Breaking News

ବଜେଟ୍ ଅଧିବେଶନର ଚତୁର୍ଥ ଦିନରେ ଆଜି ସଂସଦରେ ଜବାବ ରଖିବେ ମୋଦୀ

ସଂସଦରେ ଜବାବ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବଜେଟ୍ ଅଧିବେଶନର ଆଜି ଚତୁର୍ଥ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ନ ୫ଟାରେ ନିଜ ମନ୍ତବ୍ୟ ରଖିବେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ମତ ରଖିବେ ମୋଦୀ

ନୂଆଦିଲ୍ଲୀ: ସଂସଦରେ ଜବାବ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବଜେଟ୍ ଅଧିବେଶନର ଆଜି ଚତୁର୍ଥ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ନ ୫ଟାରେ ନିଜ ମନ୍ତବ୍ୟ ରଖିବେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ମତ ରଖିବେ ମୋଦୀ । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ୧ ଘଣ୍ଟା ଧରି ଅଭିଭାଷଣ ରଖିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ସମସ୍ତେ ନିଜ ନିଜ ମତ ରଖୁଛନ୍ତି ।

ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଜ ମତ ରଖିଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ନିଜ ମତ ରଖିବେ। ଏହାସହ ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ଓ ଲୋକସଭାର ନିର୍ଦଳୀୟ ସାଂସଦ ପପୁ ଯାଦବଙ୍କ ବିରୋଧରେ ବିଶେଷାଧିକାର କ୍ଷୁର୍ଣ୍ଣ କରିବା ପାଇଁ ପ୍ରସ୍ତାବ ଆଗତ ହୋଇପାରେ ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.