Breaking News

ବିଜେପି ନେତାଙ୍କୁ ଗାଡି ଚଢାଇ ହତ୍ୟା ଘଟଣା, ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ଆଣିଲା ପୋଲିସ

ସମ୍ବଲପୁର, ୦୭।୦୧ : ସମ୍ବଲପୁରରେ ବିଜେପି ନେତାଙ୍କୁ ଗାଡି ଚଢାଇ ହତ୍ୟା ଘଟଣା । ଗିରଫ ଅଭିଯୁକ୍ତକୁ ରିମାଣ୍ଡରେ ଆଣିଲା ପୋଲିସ। ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ ପୋଲିସକୁ ତିନି ଦିନ ରିମାଣ୍ଡ ମିଳିଛି। ସୋମବାରଠୁ ପୋଲିସ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ଆଣିଛି। କିପରି ହତ୍ୟା ଷଡ଼ଯନ୍ତ୍ର ରଚିଥିଲା ? ଏଥିରେ ଆଉ କିଏ ସାମିଲ ଥିଲେ ଏବଂ କେଉଁ କାରଣ ପାଇଁ ହତ୍ୟା କରାଯାଇଥିଲା ? ସେନେଇ ଅଭିଯୁକ୍ତ ଠାରୁ ସତ ଓଗାଳିବ ପୋଲିସ।

ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ସମ୍ବଲପୁର-ବରଗଡ ଜାତୀୟ ରାଜପଥ କଣ୍ଟାପାଲି ଓଭରବ୍ରିଜ ନିକଟରେ ଏକ କାରକୁ ଧକ୍କା ଦେଇଥିଲା ହାଇୱା । ଏହି ଦୁର୍ଘଟଣାରେ ୨ ବିଜେପି କର୍ମୀଙ୍କ ହୋଇଥିଲା ମୃତ୍ୟୁ। ମୃତକମାନେ ହେଲେ ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆ।

ଏହି ଘଟଣାରେ ତଦନ୍ତ କରି ହାଇଓ୍ୱା ଡ୍ରାଇଭରକୁ ଗିରଫ କରିଥିଲା ପୋଲିସ। ହେଲେ ଗିରଫ ବେଳେ ଡ୍ରାଇଭର ଜଣଙ୍କ ପ୍ରଥମେ କହିଥିଲେ ଯେ, ନିଦରେ ଗାଡ଼ି ଚଢ଼ିଯାଇଥିଲା । ପୁଣି ଥରେ ପ୍ରଶ୍ନ କରିବାରୁ କହିଥିଲେ ଯେ, ଅନ୍ୟ କେହି ଡରାଇ ଧମକାଇବାରୁ ସେ ଏଭଳି କାଣ୍ଡ କରିଥିଲା । କ୍ଷଣିକ ଭିତରେ ପୁଣି ମତ ବଦଳାଇଥିଲେ । ଅନ୍ୟ କେତେ ଜଣ ଝଗଡ଼ା କରିଥିଲେ, କିନ୍ତୁ ଏମାନଙ୍କ କାର୍‌କୁ ଭୁଲରେ ତା’ ଗାଡ଼ି ଧକ୍କା ଦେଇଥିଲା । ପୁଣି କହିଥିଲା, ପ୍ରଥମ ଥର ଭୁଲରେ କାର୍‌ରେ ହାଇୱାଟି ବାଜିଥିଲା । ପରେ ଆଖି ଲାଗିବାରୁ ଦ୍ୱିତୀୟ ଥର କାର୍‌ରେ ପିଟି ହୋଇଥିଲା । ଶେଷରେ ସର୍ଭିସ୍‌ ରୋଡ୍‌କୁ ଭୁଲରେ ଯାଇ ଗାଡ଼ିରେ ଧକ୍କା ହୋଇଯାଇଥିଲା। ଅଭିଯୁକ୍ତ ଜଣଙ୍କ ବାରମ୍ବାର ଏଭଳି ମତ ବଦଳାଇଥିଲେ। ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

 

 

 

 

 

ସୌଜନ୍ୟ -ପ୍ରମେୟ

Comments are closed.