Breaking News

ବଜାରରେ ଏଚ୍‌ଏମ୍‌ଏସ୍‌ଆଇର ସାଇନ ୧୨୫

ନୂଆଦିଲ୍ଲୀ,୧୭।୨: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ନୂତନ ମଡେଲ ୨୦୨୫ ସାଇନ ୧୨୫ର ଅନାବରଣ ନିକଟରେ ହୋଇଯାଇଛି।
ଏ ସମ୍ପର୍କରେ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ସଭାପତି ଏବଂ ସିଇଓ ସୁଟୁସୁମୁ ଓଟାନି କହିଛନ୍ତି, ଆମେ ଆମର ନୂତନ ଓବିଡି୨ବି ନିୟାମକ ଅନୁରୂପ ସାଇନ ୧୨୫କୁ ଅନାବରଣ ସହ ବଜାର ପ୍ରବେଶ କରାଇ ବେଶ ଉତ୍ସାହିତ ଅଛୁ। ୨୦୦୬ରୁ ଡେବୁଟ ହୋଇଥିବା ସାଇନ ଏହାର ବିଭାଗରେ ସବୁଠାରୁ ପସନ୍ଦଯୋଗ୍ୟ ମୋଟରସାଇକେଲ ଭାବେ ସମସ୍ତଙ୍କର ପ୍ରିୟଭାଜନ ହୋଇଥିବାବେଳେ ଲକ୍ଷ ଲକ୍ଷ ଭାରତୀୟ ଗ୍ରାହକଙ୍କର ବିଶ୍ୱାସର ପ୍ରତୀକ ହୋଇପାରିଛି। ବର୍ଷ ବର୍ଷ ଧରି ଏହା ନୂଆ ମାନକ ତଥା କର୍ମଦକ୍ଷତାକୁ ଅପରିବର୍ତ୍ତନୀୟ ରଖିବା ସହିତ ଆରାମଦାୟକ ତଥା ବିଶ୍ୱସନୀୟତାକୁ ଜାରି ରଖିଛି। ସର୍ବାଧୁନିକ ନୂତନ ଜ୍ଞାନକୌଶଳରେ ପରିପ୍ରକାଶ କରିଥିବା ଏହି ସାଇନ୧୨୫ ସମସ୍ତ ଆକାଂକ୍ଷିତ ଚାଳକଙ୍କର ଇଚ୍ଛାକୁ ପରିପୂରଣ କରିପାରିବ ଏହା ଆମର ଦୃଢ଼ ବିଶ୍ୱାସ।
ନୂତନ ସାଇନ ୧୨୫ରେ ଆକର୍ଷଣୀୟ ଡିଜାଇନ, ରଙ୍ଗ ତଥା ଉଚ୍ଚ ବୈଶିଷ୍ଟ୍ୟ ଯୁକ୍ତ ଜ୍ଞାନକୌଶଳ ସାମିଲ ରହିଛି। ନୂତନ ସାଇନ ୧୨୫ ନିଜର ଏହି ଗଠନ ତଥା ବୈଶିଷ୍ଟ୍ୟଯୁକ୍ତ ଶୈଳୀକୁ ନେଇ ସମସ୍ତଙ୍କର ପ୍ରିୟଭାଜନ ହୋଇଥିବାବେଳେ ବର୍ତ୍ତମାନ ଏଥିରେ ନୂତନ ରଙ୍ଗର ଯୋଜନା ତଥା ଏକ ସତେଜଭରା ଚମକ ସହିତ ଆସିଛି। ୬ଟି ରଙ୍ଗର ବିକଳ୍ପକୁ ନେଇ ଏହା ବଜାର ଆସିଛି ଅତିରିକ୍ତ ଭାବରେ ମୋଟରସାଇକେଲରେ ବର୍ତ୍ତମାନ ୯୦ଏମଏମର ଚଉଡ଼ା ପଛ ଟାୟାରର ଉଭୟ ଦୃଶ୍ୟମାନକୁ ବୃଦ୍ଧିକରିବା ସହିତ ସଡ଼କ ସ୍ଥିରତା ଏଥିରେ ଦେଖା ଦେଇଛି।

 

 

 

 

 

 

 

 

 

ସୌଜନ୍ୟ-ଧରିତ୍ରୀ

 

Comments are closed.