Breaking News

ବିଏମ୍‌ସି ଗାଡ଼ିରେ ଜିପିଏସ୍‌ କେଳେଙ୍କାରୀ: ୧୭ ଲକ୍ଷ ଟଙ୍କା ହେରଫେର

ବିଏମ୍‌ସିର ସବୁ ଗାଡ଼ିରେ ଜିପଏସ୍‌ ଟ୍ରାକିଂ ଯନ୍ତ୍ର ଲାଗିଛି। କେଉଁ ଗାଡ଼ି କୁଆଡ଼େ ଗଲା? କେଉଁଠି ରହିଲା? ସେ ନେଇ ପ୍ରତି ମୁହୂର୍ତ୍ତର ଖବର ରଖିପାରିବେ ଅଧିକାରୀ। ହେଲେ ଏଥିରେ ବଡ଼ କେଳେଙ୍କାରୀ ହୋଇଛି।

0

ଭୁବନେଶ୍ବର: ବିଏମ୍‌ସିର ସବୁ ଗାଡ଼ିରେ ଜିପଏସ୍‌ ଟ୍ରାକିଂ ଯନ୍ତ୍ର ଲାଗିଛି। କେଉଁ ଗାଡ଼ି କୁଆଡ଼େ ଗଲା? କେଉଁଠି ରହିଲା? ସେ ନେଇ ପ୍ରତି ମୁହୂର୍ତ୍ତର ଖବର ରଖିପାରିବେ ଅଧିକାରୀ। ହେଲେ ଏଥିରେ ବଡ଼ କେଳେଙ୍କାରୀ ହୋଇଛି। ବିନା ଟେଣ୍ଡରରେ ଠିକା ସଂସ୍ଥା ଚୟନ କରା ଯାଇଥିବାରୁ ଏଥିରେ ଲକ୍ଷଲକ୍ଷ ଟଙ୍କାର ହେରଫେର ହୋଇଛି। ଅଧିକାରୀ ନିଜ ହାତ ଚିକ୍କଣ କରିଥିବା ବେଳେ ବିଏମ୍‌ସି ରାଜସ୍ବ ହରାଇଛି। ବଡ଼କଥା ହେଉଛି ଅଫିସର ଚତୁରତାର ସହ କର୍ପୋରେସନ ମୁଣ୍ଡରେ ଅଠା ବୋଳି ଦେଇଛନ୍ତି। ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଠିକା ଦେଇ ସାରିବା ପରେ କର୍ପୋରେସନର ସ୍ବୀକୃତି ନେଇଛନ୍ତି। କର୍ପୋରେଟରମାନେ ମଧ୍ୟ ଏଥିରେ ପ୍ରତିବାଦ କରିନାହାନ୍ତି। ତେବେ ଜଣେ ଓକିଲ ଏହାକୁ ନେଇ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି।

