ଜାତୀୟ

ବିଧାନସଭାରୁ ଇସ୍ତଫା ଦେଇ ନାହାଁନ୍ତି ନୀତିନ ନବୀନ : ହେବେ କି ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ?

ତେବେ ଏସବୁକୁ ନେଇ ବିହାର ବିଧାନସଭାର ବାଚସ୍ପତି ପ୍ରେମ୍ କୁମାର୍ କହିଛନ୍ତି ଯେ, ସେ ଶନିବାର ସନ୍ଧ୍ୟାରେ ପାଟନାରେ ଆସି ପହଁଚିଥିଲେ । ଦିଲ୍ଲୀରେ ଥିଲା ବେଳେ ନୀତିନ ନବୀନ ବିଧାନସଭାରୁ ଇସ୍ତଫା ଦେବେ ବୋଲି ତାଙ୍କୁ ସୂଚନା ମିଳିଥିଲା । ତେଣୁ ସେ ପଟନା ଆସିଯାଇଥିଲେ । ଏବାବଦରେ ତାଙ୍କୁ ବିଜେପି ରାଜ୍ୟ ସଭାପତି ସଞ୍ଜୟ ସାରୋଗୀ କହିଥିଲେ । କିନ୍ତୁ ପରେ ଏଥିରେ କିଛି ବିଳମ୍ବ ହୋଇଛି । ଅର୍ଥାତନୀତିନ ନବୀନକୌଣସି କାର୍ଯ୍ୟ ପାଇଁ ଏବେ ଇସ୍ତଫା ଦେବେ ନାହିଁ । ଗୋଟିଏ ଗୃହରେଜଣେ ବ୍ୟକ୍ତିସର୍ବାଧିକ୧୪ଦିନ ଯାଏଁ ସଦସ୍ୟ ରହିପାରିବେ ବୋଲି ନିୟମ ରହିଛି । ଆଗକୁ କଣ ହେଉଛି ତାହା ଦେଖାଯିବ ବୋଲି ପ୍ରେମ୍ କୁମାର କହିଛନ୍ତି ।

ପାଟନା,୩୦ /୦୩: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ । ସେ ଏବେ ବିଜେପି ମୁଖିଆ ଅଛନ୍ତି । ତେବେ ତାଙ୍କୁ ଅନ୍ୟ ଏକ ବଡ ଭୂମିକା ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ସେ ବିହାର ବିଧାନସଭାରୁ ଇସ୍ତଫା ଦେବେ ବୋଲି ଚୂଡାନ୍ତ ହୋଇ ସାରିଥିଲା । କିନ୍ତୁ ଏହା ପୂର୍ବରୁ ସେ ଦିଲ୍ଲୀ ଗସ୍ତ କରିଛନ୍ତି । ଦିଲ୍ଲୀରେ ସେ ଏକ ଜରୁରୀ ବୈଠକରେ ସାମିଲ ହୋଇଛନ୍ତି ।

