Breaking News

ବିବାଦରେ ଭିକିଙ୍କ ‘ଛାୱା’

ଖୁବ୍ ଅଧିକ ଚଳଚ୍ଚିତ୍ର କରି ନଥିଲେ ବି ବଛା ବଛା ସିନେମାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଛନ୍ତି ବଲିଉଡ୍ ଅଭିନେତା ଭିକି କୌଶଲ୍‌। ନିକଟରେ ସେ ତାଙ୍କ ଅପ୍‌କମିଂ ଫିଲ୍ମ ‘ଛାୱା’ର ପ୍ରମୋସନ୍ ପାଇଁ ଜୟପୁର ଯାଇଥିଲେ।

ଖୁବ୍ ଅଧିକ ଚଳଚ୍ଚିତ୍ର କରି ନଥିଲେ ବି ବଛା ବଛା ସିନେମାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଛନ୍ତି ବଲିଉଡ୍ ଅଭିନେତା ଭିକି କୌଶଲ୍‌। ନିକଟରେ ସେ ତାଙ୍କ ଅପ୍‌କମିଂ ଫିଲ୍ମ ‘ଛାୱା’ର ପ୍ରମୋସନ୍ ପାଇଁ ଜୟପୁର ଯାଇଥିଲେ। ଏହି ସିନେମା ପାଇଁ ଭିକି ୨୫ କିଲୋ ଓଜନ ବୃଦ୍ଧି କରିଛନ୍ତି ବୋଲି ସେଠାରେ କହିଥିବାର ଶୁଣିବାକୁ ମିଳିଛି।

ଏହି ଚଳଚ୍ଚିତ୍ରରେ ଭିକି ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଭୂମିକାରେ ଅଭିନୟ କରିଛନ୍ତି। ତେବେ ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ ସେଥିରେ ଛତ୍ରପତି ସମ୍ଭାଜୀ ମହାରାଜଙ୍କର ଏକ ନାଚ ଦୃଶ୍ୟକୁ ନେଇ ଆରମ୍ଭ ହୋଇଛି ବିବାଦ। ମହାରାଷ୍ଟ୍ରର ମନ୍ତ୍ରୀ ଉଦୟ ସାମନ୍ତ ଚେତାବନୀ ଦେଇଛନ୍ତି କି ଯଦି କୌଣସି ଆପତ୍ତିଜନକ ଦୃଶ୍ୟ ଦେଖିବାକୁ ମିଳେ ତ ସିନେମାକୁ ରିଲିଜ୍ ହେବାକୁ ଦିଆଯିବ ନାହିଁ। ତେବେ ସିନେମାର ନିର୍ଦ୍ଦେଶକ ଲକ୍ଷ୍ମଣ ଉତେକର ଭରସା ଦେଇଛନ୍ତି କି ସିନେମାରୁ ସମସ୍ତ ଆପତ୍ତିଜନକ ଦୃଶ୍ୟକୁ ହଟାଇ ଦିଆଯିବ।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.