Breaking News

ବାରବାଟୀରେ ଲାଇଟ୍ ଲିଭିଗଲା, ଛି… ଛି… ଛିରେ ନନୀ ଛି… ଗୀତରେ ଷ୍ଟାଡିୟମ କମ୍ପିଲା

ଲାଇଟ୍ କଟିଯିବା ଏବଂ ଠିକ୍ ସେହି ସମୟରେ ‘ଛି... ଛି... ଛିରେ ନନୀ ଛି...’ ଗୀତ ବାଜିବା ଦର୍ଶକଙ୍କୁ ମଜା ଦେଇଥିଲା । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଲାଇଟ କଟିବାର ଭିଡିଓ ସହ ପଡିଆରେ ବାଜୁଥିବା ଗୀତକୁ ନେଇ ଅନେକ ଲୋକ ସୋସିଆଲ ମିଡିଆରେ ସେୟାର କରି ପରଫେକ୍ଟ ଟାଇମକୁ ପରଫେକ୍ଟ ଗୀତ... ବୋଲି ଷ୍ଟାଟସ ଦେଇଛନ୍ତି ।

କଟକ: ଇଣ୍ଡିଆ… ଇଣ୍ଡିଆ… ନାରାରେ କମ୍ପୁଥିଲା କଟକ । ବାରବାଟୀରେ ଥିଲା ଖଚାଖଚ ଭିଡ । ଗୋଟେ ଛକା କି ଚୌକା ବର୍ଷିଲେ ହୁଇସିଲ୍ ଏବଂ ତାଳିରେ ଷ୍ଟାଡିୟମ କମ୍ପାଉଥିଲେ ଦର୍ଶକ । ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ଦେଖିବାକୁ ବାରବାଟୀରେ ଦର୍ଶକ ଉତ୍ସାହୀ ଥିଲେ ଆଉ ପ୍ରଥମେ ବ୍ୟାଟ୍ ଧରି ଇଂଲଣ୍ଡକୁ ଧରାଶାୟୀ କରିବାକୁ ରୋହିତ୍ ଓ ଗିଲ୍ ମୈଦାନକୁ ଓହ୍ଲାଇଥିଲେ । ଖେଳ ଠିକ୍ ଠାକ୍ ଚାଲିଥିଲା ହେଲେ ସଂଧ୍ୟା ପ୍ରାୟ ୬ଟା ୧୫ ବେଳକୁ ଏମିତି ଏକ ଘଟଣା ଘଟିଲା ଯାହା ଭାରତୀୟ ଓପନରଙ୍କ ଜୋସ୍ ଆଗରେ ବାଧା ସୃଷ୍ଟି କରିଥିଲା । ଆଉ ସେମାନେ ଏକ ପ୍ରକାର ବିରକ୍ତି ହୋଇଥିଲେ ।

ମ୍ୟାଚ୍ ମଝିରେ ବାରବାଟୀ ଷ୍ଟାଡିୟମରେ ଲାଇଟ୍ ଲିଭିଗଲା ଯେଉଁଥିପାଇଁ ଖେଳ କିଛି ସମୟ ପାଇଁ ବନ୍ଦ ରହିଲା । ୩୦୪ ରନର ଟାର୍ଗେଟ୍ ଦେଇଥିବା ଇଂଲଣ୍ଡକୁ ପିଛା କରି ୬ ଓଭରରେ ୪୮ ରନ କରିଥିବା ବେଳେ ମ୍ୟାଚ ମଝିରେ ଆଲୁଅ ଲିଭିଗଲା । ବିଭ୍ରାଟ କାରଣରୁ ତ ଓସିଏ ପୁଣି  ବିଶ୍ବସ୍ତରରେ ଲଜ୍ଜିତ ହେଲା ହେଲେ ଏହି ସମୟରେ ଏକ ମଜାଳିଆ ଗୀତ ବାଜୁଥିଲା ଯାହା ଦର୍ଶକଙ୍କୁ ଷ୍ଟାଡିୟମରେ ଖୁବ୍ ଝୁମେଇଥିଲା । ଲାଇଟ୍ କଟିଯିବା ଏବଂ ଠିକ୍ ସେହି ସମୟରେ ଓଡିଶାରେ ଭାଇରାଲ ହେଉଥିବା ଗୀତ ‘ଛି… ଛି… ଛିରେ ନନୀ ଛି…’ ଗୀତ ବାଜିବା ଦର୍ଶକଙ୍କୁ ମଜା ଦେଇଥିଲା । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଲାଇଟ କଟିବାର ଭିଡିଓ ସହ ପଡିଆରେ ବାଜୁଥିବା ଗୀତକୁ ନେଇ ଅନେକ ଲୋକ ସୋସିଆଲ ମିଡିଆରେ ସେୟାର କରି ପରଫେକ୍ଟ ଟାଇମକୁ ପରଫେକ୍ଟ ଗୀତ… ବୋଲି ଷ୍ଟାଟସ ଦେଇଛନ୍ତି ।

