ଓଡିଶା

ନବୋଦୟ ବିଦ୍ୟାଳୟ ଜଣ୍ଡିସ ଘଟଣା, ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ସ୍କୁଲ ରୋଷେଇ ପାଣିରୁ ବ୍ୟାପିଛି

ଭୁବନେଶ୍ୱର ୧୦/୦୧: ସାମ୍ନାକୁ ଆସିଲା ଜଣ୍ଡିସ ବ୍ୟାପିବାର କାରଣ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ସ୍କୁଲ୍ ରୋଷେଇ ଘରେ ପାଇପ୍ ଫାଟି ପାଣି ଦୂଷିତ ହୋଇଥିଲା । ସେହି ପାଣିରୁ ଜଣ୍ଡିସ ବ୍ୟାପିଥିବା ଜଣାପଡିଛି । ପାଣି ରିପୋର୍ଟ ଆସିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

​​​​​​​ସାମ୍ନାକୁ ଆସିଲା ଜଣ୍ଡିସ ବ୍ୟାପିବାର କାରଣ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି  ସ୍କୁଲ୍ ରୋଷେଇ ଘରେ ପାଇପ୍ ଫାଟି ପାଣି ଦୂଷିତ ହୋଇଥିଲା । ସେହି ପାଣିରୁ ଜଣ୍ଡିସ ବ୍ୟାପିଥିବା ଜଣାପଡିଛି । ପାଣି ରିପୋର୍ଟ ଆସିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ତେଣୁ ପାନୀୟ ଜଳ ଯୋଗାଣ ହେଉ କିମ୍ବା ୱାଟକୋ ସମସ୍ତେ କିଭଳି ସ୍ୱଚ୍ଛ ପାନୀୟ ପାଣି ଯୋଗାଇ ଦେବେ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେ ଆହୁରି କହିଛନ୍ତି ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ଅଛି । ‘ସ୍ବଚ୍ଛ ପାନୀୟ ଜଳ ଯୋଗାଇବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ମ୍ୟୁନିସପାଲିଟିକୁ ସଜାଗ ରହିବାକୁ କୁହାଯାଇଛି ।

ସୂଚନା ଥାଉକି, ବହୁ ଛାନ୍‌ଭିନ୍‌ ପରେ ଖୋର୍ଦ୍ଧା ପିଏମ୍‌ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ବିସ୍ଫୋରକ ରୂପ ନେଇଥିବା ଜଣ୍ଡିସ୍‌ର କାରଣ ପଦାକୁ ଆସିଛି। ପୂରା ବିଦ୍ୟାଳୟକୁ ଯେଉଁଠାରୁ ଜଳଯୋଗାଣ ହେଉଥିଲା, ସେହି ଓଭରହେଡ୍‌ ଟାଙ୍କିରୁ ଜଣ୍ଡିସ୍‌ ଭୂତାଣୁ ଚିହ୍ନଟ କରାଯାଇଛି। କେବଳ ସେତିକି ନୁହେଁ, ରୋଷେଇଶାଳାରୁ ବି ଏ ଭୂତାଣୁ ଚିହ୍ନଟ ହୋଇଛି ବୋଲି ଜିଲ୍ଲା ଜନସ୍ବାସ୍ଥ୍ୟ  ଅଧିକାରୀ ସୂଚନା ଦେଇଛନ୍ତି।

ଓଭରହେଡ୍‌ ଟାଙ୍କିରୁ ଆରମ୍ଭ କରି ଭୂତାଣୁ ରୋଷେଇଶାଳା ଯାଏଁ ପହଞ୍ଚି ୮୦ରୁ ଅଧିକ ପିଲାଙ୍କୁ ଜଣ୍ଡିସ୍‌ ଆକ୍ରାନ୍ତ କରି ଚାଲିଥିଲା, ଅଥଚ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଜାଣି ପାରୁନଥିଲେ କେମିତି? ପୂର୍ବରୁ ବିଦ୍ୟାଳୟ କର୍ତ୍ତୃପକ୍ଷ କି’ ପ୍ରକାର ଜଳ ନମୁନା ପରୀକ୍ଷଣ କରୁଥିଲେ ବୋଲି ଅଭିଭାବକ ମହଲ ପ୍ରଶ୍ନ କରିଛନ୍ତି।

ସୌଜନ୍ୟ Prameya News7

Leave a Reply

Your email address will not be published. Required fields are marked *

Back to top button