Breaking News

ବାଲେଶ୍ବର ନୀଳଗିରିରେ ହାତୀ ଆତଙ୍କ । ରାତି ଅନିଦ୍ରା ହୋଇ ଜଗି ରହିଛନ୍ତି ଗାଁ ଲୋକ ଓ ବନ ବିଭାଗ

ବାଲେଶ୍ବର ନୀଳଗିରିରେ ହାତୀ ଆତଙ୍କ। ରାତିରେ ଶୁଆଇ ଦେଉନି ହାତୀ ପଲ। ମଶାଲ ଜାଳି, ଟାୟାର ଜାଳି ଜଗି ରହିଛି ବନବିଭାଗ ଓ ଗ୍ରାମବାସୀ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଆସି ନୀଳଗିରିରେ ତାଣ୍ଡବ କରୁଛନ୍ତି ୫୫ ଟିକିଆ ଝାଡଖଣ୍ଡୀ ହାତୀ ପଲ।

କନକ ବ୍ୟୁରୋ: ବାଲେଶ୍ବର ନୀଳଗିରିରେ ହାତୀ ଆତଙ୍କ। ରାତିରେ ଶୁଆଇ ଦେଉନି ହାତୀ ପଲ। ମଶାଲ ଜାଳି, ଟାୟାର ଜାଳି ଜଗି ରହିଛି ବନବିଭାଗ ଓ ଗ୍ରାମବାସୀ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଆସି ନୀଳଗିରିରେ ତାଣ୍ଡବ କରୁଛନ୍ତି ୫୫ ଟିକିଆ ଝାଡଖଣ୍ଡୀ ହାତୀ ପଲ। କେତେବେଳେ ଗାଁ ମୁହାଁ ହେଉଛନ୍ତି ତ କେତେବେଳେ ପୁଣି ଧାନ କ୍ଷେତରେ ପଶି ଉପଦ୍ରବ କରୁଛନ୍ତି। ଯାହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ଉଭୟ ବନବିଭାଗ ଓ ବନାଞ୍ଚାଳବାସୀ। ରାତି ହେଲେ ଗାଁରେ କଟିଯାଉଛି ବିଦ୍ୟୁତ । ଫଳରେ ଗ୍ରାମବାସୀ ଏକାଠି ହୋଇ ହାତୀ ଘଉଡାଇବାରେ ବନବିଭାଗକୁ ସହଯୋଗ କରୁଛନ୍ତି। ରାତି ଉଜାଗର ହୋଇ ହାତୀ ଘଉଡାଇବାରେ ଲାଗିପଡିଛନ୍ତି ଉଭୟ ଗାଁ ଲୋକ ଓ ବନବିଭାଗ। ଛକ ଛକରେ ନିଆଁ ଜାଳି ଗାଁକୁ ଗ୍ରାମବାସୀ ମାନେ ସୁରକ୍ଷା ଦେଉଥିବା ବେଳେ ସମସ୍ତ ହାତୀ ଚଲାପଥ ରେ ଜଗି ରହିଛି ବନବିଭାଗ। ହାତୀର ଗତିବିଧି ଉପରେ ବନବିଭାଗ ନଜର ରଖିବା ସହ କିପରି ହାତୀମାନେ ଗାଁ ମୁହାଁ ହେବେ ନାହିଁ ସେଥିପାଇଁ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ଏଥିପାଇଁ ନୀଳଗିରି ଓ କୁଳଡିହା ରେଞ୍ଜରେ ନିୟୋଜିତ ହୋଇଛନ୍ତି ୫୦ ରୁ ଅଧିକ ବନକର୍ମଚାରୀ।

ସୌଜନ୍ୟ-କନକ

Comments are closed.