ରୋହିତ ଓ ଗିଲ୍ ପଡିଆରୁ ବାହାରିଯିବା ସମୟରେ ଏହି ଗୀତ ବାଜୁଥିଲା । ଖାଲି ସେତିକି ନୁହେଁ କୋହଲିଙ୍କ ଆଉଟ୍ ବେଳେ ବି ଏହି ଗୀତ ବାଜିଥିଲା । ବାରବାଟୀ ୨ୟ ଦିନିକିଆରେ ରୋହିତ ଏବଂ କୋହଲିଙ୍କ ଠାରୁ ଦର୍ଶକ ଅନେକ ଆଶା ରଖିଥିଲେ ହେଲେ କୋହଲି ମାତ୍ର ୫ ରନ କରି ଆଉଟ୍ ହୋଇଥିଲେ ଯାହା ପ୍ରଶଂସକଙ୍କୁ ନିରାଶ କରିଥିଲା । କୋହଲି ଯେତେବେଳେ ଆଉଟ୍ ହୋଇ ଫେରିଯାଉଥିବା ବେଳେ ‘ଛି… ଛି… ଛିରେ ଗୀତ ବାଜିଥିଲା ।

ଫ୍ଲଡ ଲାଇଟ କଟିଯିବାରୁ ବାରବାଟୀ ପୁଣି ଥରେ ବଦନାମ ହେଲା ଏଥିପାଇଁ ଓସିଏକୁ ଲୋକେ ସୋସିଆଲ ମିଡିଆରେ ବି ଏହି ଗୀତ ଢାଞ୍ଚାରେ ଛି…ଛି.. ଛିରେ ଓସିଏ ବୋଲି ଲେଖି ପୋଷ୍ଟ କରିଥିଲେ । ତେବେ ଗତ କିଛି ଦିନ ହେବ ଏହି ପୁରୁଣା କୋରାପୁଟିଆ ଗୀତଟି ବେଶ ଭାଇରାଲ ହେଉଛି । ଯାହାକୁ ଦେଖିଲେ ସିଏ ଏ ଗୀତ ଗାଉଛି । ସବୁରି ମୁହଁରେ ‘ଛି… ଛି… ଛିରେ ନନୀ ଗୀତ ଥିବା ବେଳେ ରିଲ୍ସରେ ଧୂମ୍ ଭାଇରାଲ ହେଉଛି ଆଉ ଗତକାଲି ବାରବାଟୀରେ ବି ଏ ଗୀତ ବାଜୁଥିଲା ଯାହାକୁ ଓଡିଶାର ଲୋକେ ଶୁଣି ତ ବେଶ ମଜା ନେଉଥିଲେ କିନ୍ତୁ ଓଡିଶା ବାହାରର ଲୋକ ବି ଛି ଛି… ଶୁଣି ଲାଇଟ ଲିଭିବା ଘଟଣା ଏବଂ ଆଉଟ୍ ହେବା କଥାକୁ ଯୋଡି ପାରୁଥିଲେ ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.