Breaking News

ଫୋକସ୍‌ରେ ଗ୍ୟାଜେଟ୍: ସ୍ବୟଂ ରିଚାର୍ଜକ୍ଷମ କି’ବୋର୍ଡ

କମ୍ପ୍ୟୁଟର୍‌ରେ ଓୟାର୍‌ଲେସ୍‌ (ବେତାର) ମାଉସ୍‌ ଅଥବା କି’ବୋର୍ଡ ସଂଲଗ୍ନ ଥିଲେ କାମ କରିବାକୁ ସୁବିଧା ହୋଇଥାଏ। କାରଣ ସେଥିରେ କୌଣସି ତାର ସଂଯୋଗର ଝିନ୍‌ଝଟ ନଥାଏ। ତେବେ ସେଭଳି ସରଞ୍ଜାମଗୁଡ଼ିକର ଗୋଟିଏ ଅସୁବିଧା ହେଲା...

କମ୍ପ୍ୟୁଟର୍‌ରେ ଓୟାର୍‌ଲେସ୍‌ (ବେତାର) ମାଉସ୍‌ ଅଥବା କି’ବୋର୍ଡ ସଂଲଗ୍ନ ଥିଲେ କାମ କରିବାକୁ ସୁବିଧା ହୋଇଥାଏ। କାରଣ ସେଥିରେ କୌଣସି ତାର ସଂଯୋଗର ଝିନ୍‌ଝଟ ନଥାଏ। ତେବେ ସେଭଳି ସରଞ୍ଜାମଗୁଡ଼ିକର ଗୋଟିଏ ଅସୁବିଧା ହେଲା, ସେଗୁଡ଼ିକୁ ସକ୍ଷମ ରଖିବା ପାଇଁ ସେଥିରେ ବ୍ୟାଟେରି ଖଞ୍ଜାଯାଇଥାଏ, ଯାହାକୁ ବ୍ୟବହାର ଅନୁଯାୟୀ ପ୍ରାୟ ସପ୍ତାହକରେ ଥରେ ରିଚାର୍ଜ କରିବାକୁ ପଡ଼ିଥାଏ। ତେବେ ଏହି ଅସୁବିଧା ଦୂର କରିବା ପାଇଁ ଅନ୍ୟତମ କମ୍ପ୍ୟୁଟର୍‌ ସାମଗ୍ରୀ ନିର୍ମାତା ଲେନୋଭୋ କମ୍ପାନି ପକ୍ଷରୁ ଏକ ଅଭିନବ କି’ବୋର୍ଡ ବିକଶିତ କରାଯାଇଛି।

ନିକଟରେ ଆମେରିକାର ଲସ୍‌ ଭେଗାସ୍‌ ଠାରେ ପ୍ରଦର୍ଶିତ ଉପଭୋକ୍ତା ଇଲେକ୍ଟ୍ରୋନିକ୍‌ ପ୍ରଦର୍ଶନୀ (ସିଇଏସ୍‌-୨୦୨୫)ରେ ପ୍ରଦର୍ଶିତ ଲେନୋଭୋର ଏହି ଓୟାରଲେସ୍ କି’ବୋର୍ଡଟି ଦେଖିବାକୁ ଓ କାମ କରିବାକୁ ଅନ୍ୟ କି’ବୋର୍ଡ ପରି। ତେବେ ଏହାର ବୈଶିଷ୍ଟ୍ୟ ହେଲା, ଏଥିରେ କୌଣସି ବ୍ୟାଟେରି ଖଞ୍ଜାଯାଇନାହିଁ। ଅପରପକ୍ଷେ, ଏହା ସୂର୍ଯ୍ୟାଲୋକ ବା ଅନ୍ୟାନ୍ୟ ଘରୋଇ ଆଲୋକ ଉତ୍ସକୁ ବ୍ୟବହାର କରି ଆପଣା ଛାଏଁ ରିଚାର୍ଜ ହୋଇପାରିବ। ଫଳରେ କି’ବୋର୍ଡଟି କୌଣସି ବ୍ୟାଟେରି ବିନା ବର୍ଷ ବର୍ଷ ଧରି ସକ୍ରିୟ ରହିପାରିବ। ଏହା ଜଳ ନିରୋଧକ ମଧ୍ୟ। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୬୦୦୦ ଟଙ୍କା ରହିବ ବୋଲି ଆଶା କରାଯାଉଛି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.