Breaking News

ବନ୍ୟପ୍ରାଣୀ ସପ୍ତାହ ୨୦୨୪ ପାଳନ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ମହାତ୍ମା ଗାନ୍ଧୀଙ୍କର ପୁଣ୍ୟ ଜନ୍ମତିଥି ଅବସରରେ

0

ଶାନ୍ତି ଓ ଅହିଂସାର ଉପାସକ ମହାତ୍ମା ଗାନ୍ଧୀଙ୍କର ପୁଣ୍ୟ ଜନ୍ମତିଥି ଅବସରରେ ଅକ୍ଟୋବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ବନ୍ୟପ୍ରାଣୀ ସପ୍ତାହ ସାରା ଦେଶରେ ପ୍ରତିବର୍ଷ ପାଳିତ ହୋଇଆସୁଅଛି |ବନ୍ୟପ୍ରାଣୀମାନଙ୍କୁ ସୁରକ୍ଷା ଦେବା ଏବଂ ସେମାନଙ୍କ ଆବାସସ୍ଥଳୀର ସୁରକ୍ଷା ଓ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରିବା ବନ୍ୟପ୍ରାଣୀ ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ |
‘ଜୀବେ ଦୟା’ ଆମ ସଂସ୍କୃତି ଓ ପରମ୍ପରାର ମୂଳ ମନ୍ତ୍ର | ମାନବ ସମାଜ ତିଷ୍ଠି ରହିବା ପାଇଁ ପ୍ରାକୃତିକ ଭାରସାମ୍ୟ ଅପରିହାର୍ଯ୍ୟ | ଏଥିପାଇଁ ବନ୍ୟପ୍ରାଣୀଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ଅଟେ | ଏହି ଅବସରରେ ବନ୍ୟପ୍ରାଣୀ ତଥା ସେମାନଙ୍କ ଅବାସସ୍ଥଳୀର ସୁରକ୍ଷା , ସଂରକ୍ଷଣ ଓ ଅଭିବୃଦ୍ଧି ନିମନ୍ତେ ମୁଁ ସ୍ଥାନୀୟ ଅଧିବାସୀ, ସ୍ବେଛାସେବୀ ତଥା ଜନସାଧାରଣଙ୍କର ସକ୍ରିୟ ସହଯୋଗ କାମନା କରୁଅଛି |

( ମୋହନ ଚରଣ ମାଝୀ )
ମୁଖ୍ୟମନ୍ତ୍ରୀ , ଓଡିଶା

ସୌଜନ୍ୟ

 

Leave A Reply

Your email address will not be published.