Breaking News

ବିରୋଧୀଙ୍କୁ ସାମ୍ନା କରିବାକୁ ବିଜେପିର ପ୍ରସ୍ତୁତି

ସରକାରଙ୍କୁ ଅକଳରେ ପକାଇବା ପାଇଁ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛନ୍ତି। ବିରୋଧୀଙ୍କୁ ସାମ୍ନା କରିବାକୁ ସରକାରୀ ଦଳ ବିଜେପି ବି ପ୍ରସ୍ତୁତି କରିଛି। ଆଜି ଅପରାହ୍‌ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ...

ଭୁବନେଶ୍ବର: ସରକାରଙ୍କୁ ଅକଳରେ ପକାଇବା ପାଇଁ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛନ୍ତି। ବିରୋଧୀଙ୍କୁ ସାମ୍ନା କରିବାକୁ ସରକାରୀ ଦଳ ବିଜେପି ବି ପ୍ରସ୍ତୁତି କରିଛି। ଆଜି ଅପରାହ୍‌ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ପରିସରରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସଭାପତି ମନମୋହନ ସାମଲ ଏଥିରେ ଉପସ୍ଥିତ ଥିଲେ। ବିରୋଧୀ ଯେଉଁ ସମ୍ଭାବ୍ୟ ପ୍ରସଙ୍ଗଗୁଡ଼ିକ ଉଠାଇବେ, ତାହା ଉପରେ ଆଲୋଚନା ହୋଇଥିଲା। ଆବଶ୍ୟକ ତଥ୍ୟ ସହ ତାହାକୁ କିପରି ମୁକାବିଲା କରାଯିବ, ସେ ଦିଗରେ ଯୋଜନା ପ୍ରସ୍ତୁତ‌ ହୋଇଥିଲା।

ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ କହିଥିଲେ, ବିରୋଧୀଙ୍କୁ ମୁକାବିଲା କରିବାକୁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ, ସେ ସମ୍ପର୍କରେ ଆଲୋଚନା କରିବାକୁ ଶାସକ ଦଳ ରାଜି ଅଛି। ସରକାରକୁ ୮ ମାସ ପୂରିଛି। ସରକାର ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ କାର୍ଯ୍ୟକାରୀ କରିଛନ୍ତି। ଏହାକୁ ସବିଶେଷ ତଥ୍ୟ ସହ ଗୃହରେ ଉପସ୍ଥାପନ କରାଯିବ। ସମସ୍ତ ପ୍ରସଙ୍ଗରେ ଗଠନମୂଳକ ଆଲୋଚନା ପାଇଁ ଆମେ ପ୍ରସ୍ତୁତ ଅଛୁ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.