ଜାତୀୟ

2025 Trending Jobs: ଚଳିତ ବର୍ଷ ଏସବୁ ଚାକିରି ପ୍ରତି ପ୍ରାର୍ଥୀମାନଙ୍କ ରହିଛି ଅଧିକ ଚାହିଦା

ଚଳିତ ବର୍ଷ ଆଇଟି ଏବଂ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ଚାକିରିର ଚାହିଦା ଅଧିକ ରହିଥିବା ବେଳେ ଡିଜିଟାଲ କାମ ବଢ଼ିବା ସହିତ ସଫ୍ଟୱେର୍ ଡେଭଲପର୍, ଡାଟା ଏନାଲିଷ୍ଟ ଏବଂ ସାଇବର ସୁରକ୍ଷା ସହିତ ଜଡ଼ିତ ବୃତ୍ତିଗୁଡ଼ିକର ଚାହିଦା ମଧ୍ୟ ବୃଦ୍ଧି ପାଇଥିଲା।

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ପ୍ରାର୍ଥୀମାନଙ୍କ ପାଇଁ ୨୦୨୫ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି। ପରିବର୍ତ୍ତିତ ସମୟ, ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ବଢ଼ୁଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ବର୍ଷସାରା କିଛି ଚାକିରି ପାଇଁ ଚାହିଦା ଅଧିକ ରହିଥିଲା। କିଛି ସେକ୍ଟରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଥିବା ବେଳେ ଆଉ କିଛି ସେକ୍ଟରରେ  ନିଯୁକ୍ତି କ୍ରମାଗତ ଭାବେ ଚାଲିଥିଲା। ଏହି ଚାକିରି ସୁଯୋଗ କେବଳ ବଡ଼ ସହରଗୁଡ଼ିକରେ ସୀମିତ ନଥିଲା ଛୋଟ ସହରେ ମଧ୍ୟ ଏହାର ଆବଶ୍ୟକତା ଥିଲା।

ଚଳିତ ବର୍ଷ ଆଇଟି ଏବଂ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ଚାକିରିର ଚାହିଦା ଅଧିକ ରହିଥିବା ବେଳେ ଡିଜିଟାଲ କାମ ବଢ଼ିବା ସହିତ ସଫ୍ଟୱେର୍ ଡେଭଲପର୍, ଡାଟା ଏନାଲିଷ୍ଟ ଏବଂ ସାଇବର ସୁରକ୍ଷା ସହିତ ଜଡ଼ିତ ବୃତ୍ତିଗୁଡ଼ିକର ଚାହିଦା ମଧ୍ୟ ବୃଦ୍ଧି ପାଇଥିଲା। କମ୍ପାନିଗୁଡ଼ିକୁ କମ୍ପ୍ୟୁଟର, ଇଣ୍ଟରନେଟ୍ ଏବଂ ନୂତନ ପ୍ରଯୁକ୍ତିବିଦ୍ୟାରେ ଭଲ ଜ୍ଞାନ ଯୁବକ ଯୁବତୀଙ୍କ ଆବଶ୍ୟକତା ଥିଲା। ୱାର୍କ ଫର୍ମ ହୋମ ଟ୍ରେଣ୍ଡ ଚାଲିବା ଦ୍ବାରା ଏହି କ୍ଷେତ୍ରରେ ଚାକିରି ସଂଖ୍ୟା ମଧ୍ୟ ବୃଦ୍ଧି ପାଇଲା।

ସ୍ୱାସ୍ଥ୍ୟବିଭାଗରେ ଚାକିରି ମଧ୍ୟ ବର୍ଷସାରା ଚର୍ଚ୍ଚାରେ ରହିଥିଲା। ଘରୋଇ ହସ୍ପିଟାଲ ଏବଂ ସରକାରୀ ସ୍ୱାସ୍ଥ୍ୟସେବା ଉଭୟରେ ନିଯୁକ୍ତି ସୁଯୋଗ ରହିଥିଲା। ବୃଦ୍ଧବୃଦ୍ଧାମାନଙ୍କ ଯତ୍ନ ଏବଂ ହୋମ କେୟର ସର୍ଭିସ ସେବାରେ ମଧ୍ୟ ନୂତନ ନିଯୁକ୍ତି ସୁଯୋଗ ଦେଖାଦେଇଥିଲା।

ଶିକ୍ଷା କ୍ଷେତ୍ରରେ ଚାହିଦା

ଶିକ୍ଷା କ୍ଷେତ୍ରରେ ଚାକିରି ସୁଯୋଗ  ପୂର୍ବ ପରି ବଳବତ୍ତର ରହିଥିଲା। ସ୍କୁଲ ଏବଂ କଲେଜରେ ଶିକ୍ଷକଶିକ୍ଷୟିତ୍ରୀଙ୍କ ସମେତ ଅନଲାଇନ୍ ଶିକ୍ଷା ସହିତ ଜଡ଼ିତ ବିଷୟବସ୍ତୁ ସୃଷ୍ଟିକାରୀ ଏବଂ ପ୍ରଶିକ୍ଷକଙ୍କ ଆବଶ୍ୟକତା ବୃଦ୍ଧି ପାଇଥିଲା। କୋଚିଂ ଏବଂ ଡିଜିଟାଲ୍ ଶିକ୍ଷା ପ୍ଲାଟଫର୍ମଗୁଡ଼ିକ ଚାକିରିର ଭଲ ସୁଯୋଗ ପ୍ରଦାନ କରିଥିଲା।  ସେହିପରି ବ୍ୟାଙ୍କ, ରେଳବାଇ, ପୁଲିସ, ଶିକ୍ଷା ଓ ପ୍ରଶାସନିକ ସେବାରେ ଚାକିରି ପାଇଁ ପ୍ରାର୍ଥୀମାନେ ଉତ୍ସାହର ସହିତ ଆବେଦନ କରିଥିଲେ।

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button