ବିଏମ୍‌ସି ବ୍ୟବହାର କରୁଥିବା ୬୦୦ଟି ସଫେଇ ସମେତ ଅନ୍ୟାନ୍ୟ ଗାଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଏକ ସ୍ବତନ୍ତ୍ର ସଫ୍ଟୱେର ପ୍ରସ୍ତୁତ କରିବା ପାଇଁ ଡାଇମେନ୍‌ସନ୍‌ ଡିଜିଟାଲ୍‌କୁ ଦାୟିତ୍ବ ଦିଆଯାଇଥିଲା। ଏଥିପାଇଁ ୩୫ଲକ୍ଷ ୮୦ହଜାର ୧୨୦ଟଙ୍କା ଖର୍ଚ୍ଚ ହୋଇଥିଲା‌। ଏହି ଖର୍ଚ୍ଚ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ର କର୍ପୋରେଟ୍‌ ସୋସିଆଲ୍‌ ରେସ୍‌ପନ୍‌ସିବିଲିଟି(ସିଏସ୍‌ଆର୍‌) ପାଣ୍ଠିରୁ କରାଯାଇଥିଲା। ଏଣୁ ସମ୍ପୃକ୍ତ ବ୍ୟାଙ୍କ୍‌ ଏହି ସଂସ୍ଥାକୁ ଚୟନ କରିଥିବାରୁ ବିଏମଖ୍‌ସି ପାଖରେ ଟେଣ୍ଡର ପାଇଁ ସୁଯୋଗ ନଥିବା କହିଥିଲା। ସଫ୍ଟୱେର ପ୍ରସ୍ତୁତ ହେବା ପରେ ୬୦୦ ଗାଡ଼ି‌ରେ ଜିପିଏସ୍‌ ବ୍ୟବହାର କରାଯିବା ପାଇଁ ଯୋଜନା ହୋଇଥିଲା। କିନ୍ତୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ସିଏସ୍‌ଆର୍‌ ଫଣ୍ଡ ଖର୍ଚ୍ଚ କରି ନଥିଲା। ଅର୍ଥାତ୍‌ ଜିପିଏସ୍‌ ଲଗାଇବା ପାଇଁ ବିଏମ୍‌ସି ନିଜ ପାଣ୍ଠିରୁ ଖର୍ଚ୍ଚ କରିବାକୁ ଯୋଜନା କରିଥିଲା। ଟେଣ୍ଡର ଜରିଆରେ ଠିକା ସଂସ୍ଥା ଚୟନ କରିଥିଲେ ସର୍ବନିମ୍ନ ଖର୍ଚ୍ଚ ପାଇଁ ବାଟ ଫିଟିଥା’ନ୍ତା। କିନ୍ତୁ ବିଏମ୍‌ସି ଟେଣ୍ଡର ନ କରି ଡାଇମେନ୍‌ସନ୍‌ ଡିଜିଟାଲ୍‌କୁ ଦାୟିତ୍ବ ଦେଇଥିଲା। ଏଥିପାଇଁ ୪୧ଲକ୍ଷ ୨୦ ହଜାର ୮ଶହ ଟଙ୍କା ଖର୍ଚ୍ଚ କରିଥିଲା ବିଏମ୍‌ସି। ଏହି ଖର୍ଚ୍ଚ ପୂର୍ବରୁ କର୍ପୋରେସନକୁ ଅବଗତ କରାଯାଇ ନଥିଲା କିମ୍ବା କର୍ପୋରସନର ସ୍ବୀକୃତି ନିଆଯାଇ ନଥିଲା।

