Breaking News

ଫୋକସ୍‌ରେ ଗ୍ୟାଜେଟ୍: ୧୭ ହଜାରରେ ଦୁଇଟି ଡିସ୍‌ପ୍ଲେର ସ୍ମାର୍ଟଫୋନ୍‌

ଭାରତର ଅନ୍ୟତମ ଫୋନ୍‌ ନିର୍ମାତା କମ୍ପାନି ‘ଲାଭା’ ପକ୍ଷରୁ ତାହାର ସଦ୍ୟତମ ଉତ୍ପାଦ ‘ଲାଭା ବ୍ଳେଜ୍‌ ଡୁଓ ୫ଜି’ର ବଜାର ପ୍ରବେଶ କରାଯାଇଛି। ଏହି ୫ଜି ସ୍ମାର୍ଟଫୋନ୍‌ର ବିଶେଷତ୍ବ ହେଲା ଏହାର ପଛପଟେ ମଧ୍ୟ ଏକ ପରଦା ରହିଛି।

ଭାରତର ଅନ୍ୟତମ ଫୋନ୍‌ ନିର୍ମାତା କମ୍ପାନି ‘ଲାଭା’ ପକ୍ଷରୁ ତାହାର ସଦ୍ୟତମ ଉତ୍ପାଦ ‘ଲାଭା ବ୍ଳେଜ୍‌ ଡୁଓ ୫ଜି’ର ବଜାର ପ୍ରବେଶ କରାଯାଇଛି। ଏହି ୫ଜି ସ୍ମାର୍ଟଫୋନ୍‌ର ବିଶେଷତ୍ବ ହେଲା ଏହାର ପଛପଟେ ମଧ୍ୟ ଏକ ପରଦା ରହିଛି। ଆଣ୍ଡ୍ରଏଡ୍‌ ୧୪ ଉପରେ ପର୍ଯ୍ୟବସିତ ତଥା ୬ ନାନୋମିଟର୍‌ ଅକ୍ଟାକୋର୍‌ ‘ମିଡିଆଟେକ୍‌ ଡିମେନ୍‌ସିଟି ୭୦୨୫’ ପ୍ରସେସର୍‌ ଦ୍ବାରା ପରିଚାଳିତ ଏହି ଫୋନ୍‌ର ୮ ଜିବି ଯାଏ ରାମ୍‌ ଓ ୧୨୮ ଜିବି ଇଣ୍ଟର୍‌ନାଲ୍‌ ଷ୍ଟୋରେଜ୍‌ କ୍ଷମତା ରହିଛି। ଏହାର ସମ୍ମୁଖ ଭାଗରେ ଏକ ୬.୬୭ ଇଞ୍ଚର ଫୁଲ୍‌ ଏଚ୍‌ଡି ପ୍ଲସ୍‌ (୧୦୮୦x୨୪୦୦ ପିକ୍ସେଲ୍‌) ୩ଡି କର୍ଭଡ୍‌ ମୁଖ୍ୟ ଆମୋଲେଡ୍‌ ପରଦା ରହିଛି ଏବଂ ପଛପଟେ ୧.୫୮ ଇଞ୍ଚ ଆମୋଲେଡ୍‌ ପରଦା ରହିଛି।

ସେହିପରି ସୋନି ସେନ୍‌ସର୍‌ଯୁକ୍ତ ୬୪ ମେଗାପିକ୍ସେଲ୍‌ ମେନ୍‌ କ୍ୟାମେରା ଓ ୨ ମେଗାପିକ୍ସେଲ୍‌ ସେକେଣ୍ଡାରି କ୍ୟାମେରା ସହିତ ୧୬ ମେଗାପିକ୍ସେଲ୍‌ର ଏକ ସେଲ୍‌ଫି କ୍ୟାମେରା ମଧ୍ୟ ରହିଛି। ଏଥିରେ ଆକ୍ସିଲୋମିଟର, ପ୍ରକ୍ସିମିଟି ସେନ୍ସର, ଜାଇରୋସ୍କୋପ୍‌ ଓ ଇ-କମ୍ପାସ ଆଦି ସେନ୍‌ସର୍‌ ସାଙ୍ଗକୁ ଚାର୍ଜିଂ ପାଇଁ ସି-ଟାଇପ୍‌ ୟୁଏସ୍‌ବି ପୋର୍ଟ ରହିଛି। ଆର୍କ୍ଟିକ୍‌ ହ୍ବାଇଟ୍‌ ଓ ସେଲେଷ୍ଟିଆଲ୍‌ ବ୍ଲୁ ପରି ଦୁଇଟି ରଙ୍ଗରେ ଉପଲବ୍‌ଧ ‘ଲାଭା ବ୍ଲେଜ୍‌ ଡୁଓ ୫ଜି’ର ୬ ଜିବି ରାମ୍‌ ସଂସ୍କରଣର ମୂଲ୍ୟ ୧୮,୯୯୯ ଟଙ୍କା ରହିଥିବା ବେଳେ ୮ ଜିବି ସଂସ୍କରଣର ଦାମ୍‌ ହେଉଛି ୨୦,୪୯୯ ଟଙ୍କା। ତେବେ ୨୦ ତାରିଖରୁ ଆମାଜନ୍‌ରେ ଏହାର ଦୁଇଟି ସଂସ୍କରଣ ଉପରେ ଯଥାକ୍ରମେ ୨,୦୦୦ ଟଙ୍କା ଓ ୨,୫୦୦ ଟଙ୍କାର ରିହାତି ମିଳିବ।

 

 

 

ସୌଜନ୍ୟ-ସମ୍ୱାଦ

Comments are closed.