Breaking News

ବିଲୋପନ ପଥରେ ଆଫ୍ରିକୀୟ ପେଙ୍ଗୁଇନ୍‌

ନିଜର କଳା-ଧଳା ରଙ୍ଗର ପର ପାଇଁ ପରିଚିତ ଆଫ୍ରିକୀୟ ପେଙ୍ଗୁଇନ୍‌ ପ୍ରଜାତି ଏବେ ବିପଦଗ୍ରସ୍ତ। ତାହାର ସଂରକ୍ଷଣକୁ ଦୃଷ୍ଟିରେ ରଖି ଆନ୍ତର୍ଜାତିକ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍‌) ପକ୍ଷରୁ ଏହି ଲୋକପ୍ରିୟ ପକ୍ଷୀକୁ ଏକ ବିଲୁପ୍ତପ୍ରାୟ ପ୍ରଜାତି ଭାବେ ଘୋଷଣା କରାଯାଇଛି।

0

ନିଜର କଳା-ଧଳା ରଙ୍ଗର ପର ପାଇଁ ପରିଚିତ ଆଫ୍ରିକୀୟ ପେଙ୍ଗୁଇନ୍‌ ପ୍ରଜାତି ଏବେ ବିପଦଗ୍ରସ୍ତ। ତାହାର ସଂରକ୍ଷଣକୁ ଦୃଷ୍ଟିରେ ରଖି ଆନ୍ତର୍ଜାତିକ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍‌) ପକ୍ଷରୁ ଏହି ଲୋକପ୍ରିୟ ପକ୍ଷୀକୁ ଏକ ବିଲୁପ୍ତପ୍ରାୟ ପ୍ରଜାତି ଭାବେ ଘୋଷଣା କରାଯାଇଛି। ଫଳରେ ପୃଥିବୀରେ ଦେଖାଦେଉଥିବା ୧୮ଟି ପେଙ୍ଗୁଇନ୍‌ ପ୍ରଜାତିଙ୍କ ଭିତରୁ ଏହା ପ୍ରଥମ ପ୍ରଜାତି ଭାବେ ବିଲୁପ୍ତପ୍ରାୟ ଜୀବଜନ୍ତୁ ତାଲିକାରେ ସ୍ଥାନ ପାଇଛି।        ଏହି ନିରୀହ ବିରଳ ପ୍ରଜାତିର ସଂରକ୍ଷଣ, ପୁନରୁଦ୍ଧାର ଓ ଥଇଥାନ ପାଇଁ ଆନ୍ତର୍ଜାତିକ ସଂସ୍ଥା ‘ବ୍ଳୁ ମେରାଇନ୍‌’ ସହଯୋଗରେ ‘ସାନ୍‌କୋବ୍‌’ ଓ ‘ବାର୍ଡଲାଇଫ୍‌ ସାଉଥ୍‌ ଆଫ୍ରିକା’ ଭଳି ଅନୁଷ୍ଠାନ ଦକ୍ଷିଣ ଆଫ୍ରିକା ସରକାରଙ୍କ ଠାରୁ ତ୍ବରିତ ପଦକ୍ଷେପ ଆଶା ରଖିଛନ୍ତି। ବିଶେଷ କରି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦେଖାଦେଇଥିବା ଖାଦ୍ୟାଭାବ ଓ ପ୍ରତିଦ୍ବନ୍ଦ୍ବିତାମୂଳକ ଶିକାର ଯୋଗୁଁ ଆଫ୍ରିକୀୟ ପେଙ୍ଗୁଇନ୍‌ମାନଙ୍କ ଅସ୍ତିତ୍ବ ପ୍ରତି ଏଭଳି ବିପଦ ଦେଖାଦେଇଛି।

ଯଦିଓ ଦକ୍ଷିଣ ଆଫ୍ରିକାର ନିର୍ଦ୍ଦିଷ୍ଟ ଉପକୂଳମାନଙ୍କରେ ମାଛଧରା ଉପରେ କଟକଣା ଜାରି ହୋଇଛି, ତେବେ ଏହି ପେଙ୍ଗୁଇନ୍‌ମାନଙ୍କ ସଂରକ୍ଷଣ ପାଇଁ ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ଗବେଷକମାନେ ମତ ଦେଇଛନ୍ତି। ସେଥିପାଇଁ ମାଛଧରା ଉଦ୍ୟୋଗକୁ କୌଣସି ପ୍ରକାର ପ୍ରଭାବିତ ନକରି ଏହି ପେଙ୍ଗୁଇନ୍‌ମାନଙ୍କୁ ଖାଦ୍ୟାନ୍ବେଷଣ ଓ ଚଳପ୍ରଚଳରେ ଅଧିକ ବ୍ୟାପକ କ୍ଷେତ୍ର ଉପଲବ୍‌ଧ କରାଇବାକୁ ଅନୁଧ୍ୟାନକାରୀମାନେ ଗୁରୁତ୍ବାରୋପ କରିଛନ୍ତି। ଆଫ୍ରିକୀୟ ପେଙ୍ଗୁଇନ୍‌ମାନଙ୍କର ଏପରି ଅବିଶ୍ବସନୀୟ ସଂଖ୍ୟାହ୍ରାସ ଯୋଗୁଁ ସାମୁଦ୍ରିକ ଜୈବବିବିଧତା ଭୀଷଣ ଭାବରେ ପ୍ରଭାବିତ ହେଉଛି। ଆଞ୍ଚଳିକ ଅର୍ଥନୀତିରେ ମଧ୍ୟ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏକ ସଦ୍ୟ ସାମାଜିକ-ଅର୍ଥନୈତିକ ରିପୋର୍ଟ ଅନୁସାରେ, ଦକ୍ଷିଣ ଆଫ୍ରିକାର ପ୍ରସିଦ୍ଧ ‘ବୋଲ୍‌ଡର୍ସ କଲୋନି’ ସମେତ ବିଭିନ୍ନ ପେଙ୍ଗୁଇନ୍‌ କଲୋନିର ବାର୍ଷିକ ଆୟ ୬୧.୩ କୋଟି ଆଫ୍ରିକୀୟ ରାଣ୍ଡ୍‌ (ଜାର୍‌) ବା ଭାରତୀୟ ମୁଦ୍ରାରେ ୩୦୨ କୋଟିରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.