା ଜଣଙ୍କର ଚର୍ମର ସ୍ବତନ୍ତ୍ର ପ୍ରୋଟିନ୍‌ ଜୈବସଂକେତକୁ ଅନୁଧ୍ୟାନ କରି ଚର୍ମ ବାବଦରେ ଯାବତୀୟ ତଥ୍ୟ ଜଣାଇଦେଇପାରିବ।

ଏହି ସମୟ ଭିତରେ ଏକ ଟଚ୍‌ସ୍କ୍ରିନ୍ ମାଧ୍ୟମରେ ବ୍ୟବହାକାରୀଙ୍କୁ କିଛି ପ୍ରଶ୍ନ ପଚରାଯିବ ଏବଂ ତାଙ୍କ ଉତ୍ତରଦେବା ବେଳେ ମୁଖଭଙ୍ଗୀର ଫଟୋଚିତ୍ର ଉତ୍ତୋଳନ କରି ଯାହାକୁ ବିଶ୍ଳେଷଣ କରି ତ୍ବଚାର ଆୟୁ ମଧ୍ୟ ନିର୍ଣ୍ଣୟ କରିହେବ। ଏଥି ସହିତ ଉକ୍ତ ଟେବଲ୍‌ଟପ୍‌ ଯନ୍ତ୍ରାଂଶ ମାଧ୍ୟମରେ ତ୍ବଚାର ପ୍ରକାରଭେଦ କରିହେବା ସହ ତାହା କେତେ ଶୀଘ୍ର ବାର୍ଦ୍ଧକ୍ୟପ୍ରାପ୍ତ ହେବ, ତାହା ମଧ୍ୟ ଜାଣିହେବ। ସେହିପରି ସାଧାରଣତଃ ବ୍ରଣ ସମସ୍ୟା ପାଇଁ ବ୍ୟବହୃତ ରେଟିନଲ୍‌ କି ଭିଟାମିନ୍‌-ଏ ପରି ଉପାଦାନ ତ୍ବଚା ଉପରେ ପ୍ରଭାବ ପକାଉଛି କି ନାଇଁ, ତାହା ମଧ୍ୟ ଠଉରାଇପାରିବ। ଉକ୍ତ ଯନ୍ତ୍ରାଂଶର ସବିଶେଷ ଜ୍ଞାନକୌଶଳ ବାବଦରେ କମ୍ପାନି ନିରବ ରହିଥିବା ବେଳେ ଚଳିତବର୍ଷ ଏହା ପ୍ରଥମେ ଏସିଆରେ ଉପଲବ୍ଧ କରାଇବ ବୋଲି କମ୍ପାନି କହିଛି।

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.