Breaking News

ବଡ଼ଦିନରେ ରୁଷ୍‌ର ଘନଘନ କ୍ଷେପଣାସ୍ତ୍ର ମାଡ଼: ୟୁକ୍ରେନର ୫୯ ଡ୍ରୋନ୍‌କୁ ଖସାଇଲା

ୟୁକ୍ରେନର ଉତ୍ତର-ପୂର୍ବ ସହର ଖାରକିଭରେ ରୁଷ୍ ତରଫରୁ ଏକ ବଡ଼ ଧରଣର କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି ବୋଲି ମେୟର ଇଗୋର ତେରେଖୋଭ୍ ବୁଧବାର କହିଛନ୍ତି। ସହରରେ ଏକାଧିକ ବିସ୍ଫୋରଣର...

କିବ୍: ୟୁକ୍ରେନର ଉତ୍ତର-ପୂର୍ବ ସହର ଖାରକିଭରେ ରୁଷ୍ ତରଫରୁ ଏକ ବଡ଼ ଧରଣର କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି ବୋଲି ମେୟର ଇଗୋର ତେରେଖୋଭ୍ ବୁଧବାର କହିଛନ୍ତି। ସହରରେ ଏକାଧିକ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା ଏବଂ ଏବେ ବି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ହେଉଛି ବୋଲି ସେ ଟେଲିଗ୍ରାମ୍‌ରେ ଲେଖିଛନ୍ତି। ଆଞ୍ଚଳିକ ଗଭର୍ଣ୍ଣର କହିଛନ୍ତି, ରୁଷ୍ ୭ଟି କ୍ଷେପଣାସ୍ତ୍ର ମାଡ଼ କରିଥିବା ବେଳେ କ୍ଷୟକ୍ଷତିର ଆକଳନ କରାଯାଉଛି।

ତେଣେ ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର କହିଛି ଯେ ତାଙ୍କ ସେନା ରାତାରାତି ୫୯ଟି ୟୁକ୍ରେନୀୟ ଡ୍ରୋନ୍‌କୁ ଖସାଇ ଦେଇଥିବା ବେଳେ ୟୁକ୍ରେନ ବାୟୁସେନା କୃଷ୍ଣସାଗରରୁ କାଲିବର କ୍ରୁଜ୍ କ୍ଷେପଣାସ୍ତ୍ର ପ୍ରକ୍ଷେପଣ କରିଛି। ଜାନୁଆରିରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପୂର୍ବରୁ ଯଥାସମ୍ଭବ ଅଞ୍ଚଳକୁ ସୁରକ୍ଷିତ ରଖିବାକୁ ଚାହୁଥିବା ରୁଷ୍‌ ଗତ କିଛି ମାସ ମଧ୍ୟରେ ପୂର୍ବ ୟୁକ୍ରେନରେ ନିଜର ଅଗ୍ରଗତିକୁ ତ୍ୱରାନ୍ୱିତ କରିଛି। ଅସ୍ତ୍ରବିରତି କିମ୍ବା ଶାନ୍ତି ଚୁକ୍ତି ପାଇଁ କୌଣସି ଠୋସ୍ ସର୍ତ୍ତାବଳି ପ୍ରସ୍ତାବ ନ ଦେଇ ପ୍ରାୟ ତିନି ବର୍ଷ ଧରି ଚାଲିଥିବା ସଂଘର୍ଷର ଶୀଘ୍ର ଅନ୍ତ ଘଟାଇବାକୁ ରିପବ୍ଲିକାନ୍ ପ୍ରତିଶ୍ରୁତି ଦେଇଛି। ମସ୍କୋ ସେନା ଚଳିତ ବର୍ଷ ୟୁକ୍ରେନର ୧୯୦ରୁ ଅଧିକ ବସ୍ତିକୁ ଦଖଲ କରିଥିବା ଦାବି କରୁଥିବା ବେଳେ କିବ୍ ମାନବ ଶକ୍ତି ଓ ଗୋଳାବାରୁଦ ଅଭାବର ସମ୍ମୁଖୀନ ହେଉଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.