Breaking News

ବାତ୍ୟା ‘ଦାନା’ର ଗତିପଥରେ ସମାନ୍ୟ ପରିବର୍ତ୍ତନ: ଭିତରକନିକା-ଧାମରା ମଝିରେ ସ୍ଥଳଭାଗ ନ ଛୁଇଁ ଅଳ୍ପ ଦୂରେଇବା ସମ୍ଭାବନା

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ର ଗତିପଥରେ ସମାନ୍ୟ ପରିବର୍ତ୍ତନ ହୋଇଛି। ଫଳରେ ଏହା ଭିତରକନିକା-ଧାମରା ମଝିରେ ସ୍ଥଳଭାଗ ନ ଛୁଇଁ ଅଳ୍ପ ଦୂରେଇବା ସମ୍ଭାବନା ରହିଛି...

0

ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ‘ଦାନା’ର ପ୍ରଭାବରେ ସାମୁଦ୍ରିକ ବାତ୍ୟା ‘ଦାନା’ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ ବଢ଼ିବାରେ ଲାଗିଛି।

ପୂର୍ବରୁ ‘ଦାନା’ ଭିତରକନିକା ଏବଂ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍‌  କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା।

ମାତ୍ର ଏବେ ବାତ୍ୟା ‘ଦାନା’ର ଗତିପଥରେ ସମାନ୍ୟ ପରିବର୍ତ୍ତନ ହୋଇଛି। ଫଳରେ ଏହା ଭିତରକନିକା-ଧାମରା ମଝିରେ  ସ୍ଥଳଭାଗ ନ ଛୁଇଁ ଅଳ୍ପ ଦୂରେଇବା ସମ୍ଭାବନା ରହିଛି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.