Breaking News

ବାସୁଦେବପୁରରେ ଗୋରୁ ବୋଝେଇ ଟ୍ରକ୍ ଧରିଲା ପୁଲିସ୍, ୨ ଅଭିଯୁକ୍ତ ଅଟକ

ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଏକ ଗୋରୁ ବୋଝେଇ ଟ୍ରକକୁ ଧରିଛି ପୁଲିସ୍। ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଉକ୍ତ ଟ୍ରକରେ ସ୍ଥାନୀୟ ଧାମରା ଅଞ୍ଚଳରୁ ୪୦ ଗୋରୁ ବୋଝେଇ ହୋଇ ପଶ୍ଚିମବଙ୍ଗକୁ ଯାଉଥିବା ଚାଳକର ସୂଚନାରୁ ଜଣା ପଡ଼ିଥିଲା।

ବାସୁଦେବପୁର: ଯେତେ ଯାହା କଲେ ବି ଥମୁନି ବେଆଇନ୍ ଗୋ ଚାଲାଣ। ବିଶେ‌ଷ କରି ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ବେଆଇନ୍ ଗୋ ଚାଲାଣ ଗାଡ଼ି ଅନେକ ସମୟରେ ଧରାପଡ଼ୁଛି।ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଏକ ଗୋରୁ ବୋଝେଇ ଟ୍ରକକୁ ଧରିଛି ପୁଲିସ୍। ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।

ବାସୁଦେବପୁର ସହରର ଅଟଳ ବିହାରୀ ହାଇସ୍କୁଲ ଛକରୁ ଟ୍ରକଟିକୁ ଧରି ଥାନାରେ ଅଟକ ରଖି ତଦନ୍ତ କରିଥିଲା। ତଦନ୍ତ ବେଳେ ଉକ୍ତ ଟ୍ରକରେ ସ୍ଥାନୀୟ ଧାମରା ଅଞ୍ଚଳରୁ ୪୦ ଗୋରୁ ବୋଝେଇ ହୋଇ ପଶ୍ଚିମବଙ୍ଗକୁ ଯାଉଥିବା ଚାଳକର ସୂଚନାରୁ ଜଣା ପଡ଼ିଥିଲା।ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ ସୂଚନା ଅନୁଯାୟୀ, ବାସୁଦେବପୁର ପୁଲିସ ଏକ ଗୋରୁ ବୋଝେଇ ଟ୍ରକକୁ ବିଳମ୍ବିତ ରାତିରେ ଧରିବାରେ ସକ୍ଷମ ହୋଇଛି। ବାସୁଦେବପୁର ସହରର ଅଟଳ ବିହାରୀ ହାଇସ୍କୁଲ ଛକରୁ ଟ୍ରକଟିକୁ ଧରି ଥାନାରେ ଅଟକ ରଖି ତଦନ୍ତ କରିଥିଲା। ତଦନ୍ତ ବେଳେ ଉକ୍ତ ଟ୍ରକରେ ସ୍ଥାନୀୟ ଧାମରା ଅଞ୍ଚଳରୁ ୪୦ ଗୋରୁ ବୋଝେଇ ହୋଇ ପଶ୍ଚିମବଙ୍ଗକୁ ଯାଉଥିବା ଚାଳକର ସୂଚନାରୁ ଜଣା ପଡ଼ିଥିଲା।

ପରେ ରାତି ପାଖାପାଖି ୨ଟା ସମୟରେ ଗୋରୁମାନଙ୍କୁ ଭଦ୍ରକ ନିକଟସ୍ଥ ରାଣିତାଲ ଗୋଶାଳାରେ ଛଡ଼ା ଯାଇଥିବା ସୂଚନା ମିଳିଛି।
ସୌଜନ୍ୟ-ସମ୍ୱାଦ

Comments are closed.