ଫୋକସ୍ରେ ଗ୍ୟାଜେଟ୍: ବଜାରରେ ନୂଆ ମୋବାଇଲ୍ ଗେମିଂ କଣ୍ଟ୍ରୋଲର୍
ମୋବାଇଲ୍ ଗେମ୍ ଲଭର୍ସଙ୍କ ପାଇଁ ଏକ ଭଲ ଖବର। ଆଇଫୋନ୍ ୧୬ ସିରିଜ୍ ଲଞ୍ଚ୍ ଇଭେଣ୍ଟ୍ରେ ଉନ୍ମୋଚିତ ହୋଇଥିବା ବ୍ୟାକ୍ବୋନ୍ ୱାନ୍ ଗେମିଂ କଣ୍ଟ୍ରୋଲର୍ ବର୍ତ୍ତମାନ ଭାରତରେ ଉପଲବ୍ଧ ହେବାକୁ ଯାଉଛି।
ମୋବାଇଲ୍ ଗେମ୍ ଲଭର୍ସଙ୍କ ପାଇଁ ଏକ ଭଲ ଖବର। ଆଇଫୋନ୍ ୧୬ ସିରିଜ୍ ଲଞ୍ଚ୍ ଇଭେଣ୍ଟ୍ରେ ଉନ୍ମୋଚିତ ହୋଇଥିବା ବ୍ୟାକ୍ବୋନ୍ ୱାନ୍ ଗେମିଂ କଣ୍ଟ୍ରୋଲର୍ ବର୍ତ୍ତମାନ ଭାରତରେ ଉପଲବ୍ଧ ହେବାକୁ ଯାଉଛି। ଏହା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ସହିତ ୟୁଏସ୍ବି-ସି ଓ ଆଇଫୋନ୍ ସହିତ ଲାଇଟ୍ନିଂ ପୋର୍ଟ ମାଧ୍ୟମରେ ସଂଯୋଗ ହୋଇପାରିବ। ବ୍ୟାକ୍ବୋନ୍ ୱାନ୍ ଗେମିଂ କଣ୍ଟ୍ରୋଲର୍ର ଭାରତରେ ପ୍ରାରମ୍ଭିକ ମୂଲ୍ୟ ୭,୭୬୯ ଟଙ୍କା ରହିଛି ଏବଂ ଏହାକୁ ଆମାଜନ୍ରୁ କିଣାଯାଇପାରିବ।
କଣ୍ଟ୍ରୋଲର୍ର ୟୁଏସ୍ବି-ସି ଭାରିଆଣ୍ଟ୍ଟି ଆଇଫୋନ୍ ୧୫ କିମ୍ବା ୧୬ ସିରିଜ୍ ସମେତ ଯେକୌଣସି ଆଣ୍ଡ୍ରଏଡ୍ ଡିଭାଇସ୍ରେ କାମ କରିବ। ଲାଇଟ୍ନିଂ ଭର୍ସନ୍ କେବଳ ଆଇଫୋନ୍ ୧୪ ସିରିଜ୍ ଓ ପୁରୁଣା ମଡେଲ୍ଗୁଡ଼ିକ ପାଇଁ ଉଦ୍ଦିଷ୍ଟ। ବ୍ୟାକ୍ବୋନ୍ ୱାନ୍ କଣ୍ଟ୍ରୋଲର୍ ଦୁଇଟି ରଙ୍ଗରେ ଉପଲବ୍ଧ। ବେସ୍ ଭାରିଆଣ୍ଟ୍ କଳାରଙ୍ଗ ଏବଂ ଧଳା ସଂସ୍କରଣ (ଏଡିସନ୍) ସୋନି ପ୍ଲେ ଷ୍ଟେସନ୍ ସହଯୋଗରେ ଡିଜାଇନ୍ କରାଯାଇଛି।
ଆପଲ୍ ଆପ୍ ଷ୍ଟୋର୍ ଓ ଗୁଗଲ୍ ପ୍ଲେ ଷ୍ଟୋର୍ରେ ଉପଲବ୍ଧ ସମସ୍ତ ସ୍ମାର୍ଟଫୋନ୍ ଗେମ୍ ପାଇଁ ଡିଭାଇସ୍ ଏକ କନସୋଲ୍ ଗେମିଂ ଅଭିଜ୍ଞତା ପ୍ରଦାନ କରିବ। ମାଇନ୍କ୍ରାଫ୍ଟ, କଲ୍ ଅଫ୍ ଡ୍ୟୁଟି: ମୋବାଇଲ୍, ଡାଏବ୍ଲୋ ଇମ୍ମୋର୍ଟାଲ୍, ଗ୍ରାଣ୍ଡ୍ ଥେଫ୍ଟ ଅଟୋ: ସାନ୍ ଆଣ୍ଡ୍ରିଆସ୍ ଓ ଜେନ୍ସିନ୍ ଇମ୍ପାକ୍ଟ ଭଳି ଲୋକପ୍ରିୟ ମୋବାଇଲ୍ ଗେମ୍ ଏହି କନ୍ସୋଲ୍ ସାହାଯ୍ୟରେ ଖେଳିହେବ।
ଯେକୌଣସି ଫୋନ୍ କେସ୍ ସହିତ ସୁସଙ୍ଗତତା ପ୍ରଦାନ କରିବାକୁ ଏଥିରେ ଏକ ଚୁମ୍ବକୀୟ ଆଡାପ୍ଟର୍ ସିଷ୍ଟମ୍ ରହିଛି। ଏହା ପାସ୍-ଥ୍ରୁ ଚାର୍ଜିଂ ସପୋର୍ଟ ଯୋଗୁଁ ଗେମ୍ ଖେଳିବା ସହିତ ସ୍ମାର୍ଟଫୋନ୍କୁ ଚାର୍ଜ ମଧ୍ୟ କରିହେବ। ଏଥିରେ ୩.୫ ଏମ୍ଏମ୍ର ହେଡ୍ଫୋନ୍ ଜ୍ୟାକ୍ ରହିଛି। ଏହି ଗେମିଂ କଣ୍ଟ୍ରୋଲର୍ ସହିତ କମ୍ପାନି ଏକ ବର୍ଷର ୱାରେଣ୍ଟି ପ୍ରଦାନ କରୁଛି।
ସୌଜନ୍ୟ -ସମ୍ୱାଦ
Comments are closed.