ସାଂସଦଙ୍କ ଘରୁ ୧୬.୫ ୱାଟର ବିଦ୍ୟୁତ ଉପକରଣ ମିଳିଥିବା ଜଣାପଡ଼ିଛି । ଯେଉଁଥିରେ ରହିଛି ୮୩ଟି ବଲ୍‌, ୧୯ଟି ପଙ୍ଖା, ୩ଟି ଏସି । ତେବେ ଯାଞ୍ଚ ପାଇଁ ଯାଇଥିବା ପୋଲିସ କର୍ମଚାରୀ ଓ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ସାଂସଦଙ୍କ ବାପା ଧମକାଇଥିବା ଅଭିଯୋଗ ହୋଇଛି । ସରକାର ବଦଳିଲେ ସମସ୍ତଙ୍କ ହିସାବ ହେବ ବୋଲି ସରକାରୀ ଅଧିକାରୀଙ୍କୁ ଧମକ ଦେଇଥିଲେ ଜିୟାରଉର ରେହମାନଙ୍କ ବାପା । ଏହି ଘଟଣା ଏବେ ସାଂସଦଙ୍କ ପାଇଁ ଅଡୁଆ ବଢ଼ାଇଛି । ସମ୍ଭଲ ହିଂସା ମାମଲାରେ ଗତକାଲି ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଅପିଲ କରିଥିଲେ ସାଂସଦ ଜିଆଉର ରେହମାନ । ଏବେ ଆଉ ଏକ ମାମଲା ସାଂସଦ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସେପଟେ ସମ୍ଭଲରେ ମସଜିଦ ଏବଂ ମଦ୍ରାସା ସମେତ ଅନେକ ଘରେ ବିଦ୍ୟୁତ୍ ଚୋରି ହେଉଥିବା ଜଣାପଡ଼ିଛି। ହିଂସାକାଣ୍ଡ ଘଟଣା ପରେ ପ୍ରଶାସନ ବିଦ୍ୟୁତ ଚୋରି ବିରୋଧରେ ଅଭିଯାନକୁ ଜୋରଦାର କରିଛି । ୩ ମାସ ମଧ୍ୟରେ ୧୨୫୦ ଏଫଆଇଆର ରୁଜୁ କରାଯାଇଛି । ଏହାସହ ୫ କୋଟି ୨୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି ।