Breaking News

ବରଗଡ଼ରେ ନାବାଳିକାଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଦେହରେ ନିଜେ ଲଗାଇଲେ ନିଆଁ

 

ପଦ୍ମପୁର ୧୧।୦୮ :  କେବେ ଥମିବ ଆତ୍ମାଦାହ ଘଟଣା । ବରଗଡ଼ ପଦ୍ମପୁରରୁ ଆସିଛି ଏକ ଅଭାବନୀୟ ଘଟଣା । ନିଜକୁ ନଜେ ଜାଳିଦେଲେ ନାବାଳିକା । ପେଟ୍ରୋଲ ଢାଳି ନାବାଳିକାଙ୍କ ଆତ୍ମାହୁତି ଉଦ୍ୟମ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ବରଗଡ଼ ଜିଲ୍ଲା ଗାଏସିଲଟ ଥାନା ଫିରିଙ୍ଗିମାଳ ଗାଁରୁ ଆସିଛି ଅଭାବନୀୟ ଘଟଣା । ଜଣେ ୧୩ ବର୍ଷୀୟ ନାବାଳିକା ନିଜ ଦେହରେ ପଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯାହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ଯାଏଁ କଣ ପାଇଁ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ମାମୁ ଘର ଫିରିଙ୍ଗିମାଳରେ ରହି ଅଷ୍ଟମ ଶ୍ରେଣୀରେ ପଢୁଥିଲେ ଛାତ୍ରୀ।  ବାକି ପୋଲିସ ଘଟଣାର ଛାନ୍‌ଭିନ୍ କରୁଛି ।

 

 

ସୌଜନ୍ୟ – ସମ୍ବାଦ

Comments are closed.