Breaking News

ବିଯୁକ୍ତ ୮ ଡିଗ୍ରି ତାପମାତ୍ରାରେ ଶ୍ରୀନଗର: ୫୦ ବର୍ଷ ମଧ୍ୟରେ ସବୁଠାରୁ ଥଣ୍ଡା ରାତି

କଶ୍ମୀରରେ ଶୀତର ସବୁଠାରୁ କଠିନ ପର୍ଯ୍ୟାୟ ଏବେ ଅନୁଭୂତ ହେଉଛି। ବିଯୁକ୍ତ ୮ ଡିଗ୍ରି ତାପମାତ୍ରାରେ ଶ୍ରୀନଗର ଥରୁଛି। ଗତକାଲିଠାରୁ ଅଭୂତପୂର୍ବ ଶୀତ ପ୍ରବାହ ଆରମ୍ଭ ହୋଇଥିବା ବେଳେ ସାଧାରଣ ଜୀବନଯାତ୍ରା ଠପ୍‌ ହୋଇଯାଇଛି।

ଶ୍ରୀନଗର: କଶ୍ମୀରରେ ଶୀତର ସବୁଠାରୁ କଠିନ ପର୍ଯ୍ୟାୟ ଏବେ ଅନୁଭୂତ ହେଉଛି। ବିଯୁକ୍ତ ୮ ଡିଗ୍ରି ତାପମାତ୍ରାରେ ଶ୍ରୀନଗର ଥରୁଛି।  ଗତକାଲିଠାରୁ ଅଭୂତପୂର୍ବ ଶୀତ ପ୍ରବାହ  ଆରମ୍ଭ ହୋଇଥିବା ବେଳେ ସାଧାରଣ ଜୀବନଯାତ୍ରା ଠପ୍‌ ହୋଇଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶ୍ରୀନଗରରେ ତାପମାତ୍ରା ବିଯୁକ୍ତ ୮.୫ ଡିଗ୍ରି ସେଲସିୟସକୁ ଖସିଆସିବାରୁ  ୫ ଦଶନ୍ଧି ମଧ୍ୟରେ ଶ୍ରୀନଗରରେ ଡିସେମ୍ବର ମାସର ସବୁଠାରୁ ଥଣ୍ଡା ରାତି ଅନୁଭୂତ ହୋଇଥିଲା। ରବିବାର ସକାଳେ ଶ୍ରୀନଗରର ତାପମାତ୍ରା ବିଯୁକ୍ତ ୩.୨ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ଶୀତର ତୀବ୍ରତା ଏତେ ଅଧିକ ଥିଲା ଯେ ଡାଲ୍ ହ୍ରଦ ବରଫ ପାଲଟିଯାଇଛି। ଶ୍ରୀନଗରରେ ଗତରାତିରେ ତାପମାତ୍ରା ମାଇନସ୍ ୮.୫ ଡିଗ୍ରି ସେଲସିୟସ  ଥିବା ବେଳେ ୧୯୭୪ ମସିହା ପରଠାରୁ ଏଭଳି ସ୍ଥିତି ଦେଖିବାକୁ ମିଳିନଥିଲା।  ୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ ଶ୍ରୀନଗରର ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୧୨.୮ ଡିଗ୍ରି ସେଲସିୟସ ରହିଥିଲା।

୫୦ ବର୍ଷ ମଧ୍ୟରେ ସବୁଠାରୁ ଥଣ୍ଡା ରାତି
ବରଫ ପାଲଟିଲା ଡାଲ୍‌ ହ୍ରଦ

୨୦୨୫ ଜାନୁଆରି ୩୧ରେ ‘ଚିଲ୍ଲାଇ କଲାନ୍’ (ଶୀତର ସର୍ବାଧିକ ପ୍ରକୋପ ପର୍ଯ୍ୟାୟ) ଶେଷ ହେବ। ତେବେ ଏହା ପରେ ମଧ୍ୟ ଉପତ୍ୟକାରେ ଶୀତ ଲହରୀ ଜାରି ରହିବ। କାରଣ ୪୦ ଦିନ ପରେ ୨୦ ଦିନିଆ ଦ୍ବିତୀୟ ପର୍ଯ୍ୟାୟ ଥଣ୍ଡା ଏବଂ ୧୦ ଦିନର  ସ୍ବାଭାବିକ ଥଣ୍ଡା ଆରମ୍ଭ ହେବ। ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ଉପତ୍ୟକାରେ ପ୍ରବଳ ଶୀତ ଲହରୀକୁ ଦୃଷ୍ଟିରେ ରଖି ଜମ୍ମୁରେ ତାଙ୍କର ଆଗାମୀ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.