Breaking News

ବିବାହ ପ୍ରସ୍ତାବ ମିଳିନି!

ବଲିଉଡ୍‌ର ବଛା ବଛା ସୁନ୍ଦରୀଙ୍କ ମଧ୍ୟରୁ ଜରିନ୍ ଖାନ୍ ଅନ୍ୟତମ। ସେ ତାଙ୍କର ସୌନ୍ଦର୍ଯ୍ୟ ପାଇଁ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି। କେବଳ ସେତିକି ନୁହେଁ, ଆହୁରି ଅନେକ ଘଟଣା ଜରିନ୍‌ଙ୍କୁ ବିଭିନ୍ନ ସମୟରେ ଚର୍ଚ୍ଚିତ କରିଛି।

ବଲିଉଡ୍‌ର ବଛା ବଛା ସୁନ୍ଦରୀଙ୍କ ମଧ୍ୟରୁ ଜରିନ୍ ଖାନ୍ ଅନ୍ୟତମ। ସେ ତାଙ୍କର ସୌନ୍ଦର୍ଯ୍ୟ ପାଇଁ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି। କେବଳ ସେତିକି ନୁହେଁ, ଆହୁରି ଅନେକ ଘଟଣା ଜରିନ୍‌ଙ୍କୁ ବିଭିନ୍ନ ସମୟରେ ଚର୍ଚ୍ଚିତ କରିଛି। ଯଦିଓ ଅତୀତରେ ଜରିନ୍‌ଙ୍କ ନାମ ଅନେକ ଅଭିନେତା ଓ ବ୍ୟବସାୟୀଙ୍କ ସହ ଯୋଡ଼ା ଯାଇଛି, ମାତ୍ର କାହା ସହିତ ସଂପର୍କରେ ଥିବା କଥା ସେ କେବେ ବି ଆନୁଷ୍ଠାନିକ ଭାବେ ସ୍ବୀକାର କରିନାହାନ୍ତି। ଜରିନ୍‌ ସର୍ବଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ଗୋପନୀୟ ରଖିଆସିଛନ୍ତି।

୨୦୨୧ ମସିହାରେ ଜରିନ୍‌ ‘ବିଗ୍ ବସ୍’ ଫେମ୍ ଶିବାଶିଷ ମିଶ୍ରଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା ହୋଇଥିଲା। ମାତ୍ର ୨୦୨୩ ଆରମ୍ଭ ବେଳକୁ ଦୁଇ ଜଣଙ୍କର ବ୍ରେକ୍-ଅପ୍ ହୋଇ ଯାଇଥିବା ଖବର ଆସିଥିଲା।
ନିକଟରେ ଯେତେବେଳେ ତାଙ୍କୁ ବିବାହ ସଂପର୍କରେ ପ୍ରଶ୍ନ ପଚରାଗଲା ତ ସେ ଆଶ୍ଚର୍ଯ୍ୟ କରିବା ପରି ଉତ୍ତର ଦେଲେ। ଜରିନ୍ କହିଛନ୍ତି କି ଏ ପର୍ଯ୍ୟନ୍ତ ସେ ତାଙ୍କ ଜୀବନର ପ୍ରକୃତ ପ୍ରେମକୁ ଖୋଜୁଛନ୍ତି। ଏଯାଏ ତାଙ୍କୁ କେହି ବି ମୁହଁ ଖୋଲି ବିବାହ ପାଇଁ ପ୍ରସ୍ତାବ ଦେଇନାହାନ୍ତି। ତାଙ୍କ ବାପାମାଆ ତାଙ୍କ ପାଇଁ ପିଲା ଖୋଜୁଛନ୍ତି ବୋଲି ଭାରତୀ ସିଂହ ଓ ହର୍ଷ ଲିମ୍ବାଚିଆଙ୍କ ପୋଡ୍‌କାଷ୍ଟରେ ଜରିନ୍‌ କହିଛନ୍ତି।
ଏହାଛଡ଼ା ବିବାହ ପାଇଁ ସେ ବିଶେଷ ଆଗ୍ରହୀ ନୁହନ୍ତି ବୋଲି ମଧ୍ୟ କହିଛନ୍ତି ଜରିନ୍‌। ଆଜିକାଲି ଯେଉଁଭଳି ଭାବେ ବୈବାହିକ ସଂପର୍କରେ ତିକ୍ତତା ଦେଖାଯାଉଛି, ତାହାକୁ ନେଇ ସେ ବେଶ୍ ଭୟଭୀତ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.