Breaking News

ବଜାରରେ କିଆ ସାଇରସ୍‌

ଭାରତୀୟ ଅଟୋମୋବାଇଲ୍‌ ଶିଳ୍ପରେ କ୍ଷୁଦ୍ର ଏସ୍‌ୟୁଭି ସେଗ୍‌ମେଣ୍ଟ୍‌ରେ ସାମିଲ୍‌ ‌ହୋଇଛି କିଆ ସୋନେଟ୍‌ ସାଇରସ୍‌। ଏଥିରେ ୬ଟି ଏୟାର୍‌ବ୍ୟାଗ୍‌, କ୍ଲାଇମେଟ୍‌ ‌କଣ୍ଟ୍ରୋଲ୍‌ ପାଇଁ ୫ ଇଞ୍ଚ୍‌ର ସ୍କ୍ରିନ୍‌, ୩୦ ଇଞ୍ଚ୍‌ ଡିସ୍‌ପ୍ଲେ, ଭର୍ଟିକାଲ୍‌ ଏଲ୍‌ଇଡି ଡିଆର୍‌ଏଲ୍‌ସ...

ଭାରତୀୟ ଅଟୋମୋବାଇଲ୍‌ ଶିଳ୍ପରେ କ୍ଷୁଦ୍ର ଏସ୍‌ୟୁଭି ସେଗ୍‌ମେଣ୍ଟ୍‌ରେ ସାମିଲ୍‌ ‌ହୋଇଛି କିଆ ସୋନେଟ୍‌ ସାଇରସ୍‌। ଏଥିରେ ୬ଟି ଏୟାର୍‌ବ୍ୟାଗ୍‌, କ୍ଲାଇମେଟ୍‌ ‌କଣ୍ଟ୍ରୋଲ୍‌ ପାଇଁ ୫ ଇଞ୍ଚ୍‌ର ସ୍କ୍ରିନ୍‌, ୩୦ ଇଞ୍ଚ୍‌ ଡିସ୍‌ପ୍ଲେ, ଭର୍ଟିକାଲ୍‌ ଏଲ୍‌ଇଡି ଡିଆର୍‌ଏଲ୍‌ସ, ୧୭ ଇଞ୍ଚ୍‌ର ଆଲଏ ହ୍ବିଲ୍‌, ପାର୍କିଂ ସେନ୍‌ସର୍‌, ୩୬୦ଂ କ୍ୟାମେରା, ଲାର୍ଜ ବୁଟ୍‌ ସ୍ପେସ୍‌, ଟଚ୍‌ସ୍କ୍ରିନ୍‌ ଇନ୍‌ଫୋଟେନ୍‌ମେଣ୍ଟ୍ ସିଷ୍ଟମ୍‌, ଓଟିଏ ଅପ୍‌ଡେଟ୍‌ ଓ ଡିଜିଟାଲ୍‌ କ୍ଲଷ୍ଟର୍‌ ଭଳି ବୈଶିଷ୍ଟ୍ୟ ରହିଛି।

ଏଥି ସହିତ ଏହା ଉଭୟ ପେଟ୍ରୋଲ୍ ଓ ଡିଜେଲ୍‌ ସଂସ୍କରଣରେ ମଧ୍ୟ ଉପଲବ୍ଧ। ଏଥିରେ ୧୨୦ ପିଏସ୍‌ ପାୱାର୍‌ ଓ ୧୭୨ ନ୍ୟୁଟନ୍‌ ମିଟର୍‌ ଟର୍କ ସହ ୧.୦ ଲିଟର୍‌ ଟର୍ବୋ ପେଟ୍ରୋଲ୍‌ ଇଂଜିନ୍‌ ଏବଂ ୧୧୬ ପିଏସ୍‌ ପାୱାର୍‌ ଓ ୨୫୦ ନ୍ୟୁଟନ୍‌ ମିଟର୍‌ ଟର୍କ ସହ ୧.୫ ଲିଟର୍‌ ଡିଜେଲ୍‌ ଚାଳିତ ଇଂଜିନ୍‌ ରହିଛି। ଏହି ଏସ୍‌ୟୁଭି HTK, HTK (O), HTK+, HTX ସହିତ HTX+ ଓ HTX+(O) ପରି ୬ଟି ଭାରିଆଣ୍ଟ୍‌ ଏବଂ ୮ଟି ରଙ୍ଗରେ ଉପଲବ୍ଧ। ଯଦିଓ କମ୍ପାନି ଆସନ୍ତା ମାସରେ ଏହାର ମୂଲ୍ୟ ନିର୍ଦ୍ଧାରଣ କରିବ, ତଥାପି ଏହାର ପ୍ରାରମ୍ଭିକ ମୂଲ୍ୟ ୮.୫ରୁ ୯ଲକ୍ଷ ଟଙ୍କା (ଏକ୍ସ ସୋ’ରୁମ୍‌) ଭିତରେ ରହିବ ବୋଲି ଆକଳନ କରାଯାଉଛି। ସାଇରସ୍‌ର ବୁକିଂ ୩ ଜାନୁଆରି ୨୦୨୫ରୁ ଆରମ୍ଭ ହେବ ଏବଂ ଫେବ୍ରୁଆରି ମାସ‌େର ଏହାର ଡେଲିଭରି ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.