ଯେଉଁମାନେ ରୋଇ ସାରିଛନ୍ତି ଧାନଗଛ ବଢ଼ିବା ପାଇଁ ସାର ପ୍ରୟୋଗ କରିପାରୁ ନାହାନ୍ତି। ଏନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି।

ବାଲିଅନ୍ତା ବ୍ଲକ୍‌ କୃଷି ବିଭାଗ ସହକାରୀ କୃଷି ଅଧିକାରୀ ସ୍ଥିତିପ୍ରଜ୍ଞା ଖମାରୀଙ୍କ କହିବାନୁସାରେ ଏନେଇ ବହୁ ଚାଷୀ ତାଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏସଂପର୍କରେ ସେ ଭୁବନେଶ୍ବର ଜିଲ୍ଲା କୃଷି ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ସେହିପରି ଜଣେ ଡିଲର ନିଜ ନାମ ଗୋପନ ରଖି କହିଛନ୍ତି  ସରକାର ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସାର ଉପରେ ସବ୍‌ସିଡି ଦିଆଯିବାକୁ ନେଇ ଆଲୋଚନା ଚୂଡ଼ାନ୍ତ ହୋଇ ପାରି ନଥିବାରୁ ବଜାରରେ ସାରର ଅଭାବ ପରିଲକ୍ଷିତ ହେଉଛି। କିଛି ସମବାୟ ସମିତିରେ କେବଲ ଗ୍ରୋମର୍‌ ଓ ୟୁରିଆ ସାର ମହଜୁଦ ଅଛି। ହେଲେ ତାହା ପୁଣି ଚାଷୀଙ୍କ ଆବଶ୍ୟକତା ଅନୁସାରେ ମିଳୁ ନାହିଁ। ସେହିପରି ଖୋଲା ବଜାର ଓ ସମିତିରେ ପଟାସ ଓ ଡିଏପି ସାର ଆଦୌ ମିଳୁ ନଥିବା କୁହାଯାଉଛି। ତେଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।