ବିନା ଟେଣ୍ଡରରେ ଠିକା ସଂସ୍ଥା ଚୟନ
୧୭ ଲକ୍ଷ ଟଙ୍କା ହେରଫେର

ଓକିଲ ଲଲାଟେନ୍ଦୁ ଦାସଙ୍କ ଅଭଯୋଗ ହେଉଛି, ଜିପିଏସ୍‌ ଲଗାଇବାକୁ ହେଲେ ୟୁନଟ୍‌ ପିଛା ୧୫୦୦ଟଙ୍କା ରହିଛି। ବିଏମ୍‌ସି ପାଇଁ ୟୁନିଟ୍‌ ପିଛା ୪ହଜାର ଟଙ୍କା ବିଶିଷ୍ଟ ଜିପିଏସ୍‌ ସର୍ବଶ୍ରେଷ୍ଠ ହୋଇଥା’ନ୍ତା। କିନ୍ତୁ ବିଏମ୍‌ସି ୬ଶହ ଗାଡ଼ିରେ ୪୧.୨୦ଲକ୍ଷ ଖର୍ଚ୍ଚ କରିଛି। ୟୁନିଟ୍‌ ପିଛା ୬ହଜାର ୮୬୮ଟଙ୍କା ଖର୍ଚ୍ଚ ହୋଇଛି। ଯଦି ୪ ହଜାର ଟଙ୍କାକୁ ହିସାବକୁ ନିଆଯା‌ଏ ତେବେ ବିଏମ୍‌ସି ୟୁନିଟ୍‌ ପିଛା ୨ହଜାର ୮୬୮ ଟଙ୍କା ଅତିରିକ୍ତ ଖର୍ଚ୍ଚ କରିଛି। ଅର୍ଥାତ୍‌ ୬୦୦ ଗାଡ଼ିରେ ମୋଟ ୧୭ ଲକ୍ଷ ୨୦ ହଜାର ଟଙ୍କା ବରବାଦ ହୋଇଛି। ବାସ୍ତବରେ ବରବାଦ ହୋଇ ନାହିଁ ବରଂ ଅଧିକାରୀ ଲୁଟି ନେଇଛନ୍ତି। କଥା ଏତିକିରେ ସରିନି, ଏହି କାର୍ଯ୍ୟର ରକ୍ଷଣାବେକ୍ଷଣ ପାଇଁ ସମ୍ପୃକ୍ତ ସଂସ୍ଥାକୁ ଏକ ବର୍ଷ ପାଇଁ (ଜୁଲାଇ-୨୦୨୫) ଦାୟିତ୍ବ ଦିଆଯାଇଛି। ଏଥିପାଇଁ ବିଏମ୍‌ସି ପାଣ୍ଠିରୁ ଖର୍ଚ୍ଚ ହେବା ପାଇଁ ହୋଇଥିବା ଅଟକଳର ମୂଲ୍ୟ ହେଉଛି ୧୯ଲକ୍ଷ ୮୨ହଜାର ୪୦୦ଟଙ୍କା। ଏହାକୁ ମଧ୍ୟ ଟେଣ୍ଡର କରାଯାଇ ନାହିଁ। ଅଧିକାରୀମାନେ ସବୁ କାମ ସାରିବା ପରେ କର୍ପୋରେସନର ସ୍ବୀକୃତି(ପୋଷ୍ଟ ଆପ୍ରୁଭାଲ୍‌) ନେଇଛନ୍ତି। ଏ ନେଇ ମୁଁ ବିଏମ୍‌ସି କମିସନରଙ୍କୁ ଅଭଯୋଗ କରିଛି। ଗୃହ ଓ ନଗର ଉନ୍ନୟନ ବିଭାଗକୁ ମଧ୍ୟ ଅଭିଯୋଗ କରାଯିବ। ଏଠାରେ ସୂଚାଇ ଦିଆଯାଇପାରେ, ଏହି ମେସିନ୍‌ ଲାଗିଥିଲେ ମଧ୍ୟ ବ୍ୟବହାର ହେଉ ନାହିଁ। ନିକଟ ଅତୀତରେ ବସିଥିବା ପରିମଳ ସମୀକ୍ଷା ବୈଠକରେ ଏ ନେଇ ‌ତନାଘନା ହୋଇଛି। ଏସ୍‌ଆଇମାନେ ଏହାକୁ ବ୍ୟବହାର କରୁ ନଥିବାରୁ ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରୁଥିବା ଗାଡ଼ି ଉଚିତ୍‌ ସମୟରେ ଘରକୁ ଯାଉ ନାହିଁ। ଫଳରେ ଶତପ୍ରତିଶତ ଆବର୍ଜନା ସଂଗ୍ରହ ହୋଇ ପାରୁ ନାହିଁ। ତେବେ ଏଥର ଟ୍ରାକିଂ କଡ଼ାକଡ଼ି କରିବାକୁ ନି‌ର୍ଦ୍ଦେଶ ଦିଆଯାଇଛି। ସେହିଭଳି ପାଇଖାନା ବର୍ଜ୍ୟ ପରିଚାଳନା ପାଇଁ ସାଇନାଥ ଫ୍ୟାବ୍ରିକ କେୟାର ପ୍ରାଇଭେଟ୍‌ ନାମକ ସଂସ୍ଥା ବିଏମ୍‌ସିରୁ ୬ଟି ଗାଡ଼ି ନେଇଥିଲା। ରାସ୍ତା କଡ଼ରେ ମଳ ଜମା କରୁଥିଲା। ଏଥିରେ ଜିପିଏସ୍‌ ଟ୍ରାକିଂ ବ୍ୟବସ୍ଥା ଥିଲେ ମଧ୍ୟ ବିଏମ୍‌ସି ଜାଣି ପାରୁ ନଥିଲା। ଜାଣିବା ପରେ ବଡ଼ଗଡ଼ ଥାନାରେ ଏତଲା ଦେଇଥିଲା।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.