Breaking News

ବର୍ଷକରେ ବଢିଛନ୍ତି ମାତ୍ର ୫ ହାତୀ ; ୧୩ ଡିଭିଜନରେ ହାତୀ ସଂଖ୍ୟା ଶୂନ୍

ଆସିଲା ୨୦୨୪ ହାତୀ ଗଣନା ରିପୋର୍ଟ । ରିପୋର୍ଟ ଅନୁସାରେ, ରାଜ୍ୟରେ ବର୍ଷକରେ ବଢିଛନ୍ତି ମାତ୍ର ୫ ହାତୀ । ରାଜ୍ୟର ୩୮ଟି ଡିଭିଜନରେ ଅଛନ୍ତି ୨୧୦୩ ହାତୀ ।

କନକ ବ୍ୟୁରୋ: ଆସିଲା ୨୦୨୪ ହାତୀ ଗଣନା ରିପୋର୍ଟ । ରିପୋର୍ଟ ଅନୁସାରେ, ରାଜ୍ୟରେ ବର୍ଷକରେ ବଢିଛନ୍ତି ମାତ୍ର ୫ ହାତୀ । ରାଜ୍ୟର ୩୮ଟି ଡିଭିଜନରେ ଅଛନ୍ତି ୨୧୦୩ ହାତୀ ।

ମୋଟ୍ ୩୩୪ ଟି ବଡ଼ ଦନ୍ତା ହାତୀ, ୧୨ ଟି ବଡ଼ ମାଖନା ହାତୀ, ୬୭୮ ଟି ମାଇ ହାତୀ ଓ ୪୦୩ ଟି ହାତୀ ଛୁଆ ଅଛନ୍ତି । କିନ୍ତୁ ୧୩ ଟି ଡିଭିଜନରେ ଗୋଟିଏ ବି ହାତୀ ନାହାନ୍ତି । ଢେଙ୍କାନାଳ ଡିଭିଜନରେ ସର୍ବାଧିକ ୧୯୧ ଟି କେନ୍ଦୁଝର ଡିଭିଜନରେ ୧୬୦ ଟି ଆଠଗଡ଼ ଡିଭିଜନରେ ୧୨୪ ଟି, ଦେଓଗଡ଼ ଡିଭିଜନରେ ୧୨୩ ଟି ଓ ଅନୁଗୁଳରେ ୧୧୭ ଟି ହାତୀ ଅଛନ୍ତି ।

ରିପୋର୍ଟ ଅନୁସାରେ , ରାଜ୍ୟରେ ହାତୀଙ୍କ ସଂଖ୍ୟା କମିଛି । ପୂର୍ବରୁ ହୋଇଥିବା ହାତୀ ଗଣନାରୁ ଚଳିତ ହାତୀ ଗଣନା ଭିତରେ ୪୮ ହାତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ସୌଜନ୍ୟ-କନକ

Comments are closed.