Breaking News

ବିନା ଟଙ୍କାରେ ଜମି ଫେରାଇବା ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରନ୍ତୁ: ନିରଞ୍ଜନ

ବେଦାନ୍ତ ଜମି ଚାଷୀଙ୍କୁ ଫେରାଇବା ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସ୍ବାଗତଯୋଗ୍ୟ। ତେବେ ଯେଉଁମାନଙ୍କର ଜମି ଅଧିଗ୍ରହଣ ହୋଇଥିଲା ସେମାନେ ଏ ବାବଦ ଅର୍ଥ...

0

ଭୁବନେଶ୍ବର: ବେଦାନ୍ତ ଜମି ଚାଷୀଙ୍କୁ ଫେରାଇବା ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସ୍ବାଗତଯୋଗ୍ୟ। ତେବେ ଯେଉଁମାନଙ୍କର ଜମି ଅଧିଗ୍ରହଣ ହୋଇଥିଲା ସେମାନେ ଏ ବାବଦ ଅର୍ଥ ଫେରାଇବେ ନା ସରକାର ବିନା ଟଙ୍କାରେ ସେମାନଙ୍କ ଜମି ଫେରାଇବେ ତାହା ଏବେ ବଡ଼ ପ୍ରଶ୍ନ। ରାଜ୍ୟ ସରକାର ବିଭିନ୍ନ ଯୋଜନା‌ ମାଧ୍ୟମରେ ଲୋକଙ୍କୁ ସହାୟତା ପ୍ରଦାନ କରୁଛନ୍ତି। ତେଣୁ ଏଭଳି କୌଣସି ଯୋଜନାରେ ଚାଷୀମାନଙ୍କୁ ବିନା ଟଙ୍କାରେ ଜମି ଫେରସ୍ତ କରିବା ଲାଗି ବିଜ୍ଞପ୍ତି ପ୍ରକାଶ କରନ୍ତୁ। ଏଥରୁ ରାଜ୍ୟ ସରକାରଙ୍କ ଆନ୍ତରିକତା ଜଣାପଡ଼ିବ। ଏହାସହ ଗରିବ ଚାଷୀମାନେ ସରକାରଙ୍କୁ କୃତଜ୍ଞତା ଜଣାଇବେ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ପୂର୍ବର ବିଜେଡି ସରକାର ଗରିବ ଚାଷୀ ଓ ଜଗନ୍ନାଥଙ୍କ ଜମିକୁ ଅନ୍ୟାୟ ଭାବେ ଯେପରି ବେଦାନ୍ତ କମ୍ପାନିକୁ ହସ୍ତାନ୍ତର କରିଥିଲେ ଏହାର ବିରୋଧରେ କଂଗ୍ରେସ ଲଢ଼େଇ କରିଥିଲା। ଉମା ରଥ, ଦ୍ବାରିକା ମୋହନ ମିଶ୍ର ଓ ତାଙ୍କ ସାଥୀମାନେ ଏଥିପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ। ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଲଢ଼ି ଚାଷୀଙ୍କ ସପକ୍ଷରେ ରାୟ ଆଣିବା ପରେ ମଧ୍ୟ ବିଜେଡି ସରକାର ଏହାକୁ ଶୁଣୁ ନ ଥିଲେ। ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ନିଷ୍ଠାପର ଭାବେ ବିନା ଟଙ୍କାରେ ଏଥିପାଇଁ ସାହାଯ୍ୟ କରିଥିଲେ ବୋଲି ସେ କହିଛନ୍ତି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.