Breaking News

ବିଧାନସଭା ଆରମ୍ଭ: କଂଗ୍ରେସ ବିଧାୟକଙ୍କ ଗୃହ ବାହାରେ ଧାରଣା, ବିଜେଡିର ହଟ୍ଟଗୋଳ, ୧୨ଟା ଯାଏ ଗୃହ ମୁଲତବୀ

ଶୁକ୍ରବାରଠାରୁ ରାଜ୍ୟ ବିଧାନସଭାର ଚଳିତ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାୟକମାନେ ଗୃହ ବାହାରେ ଧାରଣା ଦେଇଛନ୍ତି। ସେମାନେ ରାଜ୍ୟରେ ମହିଳା ନିର୍ଯାତନା ଓ ଅତ୍ୟାଚାର କରାଯାଉଥିବା ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଥିବାର ଅଭିଯୋଗ ଆଣିଛନ୍ତି।

ଭୁବନେଶ୍ବର: ଶୁକ୍ରବାରଠାରୁ ରାଜ୍ୟ ବିଧାନସଭାର ଚଳିତ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାୟକମାନେ ଗୃହ ବାହାରେ ଧାରଣା ଦେଇଛନ୍ତି। ସେମାନେ ରାଜ୍ୟରେ ମହିଳା ନିର୍ଯାତନା ଓ ଅତ୍ୟାଚାର କରାଯାଉଥିବା ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଥିବାର ଅଭିଯୋଗ ଆଣି ଏହାର ପ୍ରତିବାଦରେ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। ଏହାଛଡ଼ା ବିଧାୟକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଣେ ବିରୋଧୀ ବିଜେଡି ବିଧାୟକମାନେ ବିଜୁ ପଟ୍ଟନୟକଙ୍କୁ ଚରମ ଅପମାନିତ କରାଯିବା ପ୍ରତିବାଦରେ ପ୍ରବଳ ହଟ୍ଟଗ‌ୋଳ କରାଯାଇଛି। ବିରୋଧୀ ବିଜେଡି ଉଠାଇଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ପ୍ରସଙ୍ଗ | କାହିଁକି ରାଜ୍ୟସ୍ତରୀୟ ପଂଚାୟତିରାଜ ଦିବସକୁ ବିଜୁ ଜୟନ୍ତୀ ଦିନରୁ ବାତିଲ କରାଗଲା, ସେ ନେଇ ବିଜେଡି ପ୍ରଶ୍ନ କରିଛି | ଅନ୍ୟପଟେ ବିଧାନସଭାରେ କଂଗ୍ରେସ ଉଠାଇଛି ମହିଳା ସୁରକ୍ଷା ପ୍ରସଙ୍ଗ।  ଗୃହ ମଧ୍ୟ ଭାଗରେ ଉଭୟ ଦଳର ସଦସ୍ୟମାନେ ପ୍ରତିବାଦ କରିବାରୁ ବାଧ୍ୟହୋଇ ବାଚସ୍ପତି ସୁରମା ପାଢ଼ୀ ଦିନ ୧୨ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ରୁ ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସହ ବ୍ୟୟ ମଞ୍ଜୁରୀ ବିଧେୟକ ପାରିତ ହେବାର କାର୍ଯ୍ୟକ୍ରମ ରହିଛି। ଏହାସହ ଆସନ୍ତାକାଲି ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ ହେବ। ମାର୍ଚ୍ଚ ୧୦ରୁ ୨୮ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବ। ମାର୍ଚ୍ଚ ୩୦ରେ ରବିବାର, ୩୧ରେ ଇଦୁଲ୍ଫିତର୍ ପାଇଁ ବିଧାନସଭାର ଗୃହ କାର୍ଯ୍ୟ ବନ୍ଦ ରହିବାକୁ ଥିବାରୁ ୨୯ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ କରାଯିବ। ସୂଚନାଯୋଗ୍ୟ, ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୧୩ରୁ ୨୧ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଅପରପକ୍ଷେ ଆସନ୍ତାକାଲିଠାରୁ ଚାଲିବାକୁ ଥିବା ବିଧାନସଭାରେ ବିେରାଧୀ ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ ନ ହେବା, ଧାନକିଣାରେ ଅବ୍ୟବସ୍ଥା, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ପୋଲାଭରମ୍ ପ୍ରକଳ୍ପକୁ ନେଇ ଶାସକ ଦଳକୁ ଘେରିବାକୁ ରଣନୀତି କରିଛନ୍ତି।

ସୂଚନାଯୋଗ୍ୟ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ରୁ ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସହ ବ୍ୟୟ ମଞ୍ଜୁରୀ ବିଧେୟକ ପାରିତ ହେବାର କାର୍ଯ୍ୟକ୍ରମ ରହିଛି। ଏହାସହ ଆସନ୍ତାକାଲି ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ ହେବ। ମାର୍ଚ୍ଚ ୧୦ରୁ ୨୮ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବ।
ମାର୍ଚ୍ଚ ୩୦ରେ ରବିବାର, ୩୧ରେ ଇଦୁଲ୍ଫିତର୍ ପାଇଁ ବିଧାନସଭାର ଗୃହ କାର୍ଯ୍ୟ ବନ୍ଦ ରହିବାକୁ ଥିବାରୁ ୨୯ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ କରାଯିବ। ସୂଚନାଯୋଗ୍ୟ, ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୧୩ରୁ ୨୧ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଅପରପକ୍ଷେ ଆସନ୍ତାକାଲିଠାରୁ ଚାଲିବାକୁ ଥିବା ବିଧାନସଭାରେ ବିେରାଧୀ ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ ନ ହେବା, ଧାନକିଣାରେ ଅବ୍ୟବସ୍ଥା, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ପୋଲାଭରମ୍ ପ୍ରକଳ୍ପକୁ ନେଇ ଶାସକ ଦଳକୁ ଘେରିବାକୁ ରଣନୀତି କରିଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.