Breaking News

ଫୋକସ୍‌ରେ ଗ୍ୟାଜେଟ୍: ହାତଘଣ୍ଟାର ବିକଳ୍ପ ମୁଦିଘଣ୍ଟା

ବିଭିନ୍ନ ପ୍ରକାର ଡିଜିଟାଲ୍‌ ହାତଘଣ୍ଟା ନିର୍ମାଣ କରି ବିଶ୍ବ ବଜାରରେ ସ୍ବତନ୍ତ୍ର ସ୍ଥାନ ଆବୋରି ବସିଥିବା ଜାପାନର କ୍ୟାସିଓ କମ୍ପାନି ନିକଟରେ ପ୍ରଥମ କରି ଏକ ହାତମୁଦି ଆକାରର ଘଣ୍ଟା ବଜାରକୁ ଛାଡ଼ିଛି।

ବିଭିନ୍ନ ପ୍ରକାର ଡିଜିଟାଲ୍‌ ହାତଘଣ୍ଟା ନିର୍ମାଣ କରି ବିଶ୍ବ ବଜାରରେ ସ୍ବତନ୍ତ୍ର ସ୍ଥାନ ଆବୋରି ବସିଥିବା ଜାପାନର କ୍ୟାସିଓ କମ୍ପାନି ନିକଟରେ ପ୍ରଥମ କରି ଏକ ହାତମୁଦି ଆକାରର ଘଣ୍ଟା ବଜାରକୁ ଛାଡ଼ିଛି। କମ୍ପାନି ତାହାର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଉନ୍ମୋଚନ କରିଥିବା ‘ସିଆରଡବ୍‌ଲ୍ୟୁ-୦୦୧-୧ଜେଆର୍‌’ ନାମକ ଏହି ମୁଦି-ଘଣ୍ଟାରେ ଖଚିତ କ୍ଷୁଦ୍ର ଏଲ୍‌ସିଡି ପରଦାରେ ସମୟ ସୂଚନା ପ୍ରଦର୍ଶିତ ହୋଇପାରୁଛି। ଏକ ଇଞ୍ଚରୁ ଛୋଟ ଆକାରର ଏହି ମୁଦି-ଘଣ୍ଟାରେ ଘଣ୍ଟା, ମିନିଟ୍‌ ଓ ସେକେଣ୍ଡ୍‌ ଆଦି ନିର୍ଭୁଲ୍‌ ଭାବରେ ସ୍ଥାନିତ ହୋଇଛି। ଏଥି ସହିତ ସେଥିରେ ରହିଥିବା ତିନିଟି ବଟନ୍‌ ସାହାଯ୍ୟରେ ଭିନ୍ନ ଭିନ୍ନ ସମୟ ଜୋନ୍‌ର ତାରିଖ ଓ ସମୟ ସେଟ୍‌ କରିହେବ। ଏହାକୁ ଷ୍ଟପ୍‌ଵାଚ୍‌ ଭାବେ ମଧ୍ୟ ବ୍ୟବହାର କରିହେବ। ଅନ୍ଧାରରେ ସମୟ ଜାଣିବା ପାଇଁ ଏହାର ପରଦାରେ ଲାଇଟ୍‌ ଲାଗିଛି।

ଏହା ଦେଖିବାକୁ ଗାଲାକ୍ସି ରିଙ୍ଗ ସ୍ମାର୍ଟଵାଚ୍‌ ଭଳି ହୋଇଥିଲେ ହେଁ ଏଥିରେ ରକ୍ତଚାପ, ହୃଦ୍‌ସ୍ପନ୍ଦନ କି ଅମ୍ଳଜାନ ସ୍ତର ମାପିବା ଲାଗି କୌଣସି ଶାରୀରିକ ସୁସ୍ଥତା ନିରୀକ୍ଷଣ ବ୍ୟବସ୍ଥା ନାହିଁ। ତେବେ ଦୈନନ୍ଦିନ ବ୍ୟବହାର ପାଇଁ ତାହାକୁ ସଂପୂର୍ଣ୍ଣ ରୂପେ ଜଳ ପ୍ରତିରୋଧୀ କରାଯାଇଛି ଏବଂ ସେଥିରେ ଖଞ୍ଜାଯାଇଥିବା ବ୍ୟାଟେରିଟି ଦୁଇ ବର୍ଷ ଯାଏ ଚାଲିବ ବୋଲି କ୍ୟାସିଓ କମ୍ପାନି ଦାବି କରିଛି। ଚଳିତ ମାସରୁ ଜାପାନରେ ବିକ୍ରି ଆରମ୍ଭ ହୋଇଥିବା ଏହି ମୁଦି-ଘଣ୍ଟାର ମୂଲ୍ୟ ୧୯,୮୦୦ ୟେନ୍‌ ରହିଛି ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୧୦,୮୧୦ ଟଙ୍କା ହେବ।
ସୌଜନ୍ୟ-ସମ୍ୱାଦ

Comments are closed.