ତେବେ ଏସବୁକୁ ନେଇ ବିହାର ବିଧାନସଭାର ବାଚସ୍ପତି ପ୍ରେମ୍ କୁମାର୍ କହିଛନ୍ତି ଯେ, ସେ ଶନିବାର ସନ୍ଧ୍ୟାରେ ପାଟନାରେ ଆସି ପହଁଚିଥିଲେ । ଦିଲ୍ଲୀରେ ଥିଲା ବେଳେ ନୀତିନ ନବୀନ ବିଧାନସଭାରୁ ଇସ୍ତଫା ଦେବେ ବୋଲି ତାଙ୍କୁ ସୂଚନା ମିଳିଥିଲା । ତେଣୁ ସେ ପଟନା ଆସିଯାଇଥିଲେ । ଏବାବଦରେ ତାଙ୍କୁ ବିଜେପି ରାଜ୍ୟ ସଭାପତି ସଞ୍ଜୟ ସାରୋଗୀ କହିଥିଲେ । କିନ୍ତୁ ପରେ ଏଥିରେ କିଛି ବିଳମ୍ବ ହୋଇଛି । ଅର୍ଥାତନୀତିନ ନବୀନକୌଣସି କାର୍ଯ୍ୟ ପାଇଁ ଏବେ ଇସ୍ତଫା ଦେବେ ନାହିଁ । ଗୋଟିଏ ଗୃହରେଜଣେ ବ୍ୟକ୍ତିସର୍ବାଧିକ୧୪ଦିନ ଯାଏଁ ସଦସ୍ୟ ରହିପାରିବେ ବୋଲି ନିୟମ ରହିଛି । ଆଗକୁ କଣ ହେଉଛି ତାହା ଦେଖାଯିବ ବୋଲି ପ୍ରେମ୍ କୁମାର କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ସେ ପୁଣି ଥରେ ଦିଲ୍ଲୀ ଯିବେ । ତେବେ ନୀତିନ ନବୀନଙ୍କୁ ମାର୍ଚ୍ଚ୩୦ଅର୍ଥାତ ସୋମବାର ଭିତରେ ଇସ୍ତଫା ଦେବାକୁ ପଡିବ । ସେ ରାଜ୍ୟସଭାରୁ ନିର୍ବାଚିତ ହୋଇଥିବାରୁ ଉଭୟ ବିଧାନସଭା ଏବଂ ରାଜ୍ୟସଭାର ସଦସ୍ୟ ରହିପାରିବେ ନାହିଁ । ତାଙ୍କୁ ଗୋଟିଏ ସିଟ୍ ଛାଡିବାକୁ ହେବ । ଏହି ନିୟମ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ । ସେ ପ୍ରମ ଥର ପାଇଁ ରାଜ୍ୟସଭାକୁନିର୍ବାଚିତହୋଇଛନ୍ତି । ମାର୍ଚ୍ଚ୧୬ତାରିଖରେ ଉଭୟ ନେତା ନିର୍ବାଚିତ ହୋଇଥିଲେ । ଉଭୟ ସୋମବାର ଇସ୍ତଫା ପତ୍ର ଦେଇପାରନ୍ତି ।

ସୂତ୍ରାନୁସାରେ, ବିଜେପି ଏବଂ ଆରଏସଏସର ନେତୃତ୍ୱ ବିହାର ପ୍ରସଙ୍ଗରେ ଲଗାତର ଆଲୋଚନା କରୁଛନ୍ତି । ନୀତିଶଙ୍କ ଜାଗା କିଏ ନେବ ସେନେଇ ଆଲୋଚନା ଜାରି ରହିଛି । କାରଣ ବିଜେପି ସର୍ବଦା ବିରୋଧିଙ୍କୁ ଚକମା ଦେବାରେ ମାହିର । ଯେପରି ଦଳ ନୀତିନ ନବୀନଙ୍କୁ ରାଷ୍ଟ୍ରୀୟ ସଭାପତି କଲା ତାହା କିଏ ଭାବିନଥିଲେ । ରାଜ୍ୟର ନେତାଙ୍କ ପାଖରେ ଏନେଇ ଖବର ନଥିଲା ।

ଏବେ ଦଳ ବିହାରରେ ନିଜର ପ୍ରଥମ ମୁଖ୍ୟମନ୍ତ୍ରୀ ବାଛିବା ଲାଗି କସରତ ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ଯିଏ ହେବ ତାଙ୍କୁ ଦଳ ବହୁତ କିଛି ଆଶା ରଖୁଛି । ଅନେକ ନାଁ ସାମ୍ନାକୁ ଆସୁଛି। କିନ୍ତୁ ଦିଲ୍ଲୀ କାହା ନାଁରେ ମୋହର ମାରିବ ସେନେଇ କୌଣସି ସୂଚନା ମିଳିନାହିଁ ।୨୦୨୦ରେ ଦଳ ଏଠାରେ ବଡ ପାର୍ଟି ଭାବେ ଉଭା ହୋଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ପାଇନଥିଲା । ଏଥର ମଧ୍ୟ ଦଳ ସବୁଟୁ ଅଧିକ ଆସନ ପାଇଛି । ନୀତିଶ କୁମାର ରାଜ୍ୟସଭା ଯାଉଛନ୍ତି । ତେଣୁ ଦଳର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ସସପେନ୍ସ ଲାଗି ରହିଛି ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button