Breaking News

ବାରାଣସୀ-ଧନବାଦର ଉଚ୍ଚ ଶିକ୍ଷାନୁଷ୍ଠାନରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ

ଓଡ଼ିଶାର ଗୌରବମୟ ଇତିହାସ ଏବଂ ଐତିହପୂର୍ଣ୍ଣ ସଂସ୍କୃତିର ମୂକସାକ୍ଷୀ କାର୍ତ୍ତିକ ପୂର୍ଣ୍ଣିମା ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ପାଳିତ ହୋଇଛି। କେବଳ ଓଡ଼ିଶା ନୁହେଁ ଏହି ପର୍ବ ରାଜ୍ୟ ବାହାରେ ମଧ୍ୟ ପାଳନ କରାଯାଇଛି। ବିଭିନ୍ନ ସ୍ଥାନରେ ଏହା ଅଭିନବ ଶୈଳୀରେ ପାଳନ କରାଯାଇଛି।

0

ଭୁବନେଶ୍ବର: ଓଡ଼ିଶାର ଗୌରବମୟ ଇତିହାସ ଏବଂ ଐତିହପୂର୍ଣ୍ଣ ସଂସ୍କୃତିର ମୂକସାକ୍ଷୀ କାର୍ତ୍ତିକ ପୂର୍ଣ୍ଣିମା ଓଡ଼ିଶା ବାହାରେ ମଧ୍ୟ ପାଳିତ ହୋଇଯାଇଛି। ପ୍ରବାସୀ ଓଡ଼ିଆ ସଂଗଠନ ‘ବାରାଣସେୟ ଉତ୍କଳ ସମାଜ’ ପକ୍ଷରୁ ଉତ୍ସାହପୂର୍ଣ୍ଣ ପରିବେଶରେ ଉତ୍ତରପ୍ରଦେଶର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ (ବିଏଚ୍‌ୟୁ) ପରିସରରେ ପାଳନ କରାଯାଇଛି।

କାର୍ତ୍ତିକ ପୂର୍ଣ୍ଣିମାର ପ୍ରାତଃରୁ ଛାତ୍ରଛାତ୍ରୀ ଏବଂ ଓଡ଼ିଆ ସମ୍ପ୍ରଦାୟର ସଦସ୍ୟମାନେ ଏକାଠି ହୋଇ ତୁଳସୀ ଚଉଁରା ସାମ୍ନାରେ ସୁନ୍ଦର ରଙ୍ଗୋଲି ବନେଇବା ସହିତ ପାରମ୍ପରିକ ରୀତିରେ ପୂଜା କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ସୁସଜ୍ଜିତ ବୋବନ୍ଦାପନା କରାଯାଇଥିବା ସୁନ୍ଦର ବୋଇତର ଡିଜାଇନ ଅନିର୍ବାଣ, ବିନୀତ, ଅଙ୍କିତା, ବୈଷ୍ଣବୀ, ସୌମ୍ୟ, ବିକାଶ, ନିମାଇଁ, ଅଭିନନ୍ଦନ, ନିହାରିକା, ଅନ୍ୱେଷା, ସୋନାଲି, ରିତିକ୍, ପ୍ରତୀକ୍, ହରିଶଙ୍କର ଏବଂ ମନୋଜ ଦ୍ୱାରା ହୋଇଥିଲା, ଯାହା ସେମାନଙ୍କର କଳାତ୍ମକ ଶକ୍ତି ପ୍ରଦର୍ଶନ କରିଥିଲା। ବାରାଣସୀରେ ଓଡ଼ିଆ ସମ୍ପ୍ରଦାୟର ଏକତା ଏବଂ ଆତ୍ମାକୁ ଦର୍ଶାଇ ବିଏଚ୍‌ୟୁରୁ ବିଭିନ୍ନ ବିଭାଗର ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏହି ଉତ୍ସବରେ ଉଲ୍ଲେଖନୀୟ ଅଂଶଗ୍ରହଣ କରାଯାଇଥିଲା।ଇତକୁ ବନ୍ଦାପନା କରି କୃଷିବିଜ୍ଞାନ ଗବେଷଣା କ୍ଷେତ୍ରସ୍ଥିତ ପୁଷ୍କରିଣୀରେ ଭସାଇ ଓଡ଼ିଶାର ଗୌରବମୟ ସାମୁଦ୍ରିକ ଇତିସେହିପରି ଆଇଆଇଟି ଧାନବାଦର କଳିଙ୍ଗ ସମାଜ ପକ୍ଷରୁ ବେଶ ଧୁମଧାମ ଓ ସମସ୍ତ ରୀତିନୀତିର ସହ ପାଳିତ ହୋଇଯାଇଛି ଡ଼ଙ୍ଗା ଭସା ଊତ୍ସବ। ଛାତ୍ରଛାତ୍ରୀମାନେ ବେସ ଉତ୍ସୁକତାର ସହ ଏକ ସୁସଜ୍ଜିତ ଡଙ୍ଗା ପ୍ରସ୍ତୁତ କରି ଯଥାବିଧି ପୂଜା ଅର୍ଚ୍ଚନା ପରେ ଓଡ଼ିଶାର ସେ ବିଗତ ଗର୍ବ ଓ ଗୌରବକୁ ସ୍ମରଣ କରି ଡଙ୍ଗା ଭସାଇଥିଲେ। ଡଙ୍ଗା ପ୍ରସ୍ତୁତରେ ସାହଯ୍ୟ କରିଥିଲେ ଜଗା, ସଚିନ, ବିଶ୍ଵ, ପ୍ରେୟସ, ଶ୍ରୀନିବାସ, ସଞ୍ଜିବ, ରାକେଶ, ସ୍ମିତା, ଶୁଭମ ଶୁଭଶ୍ରୀ, ରୁପଲ, ଆଶିଷ, ତୁଷାର, ଚିନ୍ମୟ, ଅଭିପ୍ସା ଏବଂ ସ୍ୱପ୍ନେଶ୍ଵର। ଏହା ପରେ ଧାନବାଦସ୍ଥିତ ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ହବିଷ ଅନ୍ନ ଖାଇ ପଂଚୁକ ପାଳନ କରିଥିଲେ। ପ୍ରବାସୀ ଓଡ଼ିଆମାନେ ରା଼ଜ୍ୟ ଠାରୁ ବହୁଦୂରରେ ରହି ମଧ୍ୟ ନିଜ ସଂସ୍କତି ପ୍ରତି ସମ୍ମାନ ଭଲପାଇବା ଆଇଆଇଟି ପରିସରରେ ଏକ ସୁନ୍ଦର ବାତାବରଣ ସୃଷ୍ଟି କରିଥିଲା। ହାସକୁ ସ୍ମରଣ କରିଥିଲେ।
ସୌଜନ୍ୟ- ସମ୍ୱାଦ

Leave A Reply

Your email address will not be published.