Breaking News

ବନ୍ଧୁକ ନେଇ ମାତା ବୈଷ୍ଣୋ ଦେବୀ ମନ୍ଦିର ଦର୍ଶନ କରିବାକୁ ଯାଇଥିବାରୁ ଗିରଫ କଲା ପୁଲିସ

ମାତା ବୈଷ୍ଣୋ ଦେବୀ ମନ୍ଦିର ପାଖରେ ମଦ ପିଇବାକୁ ନେଇ ବିବାଦ ହେବା ପରେ, ଏବେ ଆଉ ଏକ ବିବାଦ ସାମ୍ନାକୁ ଆସିଛି। ଜଣେ ମହିଳା ମାତା ବୈଷ୍ଣୋ ଦେବୀ ମନ୍ଦିରର ସୁରକ୍ଷା ଭଙ୍ଗ କରିବାକୁ ଚେଷ୍ଟା କରିଥିବା ଜଣାଯାଇଛି।

ନୂଆଦିଲ୍ଲୀ: ମାତା ବୈଷ୍ଣୋ ଦେବୀ ମନ୍ଦିର ପାଖରେ ମଦ ପିଇବାକୁ ନେଇ ବିବାଦ ହେବା ପରେ, ଏବେ ଆଉ ଏକ ବିବାଦ ସାମ୍ନାକୁ ଆସିଛି। ଜଣେ ମହିଳା ମାତା ବୈଷ୍ଣୋ ଦେବୀ ମନ୍ଦିରର ସୁରକ୍ଷା ଭଙ୍ଗ କରିବାକୁ ଚେଷ୍ଟା କରିଥିବା ଜଣାଯାଇଛି। କଟରା ପୁଲିସ ଏହି ଘଟଣାକୁ ନେଇ ଜଣେ ମହିଳାଙ୍କୁ ଗିରଫ କରିଛି। ତାଙ୍କ ପାଖରୁ ଏକ ପିସ୍ତଲ ମଧ୍ୟ ଜବତ କରାଯାଇଛି।

ସୂଚନା ମିଳିଛି ଯେ, ଏହି ମହିଳା ଜଣକ ପିସ୍ତଲ ଧରି ମନ୍ଦିର ଦର୍ଶନ ପାଇଁ ଯାଉଥିଲେ ବୋଲି ସାମ୍ନାକୁ ଆସିଛି। ମହିଳାଙ୍କ ନାମ ଜ୍ୟୋତି ଗୁପ୍ତା ବୋଲି ଚିହ୍ନଟ କରାଯାଇଛି, ଯିଏ ଦିଲ୍ଲୀ ପୁଲିସରେ କାମ କରନ୍ତି। ମହିଳାଜଣକ ଯେଉଁ ପିସ୍ତଲ ସହିତ ଆସିଥିଲେ, ତାହାର ଲାଇସେନ୍ସର ମିଆଦ ଶେଷ ହୋଇଯାଇଥିଲା। ଏହା ଜାଣିବା ପରେ କଟରା ପୁଲିସ ଏକ ଏଫଆଇଆର ରୁଜୁ କରି ମହିଳାଙ୍କୁ ଗିରଫ କରିଛି। ପୁଲିସ କହିଛି ଯେ ଅଭିଯୁକ୍ତ ମହିଳାଙ୍କ ବିରୋଧରେ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଗୋଟିଏ ଦିନ ପୂର୍ବରୁ, ସୋସିଆଲ ମିଡିଆ ଇନଫ୍ଲୁଏନସର ଓରି ଓରଫ ଓରହାନ ମାତା ବୈଷ୍ଣୋ ଦେବୀ ମନ୍ଦିର ଯାଇ ବିବାଦରେ ପଡ଼ିଥିଲେ। ବୈଷ୍ଣୋ ଦେବୀଙ୍କ ବେସ୍ କ୍ୟାମ୍ପ କଟରାସ୍ଥିତ ଏକ ହୋଟେଲରେ ମଦ୍ୟପାନ କରିବା ପାଇଁ ଓରି ଏବଂ ଅନ୍ୟ ୭ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଆଇନ ଅନୁଯାୟୀ, କଟରାରେ ମଦ ବିକ୍ରୟ, ରଖିବା ଏବଂ ପିଇବା ସମ୍ପୂର୍ଣ୍ଣ ନିଷେଧ। ସୋମବାର ଦିନ ପୋଲିସ ଏହି ସୂଚନା ଦେଇଥିଲା।

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.