Breaking News

ବିଜେଡିର ଆୟୁଷ ବହୁତ କମ୍‌, ଏବେ ଆଇସିୟୁରେ: ଜୟନାରାୟଣଙ୍କୁ ଜବାବ ଦେଲେ ଧ୍ରୁବ

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ବୟାନକୁ ନେଇ କଟାକ୍ଷ କରିଛନ୍ତି ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି, ଆଇସିୟୁରେ ବିଜେଡି। ଏବେ ସାଲାଇନ୍ ଲାଗିଛି। ଏହାର ଜବାବ ଦେଇଛନ୍ତି ବିଧାୟକ ଧ୍ରୁବ ସାହୁ।

0

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ବୟାନକୁ ନେଇକଟାକ୍ଷ କରିଛନ୍ତି ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି, ଆଇସିୟୁରେ ବିଜେଡି। ଏବେ ସାଲାଇନ୍ ଲାଗିଛି। ଅତନୁ ବାବୁ କହୁଛନ୍ତି କଂଗ୍ରେସ ସହିତ ମିଶି ସରକାର କରିବେ। ସ୍ଵାଗତ। କିନ୍ତୁ ବିଜେଡି ଦଳ ରହିଲେ ତ। ବିଜେଡିର ଆୟୁଷ ବହୁତ କମ୍। ଏବେ ତ ବିଜେଡ଼ି ସାଲାଇନ ଓ ଆଇସିୟୁରେ ଅଛି। ଦଳ ଯେହେତୁ ଭାଙ୍ଗିଯାଉଛି, ତାକୁ ବଞ୍ଚାଇବାକୁ ଅତନୁ ବାବୁ ଏଭଳି କହୁଛନ୍ତି। ନେତୃତ୍ୱ କାହିଁ? ବିଜେଡି ତ ଲିଜ୍ ରେ ଚାଲିଥିଲା। କେତେବେଳେ ପ୍ୟାରୀ ତ ଆଉ କେତେବେଳେ ପାଣ୍ଡିଆନ୍ ଲିଜ୍ ନେଇଥିଲେ। ବିଜେଡିରେ କୌଣସି କର୍ମୀଙ୍କ କଥା ରହିଲାନି।

ବିଜେଡିର ଆୟୁଷ ବହୁତ କମ୍। ଏବେ ତ ବିଜେଡ଼ି ସାଲାଇନ ଓ ଆଇସିୟୁରେ ଅଛି। ଦଳ ଯେହେତୁ ଭାଙ୍ଗିଯାଉଛି, ତାକୁ ବଞ୍ଚାଇବାକୁ ଅତନୁ ବାବୁ ଏଭଳି କହୁଛନ୍ତି। ନେତୃତ୍ୱ କାହିଁ? ବିଜେଡି ତ ଲିଜ୍ ରେ ଚାଲିଥିଲା। କେତେବେଳେ ପ୍ୟାରୀ ତ ଆଉ କେତେବେଳେ ପାଣ୍ଡିଆନ୍ ଲିଜ୍ ନେଇଥିଲେ। ବିଜେଡିରେ କୌଣସି କର୍ମୀଙ୍କ କଥା ରହିଲାନି।
ଏଣେ ଜୟ ନାରାୟଣ କହିବା ପରେ ପ୍ରତିକ୍ରିୟା ରଖିଲା ବିଜେଡି। ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ସମୟ କହିବ ଆଗକୁ କଣ ହେବ। ଓଡ଼ିଶାର ଜନସାଧାରଣ ସେହି ନିଷ୍ପତ୍ତି ନେବେ। ବିଜେପି ଏଭଳି ଦିବା ସ୍ୱପ୍ନ ଦେଖିବା ଛାଡ଼ନ୍ତୁ । ୪ ମାସ ମଧ୍ୟରେ କିଏ ଆଇସିୟୁକୁ ଯାଇଛି ତାହା ଓଡ଼ିଶାର ଲୋକେ ଦେଖୁଛନ୍ତି ଆଗକୁ ତାହାର ବିଚାର କରିବେ।

ସୂଚନାଯୋଗ୍ୟ, ମହାକାଳପଡ଼ା ନିର୍ବାଚନମଣ୍ତଳୀରେ ରବିବାର ଅନୁଷ୍ଠିତ ବିଜେଡି ଜନସ˚ପର୍କ ପଦଯାତ୍ରାରେ ଅତନୁ ନିଜ ଦଳର କର୍ମୀ ତଥା ମୁରବିଙ୍କୁ ଭରସା ଦେବାକୁ ଯାଇ ପୁଣିଥରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା କହିଥିଲେ। ଅତନୁ କହିଥିଲେଯେ ନବୀନ ମୁଖ୍ୟମନ୍ତ୍ରୀ ହେବା ପାଇଁ ଆଉ ଆଠ ଦଶଟି ସିଟ୍ ଦରକାର। କିନ୍ତୁ ଏହି ଆସନଗୁଡ଼ିକ ସଂପର୍କରେ ସେ ଖୋଲିକି କହି ନାହାନ୍ତି। କିନ୍ତୁ ଅତନୁଙ୍କ ଏଭଳି ଗଣିତ ଉପରେ ଜବାବ ରଖିଥିଲେ ମହାକାଳପଡ଼ାର ବିଜେପି ବିଧାୟକ ଡକ୍ଟର ଦୁର୍ଗାପ୍ରସନ୍ନ ନାୟକ। ସେ ଏହାକୁ ପ୍ରତ୍ୟାଖ୍ୟାତ ନେତାଙ୍କ ବାଚାଳାମି ବୋଲି କହିବା ସହିତ ନିଜ ପାଦ ତଳୁ ମାଟି ଖସିଯାଉଥିବା ଜାଣିପାରି ଅତନୁ ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି। ଲୋକମାନେ କିନ୍ତୁ ଠିକ୍ କ’ଣ ତାହା ଜାଣିଛନ୍ତି। ଦୁଇ ନେତାଙ୍କ ଏଭଳି ଆକ୍ଷେପ-ପ୍ରତିଆକ୍ଷେପ ଜିଲ୍ଲା ରାଜନୀତିକୁ ସରଗରମ କରିଛି।
ସୌଜନ୍ୟ – ସମ୍ୱାଦ

Leave A Reply

Your email address will not be published.