Breaking News

ବର୍ଡର ଗାଭାସ୍କର ଟ୍ରଫି : ଶେଷ ଦୁଇ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆର ଦଳ ଘୋଷଣା । ଏହି ୧୯ ବର୍ଷୀୟ ଖେଳାଳିଙ୍କୁ ମିଳିଲା ସୁଯୋଗ ।

ଭାରତ-ଅଷ୍ଟ୍ରେଲିଆ ଭିତରେ ଚାଲିଛି ବର୍ଡର ଗାଭାସ୍କର ଟ୍ରଫି । କଡା ଟକ୍କର ଭିତରେ ଚାଲିଥିବା ଏହି ଟେଷ୍ଟ ସିରିଜ୍ ଏବେ ୧-୧ରେ ବରାବର ଅଛି । ଆଉ ଏହାରି ଭିତରେ ଚତୁର୍ଥ ଏବଂ ପଞ୍ଚମ ଟେଷ୍ଟ ପାଇଁ ଦଳ ଘୋଷଣା କରିଛି କ୍ରିକେଟ୍ ଅଷ୍ଟ୍ରେଲିଆ ।

ଭାରତ-ଅଷ୍ଟ୍ରେଲିଆ ଭିତରେ ଚାଲିଛି ବର୍ଡର ଗାଭାସ୍କର ଟ୍ରଫି । କଡା ଟକ୍କର ଭିତରେ ଚାଲିଥିବା ଏହି ଟେଷ୍ଟ ସିରିଜ୍ ଏବେ ୧-୧ରେ ବରାବର ଅଛି । ଆଉ ଏହାରି ଭିତରେ ଚତୁର୍ଥ ଏବଂ ପଞ୍ଚମ ଟେଷ୍ଟ ପାଇଁ ଦଳ ଘୋଷଣା କରିଛି କ୍ରିକେଟ୍ ଅଷ୍ଟ୍ରେଲିଆ । ତେବେ ଏହି ଦଳ ଘୋଷଣାରେ ଅଷ୍ଟ୍ରେଲିଆ ଦଳରେ ବଡ଼ ପରିବର୍ତ୍ତନ ଘଟିଛି । ଓପନର ନାଥନ ମୈକସ୍ୱିନୀଙ୍କୁ ଦଳରୁ ବାହାର କରିବା ସହିତ ଦୀର୍ଘ ଦିନର ବ୍ୟବଧାନ ପରେ ଦଳକୁ ଫେରିଛନ୍ତି ଝାଏ ରିଚର୍ଡସନ୍ ।

ତେବେ ୧୯ ବର୍ଷୀୟ ସାମ୍ କୋଣ୍ଟାସଙ୍କୁ ମଧ୍ୟ ଅଷ୍ଟ୍ରେଲିଆ ଦଳରେ ମିଳିଛି ସୁଯୋଗ । ତେବେ ଦୀର୍ଘ ୭୦ ବର୍ଷ ଭିତରେ ଏତେ କମ୍ ବୟସର ଖେଳାଳି ଅଷ୍ଟ୍ରେଲିଆ ଟିମରେ ସାମିଲ ହେଇନଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶେଷ ଦୁଇଟି ଟେଷ୍ଟ ପାଇଁ ଘୋଷଣା କରାଯାଇଥିବା ଦଳରେ ଅନେକ ଖେଳାଳି ନିଜର ସ୍ଥାନ ସୁରକ୍ଷିତ ରଖିପାରିଥିବାବେଳେ, କିଛି ନୂଆ ଖେଳାଳିଙ୍କୁ ମଧ୍ୟ ସୁଯୋଗ ମିଳିଛି ।

ସାମ୍ କୋଣ୍ଟାସ୍ ବ୍ୟାଟ୍ସମ୍ୟାନ୍ ନାଥନ୍ ମୈକସ୍ୱିନୀଙ୍କ ସ୍ଥାନ ନେଇପାରନ୍ତି । ଅନ୍ୟପଟେ ଦ୍ରୁତ ବୋଲର ଝାଏ ରିଚାର୍ଡସନଙ୍କ କମବ୍ୟାକ୍ ମଧ୍ୟ ଅଷ୍ଟ୍ରେଲିଆ ବୋଲିଂ ଲାଇନଅପକୁ ଅଧିକ ସୁଦୃଢ଼ କରିବ । ଗତ ୨୦୨୧ ମସିହା ଆସେସ୍ ସିରିଜ୍ ବେଳେ ସେ ଆଡିଲେଡରେ ଖେଳିଥିଲେ । ଯାହାପରେ ଦୀର୍ଘ ୩ ବର୍ଷ ପରେ ସେ ଦଳରେ ସାମିଲ ହେଇଛନ୍ତି ।

ଜାଣିରଖିବା ଉଚିତ୍ ଯେ, ବର୍ଡର ଗାଭାସ୍କର ଟ୍ରଫିରେ ଏଥର ମୋଟ ୫ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ୩ଟି ମ୍ୟାଚ୍ ଖେଳାଯାଇସାରିଛି । ୩ୟ ଟେଷ୍ଟ ଡ୍ର ରହିବା ପରେ ସିରିଜ୍ ଏବେ ୧-୧ରେ ବରାବର ଅଛି । ଆଉ ଆସନ୍ତା ଡିସେମ୍ବର ୨୬ ତାରିଖରେ ବକ୍ସି ଡେ’ ଟେଷ୍ଟ ଖେଳାଯିବ ।

 

 

 

ସୌଜନ୍ୟ-କନକ

Comments are closed.